ମୋହନା ଏମ କେ ସି ଜି ଦୃଷ୍ଟିହୀନ ବଧିର ମାନସିକ ଅନଗ୍ରସର ଓ ମସ୍ତିଷ୍କ ପକ୍ଷାଘାତ ଆବାସିକ ବିଦ୍ୟାଳୟରେ ପୋଷାକ ବିତରଣ

0
403

ବ୍ରହ୍ମପୁର , ୦୧/୦୭/୨୦୨୨ : ଗଜପତି ଜିଲ୍ଲାର ଏକମାତ୍ର ସ୍ୱତନ୍ତ୍ର ବିଦ୍ୟାଳୟ ମୋହନା ସ୍ଥିତ ” ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଦୃଷ୍ଟିହୀନ ବଧିର ମାନସିକ ଅନଗ୍ରସର ଓ ମତିଷ୍କ ପକ୍ଷlଘାତ ସ୍ୱତନ୍ତ୍ର ବିଦ୍ୟାଳୟ “ରେ ପରିଚାଳନା କମିଟି ପକ୍ଷରୁ ଅନ୍ତେବାସୀ ଶିକ୍ଷାର୍ଥୀଙ୍କୁ ପୋଷାକ ବିତରଣ କରାଯାଇଅଛି । ପବିତ୍ର ରଥଯାତ୍ରା ଅବସରରେ ପରିଚାଳନା କମିଟି ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଅନ୍ତେବାସୀ ଶିକ୍ଷାର୍ଥୀଙ୍କୁ ସ୍କୁଲ ୟୁନିଫର୍ମ , ଜୋତା ସହ ମିଷ୍ଟାନ ବଣ୍ଟନ କରାଯାଇଥିଲା l ଏହି ପରିପ୍ରେକ୍ଷୀରେ ଆୟୋଜିତ ଏକ ସ୍ବତନ୍ତ୍ର ଉତ୍ସବରେ ମୋହନା ପଂଚାୟତ ସରପଞ୍ଚ ଶ୍ରୀମତୀ ସୁନିତା ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ ସହ କାର୍ଯ୍ୟକ୍ରମ ଉଦଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଶ୍ରୀ ସୁକାନ୍ତ ମଲ୍ଲିକ , ଅନୁଷ୍ଠାନର ସମ୍ପାଦକ ଶ୍ରୀ ଦଣ୍ଡlସୀ ସାହୁ , ଉପସଭାପତି ଶ୍ରୀ ଶରତ ଚନ୍ଦ୍ର ମଲ୍ଲିକ , ନାଏବ ସରପଞ୍ଚ ଶ୍ରୀ ରସାନନ୍ଦ ପାଣି , ଅବସରପ୍ରାପ୍ତ ଶିକ୍ଷକ ଶ୍ରୀ ପ୍ରଶାନ୍ତ ବୀର , ପରିଚାଳନା କମିଟି ସଭ୍ୟ ପ୍ରକାଶ ପାଇକ , ସୁରେନ୍ଦ୍ର ଜେନା ପ୍ରମୁଖ ମଞ୍ଚାସୀନ ରହି ଅନୁଷ୍ଠାନର ପରିଚାଳନାଗତ ଦିଗ ସହ ଅନ୍ତେବାସୀ ଭିନ୍ନକ୍ଷମ ଶିକ୍ଷାର୍ଥୀଙ୍କୁ ସମାଜର ମୁଖ୍ୟସ୍ରୋତକୁ ଆଣିବାକୁ ଅନୁଷ୍ଠାନର ପ୍ରାୟାସକୁ ନେଇ ନିଜନିଜ ସୁଦୁରପ୍ରସାରୀ ଅଭିବ୍ୟକ୍ତି ରଖିଥିଲେ । ଆଦିବାସୀ ଅଧ୍ୟୁଷିତ ଗଜପତି ଜିଲ୍ଲାରେ ଏକମାତ୍ର ଘରୋଇ ଶିକ୍ଷାନୁଷ୍ଠାନ ଭାବେ ଭିନ୍ନକ୍ଷମ ଏବଂ ମାନସିକ ଅନଗ୍ରସର ଶିକ୍ଷାର୍ଥୀଙ୍କୁ ଉପଯୁକ୍ତ ଭିତ୍ତିଭୂମୀ ସହିତ ଆବାସିକ ଶିକ୍ଷା ପ୍ରଦାନ କରୁଥିବାରୁ ବିଦ୍ୟାଳୟ ସହ ପରିଚାଳନା କମିଟି ବୃନ୍ଦଙ୍କ ସେବା ମନୋବୃତ୍ତିକୁ ନେଇ ସାଧୁବାଦ ଜଣାଇଥିଲେ । ପରିଶେଷରେ ଅନୁଷ୍ଠାନର ଉପସଭାପତି ଶ୍ରୀ ଶରତ ଚନ୍ଦ୍ର ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ l

LEAVE A REPLY

Please enter your comment!
Please enter your name here