କୁକୁଡାଖଣ୍ଡି ବ୍ଲକ ଉପାଧ୍ୟକ୍ଷାଙ୍କ ଦାୟିତ୍ୱ ଗ୍ରହଣ

0
335

ବ୍ରହ୍ମପୁର, ୧୮/୦୫/୨୦୨୨: କୁକୁଡାଖଣ୍ଡି ପଞ୍ଚାୟତ ସମିତିର ନୂତନ ଉପାଧ୍ୟକ୍ଷା ଭାବରେ ଆଜି ଶ୍ରୀମତୀ ବିଷ୍ଣୁପ୍ରିୟା ପାତ୍ର ଦାୟିତ୍ଵ ଗ୍ରହଣ କରିଛନ୍ତି I ଏହା ପୂର୍ବରୁ ବ୍ଲକ ଉପାଧ୍ୟକ୍ଷା ବୁଧବାର ଦିନ ନିଜ କାର୍ଯ୍ୟାଳୟ ପରିସରରେ ପୂଜାର୍ଚନା ପରେ ଆଜି ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି I ଉପାଧ୍ୟକ୍ଷାଙ୍କ ଦାୟିତ୍ୱ ଗ୍ରହଣ ଅବସରରେ ବ୍ରହ୍ମପୁର ମହାନଗର ମେୟର ସଂଘମିତ୍ରା ଦଳାଇ , କୁକୁଡ଼ାଖଣ୍ଡି ବ୍ଲକ ଅଧକ୍ଷ କାମାକ୍ଷା ପ୍ରସାଦ ପାତ୍ର, ସୁରେଶ ସେଠି, ସଞ୍ଜୟ କୁମାର ସାହୁ, ନରସିଂହ ସାହୁ, ସନ୍ତୋଷ ଚୌଧୁରୀ, ରାଧାମୋହନ ସେଠି, ସନାତନ ସଂଗ୍ରାମ ସିଂ, କେ. ଚନ୍ଦ୍ର ଶେଖର ଦାସ,ଚଣ୍ଡି ସାହୁ, ଗୌରୀ ଶଙ୍କର ପାତ୍ର, ଭାରତୀ ନାୟକ, ଶଙ୍କର ଗୌଡ଼ଙ୍କ ସମେତ ବହୁ ନେତା, କର୍ମୀ ଓ ସରକାରୀ ଅଧକାରୀ ମାନେ ଶୁଭେଚ୍ଛା ଜଣାଇଥିଲେ I ଦାୟିତ୍ଵ ଗ୍ରହଣ ପରିପ୍ରେକ୍ଷୀ ରେ ଆଗାମୀ ଦିନରେ ଲୋକଙ୍କ ସେବା ନିମନ୍ତେ ନିଜକୁ ଉଚ୍ଚାର୍ଗୀକୃତ କରି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ମାନ୍ୟବର ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ନିତି ଆଦର୍ଶକୁ ପାଥେୟ କରିବା , ଜଣେ ମହିଳା ହିସାବରେ ଆଦିବାସୀ ଅଧୁଷିତ ଅଞ୍ଚଳର ମହିଳା ମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା , ସରକାରଙ୍କ ସମାଜ ମଙ୍ଗଳ ଯୋଜନାରେ ନିୟୋଜିତ ହୋଇ ଜନସାଧାରଣଙ୍କୁ ମୌଳିକ ସୁବିଧା ପହଞ୍ଚାଇବାକୁ ଗୁରୁତ୍ୱ ଦେବା ନେଇ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here