ନ୍ୟାସନାଲ ଇଣ୍ଟିଗ୍ରେସନ କ୍ୟାମ୍ପ ୨୦୨୨ରେ ଶ୍ଳୋକ ପ୍ରତିଯୋଗିତା ରେ ପ୍ରଥମ ସ୍ଥାନ ଅଧିକାର କରିଲେ ବେଦ ଛାତ୍ର ସମ୍ଭବ ତ୍ରିପାଠୀ

0
361

ବ୍ରହ୍ମପୁର ,୦୯/୦୬/୨୦୨୨:
ନ୍ୟାସନାଲ ଇଣ୍ଟିଗ୍ରେସନ କ୍ୟାମ୍ପ ୨୦୨୨ରେ ଶ୍ଳୋକ ପ୍ରତିଯୋଗିତା ରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର ବ୍ରହ୍ମପୁର ସ୍ଥିତ ରମାଧିନ ସଂସ୍କୃତ ମହାବିଦ୍ୟାଳୟ ର ସାମବେଦ ଛାତ୍ର ସମ୍ଭବ କୁମାର ତ୍ରିପାଠୀ।ସେ ମିନିଷ୍ଟ୍ରି ଅଫ ୟୁଥ ଅଫାୟାର୍ସ ଆଣ୍ଡ ସ୍ପୋର୍ଟସ, ରିଜିଓନାଲ ଡ଼ାଇରେକ୍ଟର ଏନଏସଏସ ଭୁବନେଶ୍ୱର ଦ୍ୱାରା ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଚାଲିଥିବା ଶିବିରରେ ଅତିଥିମାନ ଙ୍କ ଦ୍ବାରା ପୁରଷ୍କୃତ ହୋଇଥିଲେ। ଭାରତ ସରକାରଙ୍କ ଆଞ୍ଚଳିକ ନିର୍ଦ୍ଦେଶକ ସରିତା ପଟେଲ, ରାୟଗଡା ମହିଳା ମହାବିଦ୍ୟାଳୟ ପ୍ରିନ୍ସିପାଲ ଡକ୍ଟର ଅର୍ଚ୍ଚନା ପଟ୍ଟନାୟକ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଭାଇସ ଚାନ୍ସେଲର ପ୍ରଫେସର ଗୀତାଞ୍ଜଳି ଦାସ ମାନପତ୍ର ଦେଇ ସମ୍ମାନୀତ କରିଥିଲେ। ତାଙ୍କର ଏହି କୃତିତ୍ବ କୁ ସେ ପଢ଼ୁଥିବା କଲେଜ ଓ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here