ଐତିହ୍ୟ ଏବଂ ଇତିହାସକୁ ସଂରକ୍ଷିତ ରଖାଯାଉ : ଡ.ସମ୍ବିତ ପାତ୍ର।ସଂସ୍କୃତି, ଐତିହ୍ୟ, ପରମ୍ପରା ଏବଂ ଇତିହାସକୁ ସୁରକ୍ଷା ଦେବାରେ ରାଜ୍ୟ ସରକାର ସଂପୂର୍ଣ୍ଣ ବିଫଳ – ପୁରାତନ ଐତିହ୍ୟ ଓ ଇତିହାସକୁ ସୁରକ୍ଷିତ ରଖିନପାରିଲେ ଭବିଷ୍ୟତ ପୀଢି କେବେହେଲେ ଆମକୁ କ୍ଷମା କରିବେ ନାହିଁ

0
160

ନୂଆଦିଲ୍ଲୀ,୧୮/୦୫/୨୦୨୨ : ଇତିହାସ, ଐତିହ୍ୟ, ସଂସ୍କୃତି ଏବଂ ପରଫରାର ସୁରକ୍ଷା ଦାୟୀତ୍ବ ହେଉଛି ଆମ ସମସ୍ତଙ୍କର । ଏହାକୁ ସୁରକ୍ଷିତ ରଖିନପାରିଲେ ଭବିଷ୍ୟତ ପୀଢି କେବେହେଲେ ଆମକୁ କ୍ଷମା କରିବେ ନାହିଁ । ଶ୍ରୀମନ୍ଦିର ପରିକ୍ରମାକୁ ନେଇ ଓଡିଆ ଏବଂ ଓଡିଶାର ସଂସ୍କୃତିକୁ ନେଇ ଯେଉଁ ଭଳି ଭାବେ ବେନିୟମ କାର୍ଯ୍ୟ କରାଯାଉଛି, ତାହା ଅତ୍ୟନ୍ତ ଦୁଃଖଦାୟକ । ଶ୍ରୀମନ୍ଦିର ପରିକ୍ରମା କାର୍ଯ୍ୟ ଆରମ୍ଭ ହେବା ସମୟରେ ପୁରାତନ ଐତିହ୍ୟ ଧ୍ଵଂସ୍ଥ୍ୟ ପାଇବାର ଯେଉଁ ଆଶଙ୍କା ପ୍ରକାଶ ପାଇଥିଲା, ତାହା ଥାଳି ସତ୍ୟ ପ୍ରମାଣିତ ହୋଇଛି । ଶ୍ରୀମନ୍ଦିରର ୧୦୦ ମିଟର ନିଷିଦ୍ଧାଚଳ ଏବଂ ୨୦୦ ମିଟର ହେଉଛି ରେଗୁଲେଟେଡ ଅଂଚଳ । ଏହା ସତ୍ତ୍ବେ ଶ୍ରୀମନ୍ଦିରର ୧୦୦ ମିଟର ପରିଧି ଭିତରେ ନିଷିଦ୍ଧ ସ୍ଥଳରେ ବେନିୟମ ଭାବେ ଖନନ କରାଯିବା ଏବଂ ପରିଧି ଭିତରେ ଥିବା ଏମାର ମଠର ଭଗ୍ନାବଶେଷ ସ୍ଵରୁପ ସିଂହ ମୂର୍ତି ଭଗ୍ନବସ୍ଥାରେ ମିଳିବା ଚିନ୍ତାର ବିଷୟ । ଗଙ୍ଗ ରାଜତ୍ଵ ସମୟର ଏହି କିର୍ତ୍ତିରାଜ କେବଳ ଏକ ଭଗ୍ନ ସିଂହ ପ୍ରତିମୂର୍ତି ନୁହେଁ ବରଂ ଏହି ମୂର୍ତି ହେଉଛି ଓଡିଆ ଜାତିର ପ୍ରତୀକ, ଇତିହାସ ଏବଂ ସ୍ଵାଭିମାନ । ବିନାନୁମତିରେ କାର୍ଯ୍ୟ ହେଉଥିବାରୁ ଏଏସଆଇ ବାରମ୍ବାର ତାଗିଦ କରିବା ସତ୍ତ୍ବେ ରାଜ୍ୟ ସରକାରଙ୍କ କଳାପାହାଡ ଆଚରଣ ଏବଂ ନିଦଖୋର ମନୋଭାବ କାରଣରୁ ଜଗୃସିଂହ ସ୍ବରୂପ ଐତିହ୍ୟ କିର୍ତ୍ତିରାଳ ଆଜି ଆମ ସମସ୍ତଙ୍କୁ ଐତିହ୍ୟ ଓ ଇତିହାସର ସୁରକ୍ଷାକୁ ନେଇ ପ୍ରଶ୍ନ କରୁଛି ଐତିହ୍ୟ ଓ ଇତିହାସକୁ ରାଜ୍ୟ ସରକାର କାହିଁକି ସଂରକ୍ଷିତ ରଖିବେ ନାହିଁ ବୋଲି ରାଷ୍ଟ୍ରୀୟ ମୁଖପାତ୍ର ଡ.ସମ୍ବିତ ପାତ୍ର ପ୍ରଶ୍ନ କରିଛନ୍ତି ।ନୂଆଦିଲ୍ଲୀଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଡ. ପାତ୍ର କହିଛନ୍ତି ଯେ, ସତ କେବେହେଲେ ଲୁଚି ରହେ ନାହିଁ । ଶ୍ରୀମନ୍ଦିର ପରିକ୍ରମା ଅଂଚଳ ଖନନ କରାଯିବା ପୂର୍ବରୁ ଗ୍ରାଉଣ୍ଡ ପେଳେଟ୍ରେନିଂ ସଠିକ ସର୍ଭେ କାର୍ଯ୍ୟ କରିନଥିଲେ । ଏଭଳି ବେଆଇନ ଖନନ ଦ୍ଵାରା କଣ କଣ କ୍ଷତି ହେବ, ତାର ଅନୁସନ୍ଧାନ ହୋଇନଥିଲା । ଏପରିକି କିପିଆରଏସ ସର୍ଭେ ମଧ୍ୟ କରାଇନଥିଲେ । ଜେସିବି ଓ ବଡ ବଡ ମେସିନ ଦ୍ଵାରା ଖନନ କାର୍ଯ୍ୟ ହେବା କାରଣରୁ ବହୁ ପୁରାତନ ଅବଶେଷ କ୍ଷତି ହେବା ସହ ଧ୍ବଂସ ପାଇଲା । ଏପରିକି ଖନନ ସମୟରେ ବାହାରିଥିବା ମାଟିକୁ ସଂଗ୍ରହ ନକରି ବିକ୍ରି କରିଦିଆଯାଇଛି । ମାଟି ତଳେ ଅନେକ କିର୍ତୀମାନ ଓ ପ୍ରାଚୀନ ଧ୍ୱଂସାବଶେଷ ରହିଯାଇଥିବା ବେଳେ ଜେସିବି ମେସିନ ସାହାଯ୍ୟରେ ମାଟି ଖୋଳିବା ଏବଂ ଇତିହାସ ଓ ଐତିହ୍ୟକୁ ନଷ୍ଟ କରିବା ଆମ ସମସ୍ତଙ୍କ ମନକୁ ଶକ୍ତ ଆଘାତ ଦେଇଛି । ବୈଜ୍ଞାନିକ ପଦ୍ଧତିକୁ ବାଦ ଦେଇ ଏବଂ ବିନା ଅନୁମତିରେ ଖନନ କାର୍ଯ୍ୟ ହୋଇଥିବାରୁ ଆଜି ଏଇ ସ୍ଥିତି ଉପୁଜିଛି ବୋଲି ଡ.ପାତ୍ର କହିଛନ୍ତି ।ଆମ ସଂସ୍କୃତି, ଐତିହ୍ୟ, ପରମ୍ପରା ଏବଂ ଇତିହାସକୁ ସୁରକ୍ଷା ଦେବାରେ ରାଜ୍ୟ ସରକାର ସଂପୂର୍ଣ୍ଣ ବିଫଳ ବୋଲି ହାଇକୋର୍ଟରେ ଦାଖଲ ହୋଇଥିବା ଏଏସଆଇର ସତ୍ୟପାଠ ଏବଂ ବର୍ତ୍ତମାନ ବାହାରିଥିବା ଭଗ୍ନାବଶେଷରୁ ଏହା ସ୍ପଷ୍ଟ ପ୍ରମାଣିତ ହୋଇଛି । କଳାପାହାଡ ଏବଂ ଜିଦଖୋର ମନୋଭାବ ପରିତ୍ୟାଗ କରି ରାଜ୍ୟ ସରକାର ଐତିହ୍ୟ ଓ ସଂସ୍କୃତିପୂର୍ଣ୍ଣ ଓଡିଶା ଇତିହାସକୁ ସଂରକ୍ଷଣ ପ୍ରଦାନ କରିବାକୁ ଡା.ପାତ୍ର ନିବେଦନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here