ଅଗ୍ନିପଥର ଚୁକ୍ତି ଭିତ୍ତିକ ନିଯୁକ୍ତିକୁ ବିରୋଧ କରି ପାତ୍ରପୁର କଂଗ୍ରେସର ଶାନ୍ତିପୂର୍ଣ୍ଣ ସତ୍ୟାଗ୍ରହ

0
131

ପାତ୍ରପୁର, ୨୮/୦୬/୨୦୨୨ : ଭାରତୀୟ ସେନା ବାହିନୀରେ ପ୍ରଚଳିତ ସ୍ୱୟଂକ୍ରୀୟ ନିଯୁକ୍ତି ବ୍ୟବସ୍ଥାକୁ ଉଚ୍ଛେଦ କରି ସାଂପ୍ରତିକ କେନ୍ଦ୍ର କେନ୍ଦ୍ର ସରକାର ପ୍ରଚଳିତ କରିଥିବା ଚାରି ବର୍ଷିଆ ଚୁକ୍ତି ଭିତ୍ତିକ ସେନା ବାହିନୀରେ ନିଯୁକ୍ତି ବ୍ୟବସ୍ତା ସମ୍ପ୍ରତି ଯୁବ ମାନସକୁ ପ୍ରଭାବିତ କରୁଅଛି । ବର୍ଷକୁ ଦୁଇକୋଟି ନିଯୁକ୍ତି ପ୍ରଦାନ କରିବାର ବାହାସ୍ପୋଟ ମାରି ଶାସନକୁ ଆସିଥିବା ମୋଦି ସରକାରରେ ଶାସନର ଆଠ ବର୍ଷରେ ନିଯୁକ୍ତି ଘର ଶୁନ ହୋଇଯାଇଥିବା ବେଳେ ଲାଭ ପ୍ରଦାନକାରୀ ସରକାରୀ ସଂସ୍ଥାକୁ ନେଇ ମହାଜନୀ ବେପାର କରୁଛି । ନିଯୁକ୍ତି ପ୍ରଦାନ କାରୀ ସଂସ୍ଥାକୁ ଘରୋଇ କମ୍ପାନୀକୁ ବିକି ଦଳ ମୁନାଫା କମାଉଥିବା ବେଳେ ସ୍ପର୍ଶକାତର ଭାରତୀୟ ସେନା ବାହିନୀରେ ଚାରି ବର୍ଷିଆ ଚୁକ୍ତି ଭିତ୍ତିକ ନିଯୁକ୍ତି ଦେଇ ପରୋକ୍ଷରେ ସେନାବାହିନୀକୁ ମଧ୍ୟ ଘରୋଇକରଣ କରିବାର ଯୋଜନାରେ ଥିବା ସ୍ପଷ୍ଟ ହୋଇଅଛି । ପରନ୍ତୁ ଦେଶର ସାର୍ବଭୌମତ୍ୱର ସୁରକ୍ଷା ପାଇଁ ଚୁକ୍ତି ଭିତ୍ତିକ ନିଯୁକ୍ତି ବ୍ୟବସ୍ତା ଅଗ୍ନିବୀର ଯୋଜନାକୁ ରାଷ୍ଟ୍ରୀୟ ସ୍ତରରେ ବିରୋଧ କରାଯାଉଥିବା ବେଳେ ଭାରତୀୟ ଜାତୀୟ କଂଗ୍ରେସ ଏହାକୁ ଦୃଢ଼ ବିରୋଧ କରିବା ସହିତ ଏହାକୁ ନେଇ ଗଣତାନ୍ତ୍ରିକ ବ୍ୟବସ୍ଥାରେ ସରକାର ଏହାକୁ ପ୍ରତ୍ୟାହାର ନ କଲେ ଆସନ୍ତା ଦିନରେ ରାଜରାସ୍ତାକୁ ଓହ୍ଲାଇବାକୁ ନେଇ ଆଜି ନିର୍ବାଚନ ମଣ୍ଡଳୀ ସ୍ତରରେ ଶାନ୍ତିପୂର୍ଣ୍ଣ ସତ୍ୟାଗ୍ରହ ସମାବେଶ ଆୟୋଜନ କରିଅଛି । ଏହାକୁ ନେଇ କାଲି ପାତ୍ରପୁର ବ୍ଳକ କାର୍ଯ୍ୟାଳୟ ପରିସରରେ ବ୍ଳକ କଂଗ୍ରେସ ଦଳ ପକ୍ଷରୁ ଶାନ୍ତିପୁର୍ଣ ସତ୍ୟାଗ୍ରହ ସମାବେଶ ଆୟୋଜନ ହୋଇଯାଇଛି । କାଲି ଦିନ ସାଢେ଼ ଦଶଟା ସମୟରେ ବ୍ଳକ କଂଗ୍ରେସ କାର୍ଯ୍ୟାଳୟ ସମ୍ମୁଖରୁ କଂଗ୍ରେସ କର୍ମୀ ,କର୍ମକର୍ତ୍ତା ଓ ସମର୍ଥକ ବିଶାଳ ପଦଯାତ୍ରା କରି ଅଗ୍ନିଵୀର ନିଯୁକ୍ତି ବିରୋଧୀ ସହ ମୋଦି ସରକାର ବିରୋଧୀ ସ୍ଲୋଗାନ ଦେଇ ରାଲିରେ ପରିକ୍ରମା କରିଥିଲେ । ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ଗାନ୍ଧୀ ମୁର୍ତ୍ତିକୁ ମାଲ୍ୟାର୍ପଣ କରିଥିଲେ।ଏଥି ସହ ଗାନ୍ଧୀଙ୍କ ପ୍ରତିମୁର୍ତ୍ତୀ ସମ୍ମୁଖରେ ବସି ଶାନ୍ତିପୂର୍ଣ୍ଣ ସତ୍ୟାଗ୍ରହ କରିଥିବା ଜଣାପଡିଛି । ପାତ୍ରପୁର ବ୍ଳକ କଂଗ୍ରେସ ନେତା ଶଙ୍କର ଅଧିକାରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହୁ କଂଗ୍ରେସ ନେତା ଓ କର୍ମୀ ଯୋଗ ଦେଇଥିଲେ। ସେମାନଙ୍କ ମଧ୍ୟରୁ କେ ଜ୍ୟୋତି ରେଡ୍ଡୀ,ଝରାମଣି ସବର,ଝୁନୁ ବେହେରା,ଅନୀତା ବେହେରା, ଶୁଶାନ୍ତ ପାଣିଗ୍ରାହୀ, ପ୍ରତାପ ଜେନା ଓ ଉର୍ବଶୀ ବାଦାଙ୍କ ସହ ବହୁ କଂଗ୍ରେସ କର୍ମୀ ଏହି ସତ୍ୟାଗ୍ରହ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here