ପାଇକ ରାମଚନ୍ଦ୍ରପୁର ୱାର୍ଡ ସଭ୍ୟ ଓ ସଭ୍ୟାଙ୍କୁ ପଂଚାୟତରେ ଅଣଦେଖା ଅଭିଯୋଗ ।

0
608

ବ୍ରହ୍ମପୁର , ୧୦/୦୬/୨୦୨୨: ପଂଚାୟତ ନିର୍ବାଚନରେ ସାନଖେମୁଣ୍ଡି ପଞ୍ଚାୟତ ସମିତି ଅଧିନ ବହୁ ପଞ୍ଚାୟତରେ ଦେଖାଯାଇଥିବା ଅପରିଣାମଦର୍ଶୀ ନିର୍ବାଚନୀ ଫଳାଫଳର ପ୍ରତିକ୍ରିୟା ସମ୍ପ୍ରତି ପରିଲକ୍ଷିତ ହୋଇଅଛି । ବହୁ ପଞ୍ଚାୟତର ଫଳାଫଳକୁ ନେଇ ପଂଚାୟତବାସୀ ସନ୍ଦିହାନ ଥିବାବେଳେ ଏହାର ପ୍ରଭାବ ଜନ ଆକ୍ରୋଶ ଏବଂ ନିର୍ବାଚିତ ୱାର୍ଡ ସଭ୍ୟଙ୍କ ଠାରେ ପ୍ରତିଫଳିତ ହେଉଅଛି । ବହୁ ନିର୍ବାଚିତ ସରପଂଚ ସ୍ଥାନୀୟ ବ୍ଲକ୍ ପ୍ରଶାସନର ସଲାସୁତୁରାରେ ଫାଇଦା ମାରୁଥିବା ବେଳେ ପଞ୍ଚାୟତର ବିକାଶ ନେଇ ୱାର୍ଡ ସଭ୍ୟଙ୍କ ସମାଲୋଚନାର ଶିକାର ହେବା ସହ ସରପଞ୍ଚଙ୍କ ପ୍ରତି ବିରୋଧାଭାସ ପ୍ରକଟ କରୁଥିବା ଦେଖିବାକୁ ମିଳିଛି । ଏହି କ୍ରମରେ ସାନଖେମୁଣ୍ଡି ବ୍ଲକ୍ ଅନ୍ତର୍ଗତ ଚର୍ଚ୍ଚିତ ପାଇକ ରାମଚନ୍ଦ୍ରପୁର ପଞ୍ଚାୟତର ୧୦ ଜଣ ନିର୍ବାଚିତ ୱାର୍ଡ ସଭ୍ୟ ଗୁରୁବାର ଦିନ ସାନଖେମୁଣ୍ଡି ବିଡ଼ିଓ ଶ୍ରୀ ଗାୟତ୍ରୀ ଦତ୍ତ ନାୟକଙ୍କୁ କାର୍ଯ୍ୟାଳୟରେ ଭେଟି ସେମାନଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ କରିବା ସହିତ ବିଡ଼ିଓଙ୍କ ମାଧ୍ୟମରେ ଗଞ୍ଜାମ ଜିଲ୍ଲାପାଳଙ୍କୁ ଅଭିଯୋଗପତ୍ର ପ୍ରେରଣ କରିଛନ୍ତି । ସେମାନଙ୍କ ଅଭିଯୋଗ ପ୍ରକାରେ ପଞ୍ଚୟତରେ କୌଣସି ବୈଠକ ହୋଇନଥିବା ବେଳେ ବିନା ବୈଠକ ସ୍ଵୀକୃତିରେ ସରପଂଚ , ନିର୍ବାହୀ ଅଧିକାରୀ ଏବଂ ଗ୍ରାମ ରୋଜଗାର ସେବକ ମିଲିତ ଭାବେ ପଞ୍ଚାୟତର ଉନ୍ନୟନ ମୂଳକ କାର୍ଯ୍ୟ ପାଣ୍ଠି ଲୁଟୁଥିବା ସହ ସେମାନଙ୍କ ସହ ଆଦୌ ସଂପର୍କ ରଖି କାର୍ଯ୍ୟ କରୁ ନଥିବା ଅଭିଯୋଗ କରିଛନ୍ତି । ଏହା ସହିତ ବିନା ପଂଚାୟତ ବୈଠକ ନିର୍ଦ୍ଧାରଣରେ ମନରେଗା କାର୍ଯ୍ୟ ସହ ଅନ୍ୟାନ୍ୟ ଉନ୍ନତିମୂଳକ କାର୍ଯ୍ୟ କରି ସେମାନଙ୍କୁ ଅଣଦେଖା କରୁଥିବା କହିଛନ୍ତି । କାର୍ଯ୍ୟାଳୟରେ ବିଡ଼ିଓଙ୍କୁ ଅଭିଯୋଗ ପତ୍ର ପ୍ରଦାନ ସହ ଶୀଘ୍ର ପଂଚାୟତ ବୈଠକ ଡାକିବା , ବୈଠକ ସମନ୍ଧରେ ଯଥାବିଧି ପୂର୍ବ ସୂଚନା ଦେବା , ବୈଠକରେ ଗୃହୀତ ବିବରଣୀ କପି ୱାର୍ଡ ସଭ୍ୟଙ୍କୁ ପ୍ରଦାନ କରିବା , ଆସୁଥିବ ସରକାରୀ ଯୋଜନାକୁ ସେମାନଙ୍କୁ ଅବଗତ କରାଯିବା ନେଇ ଅନୁରୋଧ କରିଛନ୍ତି । ଏହାସହିତ ପଞ୍ଚାୟତ ପି.ଇ.ଓ , ସରପଞ୍ଚ ଏବଂ ଜିଆରଏସଙ୍କ ମିଳିତ ମନମାନିରେ କାର୍ଯ୍ୟ କରିବାରୁ କ୍ଷାନ୍ତ ରହିବାକୁ ଚେତାବନୀ ମଧ୍ୟ ଦେଇଛନ୍ତି । ବିଡ଼ିଓଙ୍କ ଠାରେ କରାଯାଇଥିବା ଅଭିଯୋଗ ସହ ଦାବିପତ୍ରରେ ୱାର୍ଡ ସଭ୍ୟ ସତ୍ୟନାରାୟଣ ଜେନା , ଜୟୀ ଦାସ ,ରୋହିତ ସର୍ଦ୍ଧାର , କାଳିଆ ବିଷୋୟୀ , ଗଉରା ଗୌଡ଼ , ବାବୁ ସ୍ବାଇଁ ,ସଭ୍ୟା ଶ୍ରୀମତୀ ବନିତା ପ୍ରଧାନ , ଗୀତାଞ୍ଜଳି ପ୍ରଧାନ , ସାବିତ୍ରୀ ଗୌଡ଼ , ମଞ୍ଜୁ ସେଠୀ ସାବିତ୍ରୀ ରେଡ୍ଡୀ ପ୍ରମୁଖ ୧୦ ଜନ ସଭ୍ୟା ସଭ୍ୟା ବିଡ଼ିଓଙ୍କ ଠାରେ ଅଭିଯୋଗ କରିଛନ୍ତି । ପୂର୍ବ ଘଟଣା କ୍ରମରେ ଏହି ପଞ୍ଚାୟତର ଗତ ନିର୍ବାଚନରେ ସରପଂଚଙ୍କୁ ଅନାସ୍ଥା ପ୍ରସ୍ତାବରେ ଗାଦିଚ୍ୟୁତ କରି ଉପ ନିର୍ବାଚନ ହୋଇଥିବା କାରଣରୁ ୧୮ ୱାର୍ଡ ବିଶିଷ୍ଟ ଏହି ପଞ୍ଚାୟତର ୧୭ ଜନ ୱାର୍ଡ ସଭ୍ୟ ରହିଛନ୍ତି । ସେଥି ମଧ୍ୟରୁ ୧୦ ଜଣ ସଦସ୍ୟ ପଞ୍ଚାୟତର କାର୍ଯ୍ୟାବଳୀ ନେଇ ଅସନ୍ତୁଷ୍ଠ ଥିବା ଘଟଣା ଆସନ୍ତା ଦିନର ରାଜନୈତିକ ଅନୁଚିନ୍ତାକୁ ଖୋରାକି ଦେଉଛି ।

LEAVE A REPLY

Please enter your comment!
Please enter your name here