ପୁରୁଣା ପେନ୍‌ସନ୍‌ ଯୋଜନା ଲାଗୁକରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ

0
1061

ଭୁବନେଶ୍ୱର,୨୯/୦୪/୨୦୨୨: ଓଡିଶା ସରକାରଙ୍କ ଅଧିନରେ କାର୍ଯ୍ୟକରୁଥିବା ଶିକ୍ଷକ ଓ କର୍ମଚାରୀ ମାନଙ୍କ ନୂତନ ପେନସନ ସ୍କିମ୍ (ଏନ୍.ପି.ଏସ୍.) ପରିବର୍ତ୍ତେ ପୁରୁଣା ପେନ୍‌ସନ୍ ସ୍କିମ୍ (ଓ.ପି.ଏସ୍) ଲାଗୁ କରିବା ପାଇଁ ନିବେଦନ କରି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି NMOPS ଓଡ଼ିଶାର ରାଜ୍ୟ ଆବାହକ ବିଜୟ ମଲ୍ଲ ଓ ସଂଯୋଜକ ଶ୍ରୀ ଇଫତେଖାର ଅହମ୍ମଦ ଅନୁରୋଧ କରିଛନ୍ତି ।

ନୂତନ ପେନ୍‌ସନ୍‌ ବ୍ୟବସ୍ଥା ଶିକ୍ଷକ ଓ କର୍ମଚାରୀଙ୍କୁ ନୈରାଶ୍ୟ ଭିତରକୁ ଠେଲି ଦେଇଛି ।ଓଡ଼ିଶାରେ ୧.୧.୨୦୦୫ ପର ଠାରୁ ନିଯୁକ୍ତି ପାଇଥିବା ୩ ଲକ୍ଷ କର୍ମଚାରୀ ମାନଙ୍କ ଲାଗି ପୁରଣା ପେନସନ ଲାଗୁ କରି କର୍ମଚାରୀ ରାଜ୍ୟ ସରକାର ଏକ ଉଦାହରଣ ସୃଷ୍ଟି କରନ୍ତୁ ବୋଲି ସବୁ କର୍ମଚାରୀ ମହଲରେ ଆଲୋଚନା ହଉଛି ।
ଇତି ମଧ୍ୟରେ ରାଜସ୍ଥାନ ଓ ଛତିଶଗଡ଼ ରାଜ୍ୟରେ ନୂତନ ପେନ୍‌ସନ୍‌ ବ୍ୟବସ୍ଥାକୁ ବାତିଲ କରି ପୁନଶ୍ଚ ପୁରୁଣା ପେନ୍‌ସନ୍‌ ଯୋଜନା ଲାଗୁ କରିସାରିଛନ୍ତି ଓ ସମଗ୍ର ଦେଶ ଏଥିରେ ସନ୍ତୋଷ ପ୍ରକାଶ କରିବା ସହିତ ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।ହିମାଚଳ ପ୍ରଦେଶରେ ପୁରୁଣା ପେନସନ ଦାବିରେ ଏତେ ବିଶାଳ ସମାବେଶ ହୋଇ ଥିଲା ଯେ ସରକାର ବାଧ୍ୟ ହୋଇ ଏକ କମିଟି ଗଠନ କରି ଅନୁଧ୍ୟାନ କରିବା ପାଇଁ ବିଜ୍ଞପ୍ତି ଜାରି କରିଛନ୍ତି ଏବଂ ବିଶେଷ କଥା ହେଉଛି ଏହି କମିଟିରେ କର୍ମଚାରୀ ସଂଘରୁ ପ୍ରତିନିଧି ମଧ୍ୟ ସଭ୍ୟ ରହିବେ,ଅନ୍ୟ ରାଜ୍ୟ ଉତ୍ତର ପ୍ରଦେଶ,କର୍ଣ୍ଣାଟକ,କେରଳ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ପଞ୍ଜାବ, ମହାରାଷ୍ଟ୍ର ରାଜ୍ୟ ସରକାରମାନେ କମିଟି ଗଠନ କରି କରିଛନ୍ତି ।ସବୁ ରାଜ୍ୟରେ ପୁରୁଣା ପେନସନ ପାଇଁ ଯୋରଦାର ବିରୋଧ କରୁଥିବା ବେଳେ ଓଡ଼ିଶାର କର୍ମଚାରୀମାନେ ପୁରୁଣା ପେନସନ୍ ଯୋଜନା ବିନା ତାଙ୍କ ଭବିଷ୍ୟତ ଅନ୍ଧାର ବୋଲି ଭାବି ଥିବାରୁ ତାକୁ ହାସଲ କରିବା ପାଇଁ ବ୍ଲକରୁ ଜିଲ୍ଲା ପର୍ଯ୍ୟନ୍ତ ତୀବ୍ର ଆନ୍ଦୋଳନ ଆରମ୍ଭ ହୋଇ ଗଲାଣି ।ଇତି ମଧ୍ୟରେ ରାଜସ୍ଥାନ ଓ ଛତିଶଗଡ଼ ରାଜ୍ୟରେ ନୂତନ ପେନ୍‌ସନ୍‌ ବ୍ୟବସ୍ଥାକୁ ବାତିଲ କରି ପୁନଶ୍ଚ ପୁରୁଣା ପେନ୍‌ସନ୍‌ ଯୋଜନା ଲାଗୁ କରିସାରିଛନ୍ତି ଓ ସମଗ୍ର ଦେଶ ଏଥିରେ ସନ୍ତୋଷ ପ୍ରକାଶ କରିବା ସହିତ ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।ହିମାଚଳ ପ୍ରଦେଶରେ ପୁରୁଣା ପେନସନ ଦାବିରେ ଏତେ ବିଶାଳ ସମାବେଶ ହୋଇ ଥିଲା ଯେ ସରକାର ବାଧ୍ୟ ହୋଇ ଏକ କମିଟି ଗଠନ କରି ଅନୁଧ୍ୟାନ କରିବା ପାଇଁ ବିଜ୍ଞପ୍ତି ଜାରି କରିଛନ୍ତି ଏବଂ ବିଶେଷ କଥା ହେଉଛି ଏହି କମିଟିରେ କର୍ମଚାରୀ ସଂଘରୁ ପ୍ରତିନିଧି ମଧ୍ୟ ସଭ୍ୟ ରହିବେ,ଅନ୍ୟ ରାଜ୍ୟ ଉତ୍ତର ପ୍ରଦେଶ,କର୍ଣ୍ଣାଟକ,କେରଳ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ପଞ୍ଜାବ, ମହାରାଷ୍ଟ୍ର ରାଜ୍ୟ ସରକାରମାନେ କମିଟି ଗଠନ କରି କରିଛନ୍ତି ।ସବୁ ରାଜ୍ୟରେ ପୁରୁଣା ପେନସନ ପାଇଁ ଯୋରଦାର ବିରୋଧ କରୁଥିବା ବେଳେ ଓଡ଼ିଶାର କର୍ମଚାରୀମାନେ ପୁରୁଣା ପେନସନ୍ ଯୋଜନା ବିନା ତାଙ୍କ ଭବିଷ୍ୟତ ଅନ୍ଧାର ବୋଲି ଭାବୁ ଥିବାରୁ ତାକୁ ହାସଲ କରିବା ପାଇଁ ତୀବ୍ର ଆନ୍ଦୋଳନ ଜିଲ୍ଲା ରୁ ବ୍ଲକ ପର୍ଯ୍ୟନ୍ତ ଆରମ୍ଭ ହୋଇ ଗଲାଣି ।ଏହି ଅବସରରେ ବିଭିନ୍ନ କର୍ମଚାରୀ ସଂଘର ନେତୃତ୍ୱ ପ୍ରଭାତ ମହାନ୍ତି, ପୁରନ୍ଦର ନନ୍ଦ, ସୁଧାଂଶୁ ପାତ୍ର, ପ୍ରଯତ୍ନ ବରାଳ, ପୂର୍ଣ୍ଣଚନ୍ଦ୍ର ଆଏଚ, ରଶ୍ମୀରଂଜନ ପାଢୀ, ରାଜେଶ ମହାନ୍ତି, ବ୍ରହ୍ମାନନ୍ଦ ମହାରଣା, ବଙ୍କୀମ୍‌ ସାଗର, ବିମଳ ଚୌଧୁରୀ, ଖଗେନ୍ଦ୍ର ପାଲ, ବିଭୂ ପ୍ରସାଦ ସାହୁ, ସୁଶାନ୍ତ ବେହେରା, ଅକ୍ଷୟ ମଲ୍ଲିକ, ଶ୍ରୀକାନ୍ତ ମିଶ୍ର, ଗୁରୁପ୍ରସାଦ ଦଳାଇ, ଅଶ୍ବିନୀ ମିଶ୍ର, ରବିନ୍ଦ୍ର ପ୍ରଧାନ, ଶୁଭଚ୍ଚିତ୍ର ପ୍ରତିହାରୀ, ବିଶ୍ବଜିତ୍ ବିଶ୍ବାଳ, ପଞ୍ଚାନନ ଜେନା, ରାଜେନ୍ଦ୍ର ମଲ୍ଲିକ, କ୍ଷୀତିଶ ପଣ୍ଡା, ସ୍ମାରକ ସାହୁ, ମାନସ ପରିଡ଼ା, ଅକ୍ଷୟ ପାଢୀ, ପ୍ରଶାନ୍ତ ରାଉରାୟ, ସୁଧାଂଶୁ ପୁହାଣ, ହିମାଂଶୁ ମହାପାତ୍ର, ସୁଦର୍ଶନ ପଣ୍ଡା, ଆଦିତ୍ୟ ନାରାୟଣ ସ୍ୱାଇଁ, ଶ୍ୟାମଳୀ ପଟ୍ଟନାୟକ, ସୁକନ୍ୟା ମହୁରୀ, ଅନୀତା ବେହେରା, ଅନ୍ତର୍ଯ୍ୟାମୀ ଲେଙ୍କା, ସରୋଜ ସାମନ୍ତରାୟ ପ୍ରମୁଖ ଅନୁରୋଧ କରିଛନ୍ତି ।

LEAVE A REPLY

Please enter your comment!
Please enter your name here