ପାଟପୁର ଥାନା “ଆମ ପୋଲିସ ସମିତି” ର ମେଗା ରକ୍ତଦାନ ଶିବିର : ରେକର୍ଡ ୪୬୨ ୟୁନିଟ ସଂଗୃହିତ

0
462

ସାନଖେମୁଣ୍ଡି ୨୮/୦୬/୨୦୨୨ : ରକ୍ତ ଅଭାବରୁ କେହି ବି ମୃତ୍ୟୁ ମୁଖରେ ପଡ଼ିବେ ନାହିଁ ଓ ଚିକିତ୍ସା ପାଇଁ ଆବଶ୍ୟକ ହେଉଥିବା ରକ୍ତ ଅଭାବ ପୂରଣ ପାଇଁ ସମସ୍ତେ ଯତ୍ନବାନ ହେବା ନେଇ ପାଟପୁର ଥାନା ଆମପୋଲିସ ସମିତି ପକ୍ଷରୁ ଆୟୋଜିତ ମେଗା ରକ୍ତଦାନ ଶିବିରରେ ଗୁରୁତ୍ୱାରୋପ କରାଯାଇଛି । ରକ୍ତଦାନ ଭଳି ମହାପୁଣ୍ୟ ଅର୍ଜନ କରି ଅନ୍ୟର ଜୀବନ ବଞ୍ଚାଇବା ଶ୍ରେଷ୍ଠ ମାନବୀୟ କର୍ତ୍ତବ୍ୟ ବୋଲି ଏହି ଅବସରରେ ଅତିଥି ମାନେ ମତବ୍ୟକ୍ତ କରିବା ସହ ରକ୍ତଦାନ , ସାମାଜିକ ସଚେତନତା , ଉତ୍ତମ ଜନସଂପର୍କ ଦିଗରେ ଆମ ପୋଲିସ ସମିତି ବ୍ୟାପକ ପଦକ୍ଷେପ ନେଉଥିବା ମତବ୍ୟକ୍ତ କରାଯାଇଛି । ପାଟପୁର ଥାନା ପରିସରରେ ଆମ ପୋଲିସ ସମିତି ପକ୍ଷରୁ ଆୟୋଜିତ ମେଗା ରକ୍ତଦାନ ଶିବିରରେ ଆଜି ରେକର୍ଡ଼ ସଂଖ୍ୟକ ୪୬୨ ୟୁନିଟ ରକ୍ତ ସଂଗୃହୀତ ହୋଇଛି। ପାଟପୁର ଥାନା ପକ୍ଷରୁ ଗୋଟିଏ ଦିନରେ ୪୬୨ ଜଣ ସ୍ଵେଚ୍ଛାକୃତ ରକ୍ତଦାତା ରକ୍ତଦାନ କରିବା ଓଡ଼ିଶା ପୋଲିସ ପାଇଁ ଏକ ସର୍ବକାଳୀନ ରେକର୍ଡ଼ ସୃଷ୍ଟି କରିଛି । ପାଟପୁର ଥାନା ଆଇଆଇସି ଇନ୍ସପେକ୍ଟର ସବ୍ୟସାଚୀ ମଲ୍ଲଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଆୟୋଜିତ ଏହି ମେଗା ରକ୍ତଦାନ ଶିବିରକୁ ମୁଖ୍ୟଅତିଥି ଭାବେ ଆସିକା ସାଂସଦ ପ୍ରମିଳା ବିଷୋୟୀ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ । ଜିଲ୍ଳାପରିଷଦ ସଭ୍ୟ ବିଜୟ ପ୍ରଧାନ ପ୍ରଥମେ ରକ୍ତଦାନ କରି ଶିବିରର ଶୁଭାରମ୍ଭ କରିଥଲେ । ସମ୍ମାନିତ ଅତିଥି ପୂର୍ବତନ ବିଧାୟିକା ନନ୍ଦିନୀ ଦେବୀ , ଗଞ୍ଜାମ ଏସ ପି ବ୍ରିଜେଶ ରାୟ , ଆସିକା ଏସଡିପିଓ ଉମାଶଙ୍କର ସିଂ, ସୋରଡ଼ା ଆଇଆଇସି ରମେଶକୁମାର ପ୍ରଧାନ , ଧରାକୋଟ ଆଇଆଇସି ଉମାକାନ୍ତ ସାହୁ , ଶେରଗଡ଼ ଆଇଆଇସି ମନୋଜକୁମାର ପ୍ରଧାନ , ବଡଗଡ ଆଇଆଇସି ସୁରଜକୁମାର ଝଙ୍କାର ଆମ ପୋଲିସ ସମିତି ଉପଦେଷ୍ଟା ଡ କୈଳାସ ଚନ୍ଦ୍ର ସ୍ବାଇଁଙ୍କ ସମେତ ବ୍ଲକ୍ ଅଧ୍ୟକ୍ଷ ସିମାଞ୍ଚଳ ପାତ୍ର , ଉପାଧ୍ୟକ୍ଷା ରିଙ୍କି ନାୟକ , ଜିଲ୍ଲା ପରିଷଦସଭ୍ୟା ମାମାନି ପାତ୍ର , ସୁଲତାରାଣୀ ସ୍ବାଇଁ , ସରପଞ୍ଚ ଧୋବା ସ୍ବାଇଁ , ସନ୍ତୋଷ ବିଶୋୟୀ , ଜାଗିଲୀ ସେଠି , ମୁକୁନ୍ଦଚନ୍ଦ୍ର ବରାଡ , ମିଥୁନ ସେଠି , ମଙ୍ଗଳା ଗମାଙ୍ଗ , ସୋମନାଥ ପାତ୍ର , ସଂଗ୍ରାମ କେଶରି ବିଷୋୟୀ , ବିଜୟ ଭୁୟାଁ , ଅଶୋକ ସାବତ , ଡି ରାକେଶ ପାତ୍ରଙ୍କ ସମେତ ପଞ୍ଚାୟତ ପ୍ରତିନିଧି ମାନେ ଉପସ୍ଥିତ ରହି ରକ୍ତଦାତଙ୍କୁ ଉତ୍ସାହିତ କରିଥଲେ। ଭଞ୍ଜନଗର ଓ ବ୍ରହ୍ମପୁର ରକ୍ତଭଣ୍ଡାରର ବିଶେଷଜ୍ଞ ଦଳ କର୍ମଚାରୀ ମାନେ ଶୃଙ୍ଖଳିତ ଭାବେ ସଂଗ୍ରହ କରିଥିଲେ ।

LEAVE A REPLY

Please enter your comment!
Please enter your name here