ବ୍ରହ୍ମପୁର ଓ ଦକ୍ଷିଣ ଓଡ଼ିଶାରେ ରେଳ ସେବାର ବିକାଶ ପାଇଁ ଇଷ୍ଟ-କୋଷ୍ଟ ଜୋନ ଜି.ଏମ ଓ ଖୋର୍ଦ୍ଧା ଡିଆରଏମଙ୍କୁ ଭେଟି ଦାବିପତ୍ର ଦେଲା ଓଡ଼ିଶା ଡେଭଲପମେଣ୍ଟ ଫୋରମ୍

0
410

ବ୍ରହ୍ମପୁର ,୨୯/୦୪/୨୦୨୨: ଓଡ଼ିଶାର ସର୍ବ ପୁରାତନ ଅବହେଳିତ ବ୍ରହ୍ମପୁର ରେଳ ଷ୍ଟେସନର ବିକାଶ ଓ ଦକ୍ଷିଣ ଓଡ଼ିଶାରେ ରେଲୱେର ବିକାଶ ପାଇଁ ଆଜି ‘ଓଡ଼ିଶା ଡେଭଲପମେଣ୍ଟ ଫୋରମ୍ ର କାର୍ଯ୍ୟକର୍ତ୍ତା ପୂର୍ବତଟ ରେଳବାଇର ମହାପ୍ରବନ୍ଧକଙ୍କୁ ଭୁବନେଶ୍ୱର ଠାରେ ଓ ଖୋର୍ଦ୍ଧା ରୋଡ ଡିଆରଏମଙ୍କୁ ଖୋର୍ଦ୍ଧା ଠାରେ ସାକ୍ଷାତ କରି ବ୍ରହ୍ମପୁରର ସମସ୍ୟା ଉପରେ ବିସ୍ତୃତ ଆଲୋଚନା କରିବା ସହ ଏହାର ଶୀଘ୍ର ସମାଧାନ ପାଇଁ ଦାବିପତ୍ର ପ୍ରଦାନ କରିଛନ୍ତି। ଏହି ଦାବିପତ୍ରରେ ଓଡ଼ିଶାର ସର୍ବ ପୁରାତନ ବ୍ରହ୍ମପୁର ଷ୍ଟେସନରେ ରେଳଗାଡି ରହିବା ଓ ଛାଡ଼ିବା ପାଇଁ କୋଚିଙ୍ଗ ଟର୍ମିନାଲର ନିର୍ମାଣ, ୧୩୦ ବର୍ଷ ପୁରୁଣା ଷ୍ଟେସନର ସର୍ବାଙ୍ଗୀନ ବିକାଶ, ୫-୬ ନମ୍ବର ପ୍ଲାଟଫର୍ମର ନିର୍ମାଣ, ସବୁ ପ୍ଲାଟଫର୍ମରେ ଶୌଚାଳୟ, ଲିଫ୍ଟ, ଆଲୋକ, ପାଣି ଓ ଖାଇବାର ସୁବ୍ୟବସ୍ଥା ସହ ଲୋକାଲ ଟ୍ରେନ ଚଳାଇବା, ସବୁ ଲୋକାଲ ଓ ଇଣ୍ଟର ସିଟିରେ ଏ.ସି କୋଚର ବ୍ୟବସ୍ଥା କରିବା ଏବଂ ଟିକେଟ ବିକ୍ରି କେନ୍ଦ୍ର ଶୀଘ୍ର ଖୋଲିବା ପାଇଁ ଦାବି କରାଯାଇ ଥିଲା।ଏହା ସହ ବହୁ ପ୍ରତିକ୍ଷିତ ବ୍ରହ୍ମପୁର-ସମ୍ବଲପୁର ଭାୟା ଫୁଲବାଣୀ ଗୋପାଳପୁର-ରାୟଗଡ଼ା, ଗୋପାଳପୁର-ତାଳଚେର, ଗୋପାଳପୂର -ନୟାଗଡ଼ ଭାୟା ତାରାତାରିଣୀ, ବୁଗୁଡ଼ା, ଗୁଣୁପୁର-ରାୟଗଡ଼ା, ଜୟପୁର – ମାଲକାନଗିରି ଓ ମାଲକାନଗିରି- ନବରଙ୍ଗପୁର ରେଳପଥର କାର୍ଯ୍ୟ ଶୀଘ୍ର ଆରମ୍ଭ କରାଯିବା, ଶୀତଳlପଲ୍ଲୀ ୱାଗନ କାରଖାନା ପ୍ରତିଷ୍ଠା ଓ ବ୍ରହ୍ମପୁରରୁ ମୁମ୍ବାଇ, ସୁରତ, ଦିଲ୍ଲୀ, ଜୟପୁର, ପୁରୀ ଓ ଅନ୍ୟ ସହରକୁ ପ୍ରତିଦିନ ଏକ୍ସପ୍ରେସ ଟ୍ରେନ ଚଲାଇବା ଏବଂ ଭୁବନେଶ୍ବର ଓ ପୁରୀରେ ଅଟକି ଯାଉଥିବା ଅନେକ ଟ୍ରେନକୁ ବ୍ରହ୍ମପୁର ଯାଏଁ ବଢ଼ାଇବା ଓ ଭୁବନେଶ୍ୱରରୁ ଦିଲ୍ଲୀ ରାଜଧାନି ଟ୍ରେନକୁ ଦକ୍ଷିଣ ଓଡ଼ିଶା ଦେଇ ଚଳାଇବା ପାଇଁ ଅନୁରୋଧ କରାଯାଇ ଥିଲା। ପୂର୍ବତଟ ରେଳବାଇର ସିସିଏମ ଏହି ସବୁ ଦାବି ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବା ସହ ଅତିଶୀଘ୍ର ଇଣ୍ଟରସିଟିରେ ଏ.ସି କୋଚର ବ୍ୟବସ୍ଥା କରିବା ପାଇଁ ଓ ଅନ୍ୟ ଦାବି ବିଷୟରେ ଶିଘ୍ର ନିଷ୍ପତ୍ତି ନେବାକୁ ପ୍ରତିଶ୍ରୁତି ଦେଇଥିଲେ।

ସୁଚନା ଯୋଗ୍ୟ ଅତି ପଛୁଆ ଦକ୍ଷିଣ- ପଶ୍ଚିମ ଓଡ଼ିଶା ର ଜିଲ୍ଲା ଗୁଡ଼ିକରେ ରେଳପଥର ବିକାଶ ପାଇଁ ଗତ ୨୦ ବର୍ଷ ହେଲା ଓଡ଼ିଶା ଡେଭଲପମେଣ୍ଟ ଫୋରମ୍ ଆନ୍ଦୋଳନ କରି ଆସୁଛି। ପୂର୍ବରୁ କେନ୍ଦ୍ର ରେଳ ମନ୍ତ୍ରୀ ଓ ପୂର୍ବତଟ ରେଳବାଇର ମହାପ୍ରବନ୍ଧକ ଙ୍କୁ ଗତ ଚାରି ମାସ ମଧ୍ୟରେ ତିନି ଥର ଦାବିପତ୍ର ପ୍ରଦାନ କରିଛି।
ଏହି କାର୍ଯ୍ୟକ୍ରମରେ ଫୋରମ୍ ସଚିବ ଭି.ସୋମେଶ୍ୱର ରାଓ, ପ୍ରିତୀଷ ପାଣିଗ୍ରାହୀ ଓ ଗୁପ୍ତେଶ୍ୱର ଷଡ଼ଙ୍ଗୀ, ଫୋରମ୍ ସହ-ସଚିବ ମାନସ ରଞ୍ଜନ ପାତ୍ର, ବରିଷ୍ଠ
କାର୍ଯ୍ୟକାରୀ ସଦସ୍ୟ କିରଣ କୁମାର ପଣ୍ଡା, ସନ୍ତୋଷ କୁମାର ସାହୁ ଙ୍କ ସହ ଅନ୍ୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here