ବ୍ରହ୍ମପୁର,୩୦/୦୬/୨୦୨୨:
୬ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପଡିଛନ୍ତି ପାତ୍ରପୁର ବ୍ଲକ ତୁରୁବୁଡ଼ି ପଞ୍ଚାୟତ ନିର୍ବାହୀ ଅଧିକାରୀ ରାଜେନ୍ଦ୍ର କୁମାର ବେହେରା।ଆଜି ପଞ୍ଚାୟତ ନିର୍ବାହୀ ଅଧିକାରୀ ରାଜେନ୍ଦ୍ର କୁମାର ବେହେରା।ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀ ଶ୍ରୀମତି ଗୌଡଙ୍କ ଶେଷ କିସ୍ତି ୩୦ ହଜାର ଟଙ୍କା ରିଲିଜ କରିବାକୁ ୬ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ଶ୍ରୀ ରାଜେନ୍ଦ୍ର ବେହେରା ଙ୍କ କେ.ନୂଆଗାଁ ଥାନା ଅନ୍ତର୍ଗତ ବନମାଳୀ ଗ୍ରାମ ସ୍ଥିତ ବାସଭବନ ଏବଂ ବ୍ରହ୍ମପୁର ବଡବଜାର ଥାନା ଅନ୍ତର୍ଗତ ଲକ୍ଷ୍ମୀ ନଗର ସ୍ଥିତ ଭଡା ଘର ଉପରେ ମଧ୍ୟ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଏନେଇ ଭିଜିଲାନ୍ସ କେଶ ନମ୍ବର ୧୦/୨୦୨୨ ରୁଜୁ କରାଯାଇଥିବା ଭିଜିଲାନ୍ସ ପକ୍ଷରୁ ସୁଚନା ଦିଆଯାଇଛି
Home ବ୍ରହ୍ମପୁର ସ୍ପେଶାଳ ୬ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପଡିଲେ ପାତ୍ରପୁର ବ୍ଲକ ତୁରୁବୁଡ଼ି ପଞ୍ଚାୟତ...