ଆନ୍ଧ୍ର ବିଚ୍ଛିନ୍ନାଞ୍ଚଳ ରେ ଥିବା ବିଦ୍ୟାଳୟ ଗୁଡିକ ର ଓଡ଼ିଆ ଛାତ୍ର ଛାତ୍ରୀ ମାନଙ୍କୁ ଓଡ଼ିଆ ଭାଷା ସାହିତ୍ୟ ପାଠ୍ୟ ପୁସ୍ତକ ପ୍ରଦାନ।

0
151

ବ୍ରହ୍ମପୁର, ୨୮/୦୬/୨୦୨୨: ଓଡ଼ିଶା ବିଚ୍ଛିନ୍ନାଞ୍ଚଳ ରେ ଥିବା ପ୍ରତ୍ୟେକ ରାଜ୍ୟର ବିଦ୍ୟାଳୟ ଗୁଡିକ ରେ ପଠନରତ ଓଡ଼ିଆ ଛାତ୍ର ଛାତ୍ରୀ ମାନଙ୍କ
ପାଇଁ ଓଡ଼ିଶା ସରକାର ମାଗଣାରେ ପାଠ୍ୟପୁସ୍ତକ ପ୍ରତି ବର୍ଷ ଉତ୍କଳ ସମ୍ମିଳନୀ ର ସହଯୋଗ ରେ ପଠାଇଥାନ୍ତି। ଏହି ପରିପ୍ରେକ୍ଷୀରେ ଚଳିତ ବର୍ଷ ଆନ୍ଧ୍ର ପ୍ରଦେଶ ସ୍ଥିତ ଶ୍ରୀକାକୁଲମ, ବିଜୟା ନଗର ଓ ବିଶାଖାପାଟଣା ଶିକ୍ଷା ଜିଲ୍ଲା ର ୩୧ ଗୋଟି ଓଡ଼ିଆ ବିଦ୍ୟାଳୟର ନବମ ଓ ଦଶମ ଶ୍ରେଣୀ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ପାଠ୍ୟପୁସ୍ତକ ପଠାଯାଇଛି। ସ୍ଥାନୀୟ ଆମ୍ବପୁଆ ସ୍ଥିତ ବୋର୍ଡ ଅଫ୍ ସେକେଣ୍ଡାରୀ କାର୍ଯ୍ୟାଳୟ ରୁ ଚଳିତ ବର୍ଷ ନବମ ଶ୍ରେଣୀର ଛାତ୍ର ଛାତ୍ରୀ ମାନଙ୍କ ପାଇଁ ସାହିତ୍ୟ ଧାରା ୧୨୧୫ ଏବଂ ମାଧ୍ୟମିକ ବ୍ୟାକରଣ ୧୨୧୫ ଓ ଦଶମ ଶ୍ରେଣୀ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ସାହିତ୍ୟ ଧାରା ୧୨୮୫ ଓ ମାଧ୍ୟମିକ ବ୍ୟାକରଣ ୧୨୮୫ ପାଠ୍ୟପୁସ୍ତକ ପୁସ୍ତକ ପ୍ରଦାନ କରାଯାଇଛି। ବ୍ରହ୍ମପୁର ଜୋନାଲ ଡେପୁଟି ସେକ୍ରେଟାରୀ ସୁବାସ ଚନ୍ଦ୍ର ବେହେରା ଓ ଆନ୍ଧ୍ର ପ୍ରଦେଶ ଶ୍ରୀକାକୁଲମ ଜିଲ୍ଲା ଶିକ୍ଷା ଅଧିକାରୀ ହରିଶ୍ଚନ୍ଦ୍ର ପାଢ଼ୀ ସରକାରୀ ଚିଠି ପତ୍ର ଆଦାନ ପ୍ରଦାନ କରିଥିଲେ।
।ଏହି ଅବସରରେ ଉତ୍କଳ ସମ୍ମିଳନୀ ଗଞ୍ଜାମ ଜିଲ୍ଲା ସଭାପତି ଡ଼ ସୁବ୍ରତ କୁମାର ସାହୁ, ଆନ୍ଧ୍ର ପ୍ରଦେଶ ସଂଖ୍ୟାଲଘୁ କମିଶନ ଓଡ଼ିଆ ଅଧ୍ୟକ୍ଷ ବରିଷ୍ଠ ଅଧିବକ୍ତା ସତ୍ୟନାରାୟଣ ପାଢ଼ୀ, ଆନ୍ଧ୍ର ପ୍ରଦେଶ ଓଡ଼ିଆ ଶିକ୍ଷକ ସଂଘ ର ସାଧାରଣ ସମ୍ପାଦକ ବୃନ୍ଦାବନ ଦଳେଇ ସମ୍ପାଦକ ତ୍ରିଲୋଚନ ପଲାଇ ଏବଂ ଇଚ୍ଛାପୁର ବାପୁଜୀ ପାଠାଗାର ସଭାପତି ରଘୁନାଥ ଗୌଡ଼ ଙ୍କ ସମେତ ବୋର୍ଡ଼ କାର୍ଯ୍ୟାଳୟ କର୍ମଚାରୀ ବୃନ୍ଦ ସହଯୋଗ କରିଥିଲେ।ଏହି ପରିପ୍ରେକ୍ଷୀରେ ଉତ୍କଳ ସମ୍ମିଳନୀ ଗଞ୍ଜାମ ଜିଲ୍ଲା ସମ୍ପାଦକ ଦୀନବନ୍ଧୁ ଶ୍ରୀପଲ୍ଲବ ମାନ୍ୟବର ମୁଖ୍ୟମନ୍ତ୍ରୀ, ଗଣଶିକ୍ଷା ମନ୍ତ୍ରୀ ଓ ବିଭାଗୀୟ ଅଧିକାରୀ ମାନଙ୍କ ସମେତ ଉତ୍କଳ ସମ୍ମିଳନୀ ରାଜ୍ୟ ସଭାପତି ଙ୍କୁ ଏବଂ ଏହି କାର୍ଯ୍ୟକ୍ରମ ରେ ସହଯୋଗ ପ୍ରଦାନ କରିଥିବା ସମସ୍ତ ଅଧିକାରୀ ଉପସ୍ଥିତ ଥିବା ସଂଖ୍ୟା ଲଘୁ ସଭାପତି ଓ ଶିକ୍ଷକ ସଂଘର କର୍ମକର୍ତ୍ତା ମାନଙ୍କୁ ଧନ୍ୟବାଦ ଅର୍ପଣ ଥିଲେ।

LEAVE A REPLY

Please enter your comment!
Please enter your name here