ସାନଖେମୁଣ୍ଡିର ବେଆଇନ ଇଟାଭାଟି : ତହସିଲଦାରଙ୍କ ଠାରେ ଅଭିଯୋଗ କଲେ ଜିଲ୍ଲା ଜାତୀୟ ମାନବାଧିକାର କମିଶନ ସଦସ୍ୟ

0
519

ବ୍ରହ୍ମପୁର ,୩୦/୦୩/୨୦୨୨: ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ ଅଧିନ ସାନଖେମୁଣ୍ଡି ତହସିଲର କଙ୍କୋରଡ଼ା ଗ୍ରାମ ଉପକଣ୍ଠରେ ଥିବା କରାଖଣ୍ଡି ଗ୍ରାମର ବେଆଇନ ଇଟାଭାଟି ସମ୍ପର୍କିତ ଅଭିଯୋଗ ମାମଲାକୁ ଆଜି ଗଞ୍ଜାମ ଜିଲ୍ଲା ଜାତୀୟ ମାନବାଧିକାର କମିଶନ ସଭାପତି ସାଇପ୍ରସାଦ ପରିଡ଼ା , ଜିଲ୍ଲା ଯୁବ ସଭାପତି ନିଳାଞ୍ଚଳ ସେଠୀଙ୍କ ସହ ସଦସ୍ୟଗଣ ଆଜି ସାନଖେମୁଣ୍ଡି ତହସିଲଦାରଙ୍କୁ ଭେଟି ଅଭିଯୋଗପତ୍ର ପ୍ରଦାନ କରିଛନ୍ତି । ଅଭିଯୋଗ ପ୍ରକାରେ ଏହି ଇଟାଭାଟି ଦ୍ଵାରା ୩ ଗୋଟି ବ୍ୟସ୍ତବହୁଳ ଗ୍ରାମ ଯଥା – କଙ୍କୋରଡ଼ା , କରାଖଣ୍ଡି ଓ ଗମ୍ଭାରିଗୁଡ଼ା ଗ୍ରାମ ଜନସାଧାରଣଙ୍କ ଜୀବନଯାପନ ଅସ୍ତବ୍ୟସ୍ତ ହେବା ସହ ଅସହ୍ୟ ଗୁଳୁଗୁଳି ଯୋଗୁଁ ସାଧାରଣ ନିଃଶ୍ୱାସ ପ୍ରଶାସ ନେବାରେ ଅସୁବିଧା ହେଉଥିବା ନେଇ କମିଶନ ସଦସ୍ୟ ଅଭିଯୋଗ କରିଛନ୍ତି । ଏହି ଇଟାଭାଟିର ଦୁର୍ଗନ୍ଧଯୁକ୍ତ ପ୍ରଦୂଷିତ ଧୁଆଁ ଯୋଗୁଁ ସ୍ଥାନୀୟ ଅଧିବାସୀଙ୍କୁ ବିଭିନ୍ନ ଶ୍ୱାସ ଜନିତ ରୋଗ ହେବାର ଦେଖିବାକୁ ମିଳିଅଛି । ଅତଏବ ଅଞ୍ଚଳର ପ୍ରମୁଖ ସମସ୍ୟା ଭାବେ ନିୟମିତ ଦେଖାଯାଉଥିବା ଏହି ବେଆଇନ ଇଟାଭାଟି ବେପାରର ପୂର୍ଣ୍ଣଚ୍ଛେଦ କରାଇ ଉପଯୁକ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାନଖେମୁଣ୍ଡି ତହସିଲଦାରଙ୍କ ଠାରେ ଅଭିଯୋଗ ପତ୍ର ଦାଖଲ କରିଛନ୍ତି । ଏହାସହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣରେ ବିଳମ୍ବ ଜନିତ କାରଣ ପ୍ରକାରେ ସ୍ଥାନୀୟ ଅଧିବାସୀ ରାଜରାସ୍ତାକୁ ଓହ୍ଲାଇବା ସହ ଗଣତାନ୍ତ୍ରିକ ପଦ୍ଧତିରେ ଗଣ ଆନ୍ଦୋଳନର ପନ୍ଥା ଗ୍ରହଣ କରିବା ନେଇ ଚେତାବନୀ ମଧ୍ୟ ଦେଇଛନ୍ତି ।
ସାନଖେମୁଣ୍ଡି ତହସିଲଦାର ଡାଃ.ଶ୍ରୀନିବାସ ବେହେରା ଅଭିଯୋଗ ଗ୍ରହଣ ସହିତ ତର୍ଜମା କରିଛନ୍ତି । ଚାଲୁଥିବା ଉପର ଇଟାଭାଟି ଗୁଡ଼ିକ ସଂପୂର୍ଣ୍ଣ ଅବୈଧ ହୋଇଥିବା ବେଳେ ବିଭାଗୀୟ ରୟାଲିଟି ଓ ଫାଇନ ଦେଇ ଭାଟି ଚାଲିଥିବା କହିଛନ୍ତି । ଭାଟି ମାଲିକଙ୍କୁ ଇଟାଭାଟିରୁ ନିବୃତ ରହିବାକୁ ସେ ତାଗିଦ୍ କରିଥିବା ସ୍ପଷ୍ଟ କରିଛନ୍ତି । ଉଚ୍ଚ କର୍ତୃପକ୍ଷଙ୍କ ନିକଟକୁ ଅଭିଯୋଗ ଭିତ୍ତିରେ ଅବଗତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସମ୍ମତି ପ୍ରଦାନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here