ବାଲ୍ମୀକେଶ୍ଵର ଅନାଥ ଆଶ୍ରମ ଧରାକୋଟରେ ସ୍ୱାସ୍ଥ୍ୟ ସଚେତନତା

0
487

ବ୍ରହ୍ମପୁର , ୦୨/୦୭/୨୦୨୨ : ଧରାକୋଟ ସ୍ଥିତ ବାଲ୍ମୀକେଶ୍ଵର ଅନାଥ ଆଶ୍ରମ ଠାରେ ଆଜି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଧରାକୋଟ ସୌଜନ୍ୟରୁ ସାଧାରଣ ସ୍ୱାସ୍ଥ୍ୟ ଓ କରୋନା ସଂକ୍ରମଣ ଜନିତ ସାଧାରଣ ସାବଧାନତା ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି । ଆଶ୍ରମର ସମସ୍ତ ଅନ୍ତେବାସୀ ଶିଶୁମାନଙ୍କୁ ନେଇ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଏହା ଆୟୋଜନ କରଯାଇଥିଲା । ଏହି ଅବସରରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଭରପ୍ରାପ୍ତ ଚିକିସ୍ଥାଧିକାରୀ ଡ଼ା ଏମ ଭି. କେ. ଅଶୋକ ଏବଂ ଡ଼ା. ଶଙ୍କର ନାରାୟଣ ବେହେରା , ଗୋଷ୍ଠୀ ସ୍ବାସ୍ଥ୍ୟ ପ୍ରବନ୍ଧକ ପ୍ରିୟଙ୍କା ମହାନ୍ତି, ସ୍ବାସ୍ଥ୍ୟକର୍ମୀ କେ.ବିଷ୍ଣୁ ପ୍ରିୟା ରେଡ୍ଡୀ, ମନୀଷା ବିଶ୍ୱାସ, ସିଏଚ୍ଓ ବିନାୟକ ସାହୁ, ସହଯୋଗୀ କର୍ମଚାରୀ ହିମାଂଶୁ ଶେଖର ଡାକୁଆ, ମନୋଜ ନାୟକ, ସୁଶାନ୍ତ ମିଶ୍ରଙ୍କ ଉପସ୍ଥିତିରେ ଶିଶୁମାନକୁ ସ୍ୱାସ୍ଥ୍ୟ ପରିଚ୍ଛନ୍ନତା ରଖିବା ଓ ମହାମାରୀ କରୋନା ସଂକ୍ରମଣ ନେଇ ସାଧାରଣ ସାବଧାନତା ନେଇ ସଚେତନତା କରଯାଇଥିଲା । ଏହି ଅବସରରେ ଅନ୍ତେବାସୀ ଶିଶୁମାନକ ଦ୍ଵାରା ଚିତ୍ରାଙ୍କନ ମାଧ୍ୟମରେ ସ୍ୱାସ୍ଥ୍ୟ ବାର୍ତ୍ତା ପ୍ରସ୍ତୁତି ସହିତ ସଚେତନା ମନଯୋଗି କରଯାଇଥିଲା । ଉଭୟ ଚିକିସ୍ଥାଧିକାରୀଙ୍କ ଉପସ୍ଥିତରେ ଶିଶୁ ମାନକ ଦ୍ଵାରା କେକ କଟାଯିବା ସହ ମିଷ୍ଟାନ୍ନ ବଣ୍ଟନ କରଯାଇଥିଲା । ଆୟୋଜିତ ଏହି କାର୍ଯ୍ୟକ୍ରମରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ବିଶେଷଜ୍ଞ ଡାକ୍ତରଙ୍କ ଦ୍ଵାରା ଶିଶୁମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ସହ ସଚେତନତା କରାଯାଇଥିଲା । ପରିଶେଷରେ ଆଶ୍ରମର କୁନିକୁନି ଶିକ୍ଷାର୍ଥୀଙ୍କ ଦ୍ଵାରା ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ କରୋନା ସତର୍କତା ଏବଂ ଉତ୍ତମ ସ୍ୱାସ୍ଥ୍ୟ ସମନ୍ଧିତ ସଚେତନା ସଙ୍ଗୀତ ପରିବେଷଣ କରାଯାଇଥିଲା । ଆୟୋଜିତ କାର୍ଯ୍ୟକ୍ରମରେ ଆଶ୍ରମର କେ.ଟୁନା ଦୋରା, ପି. ଗୀତାଞ୍ଜଳି ଦୋରା, ପ୍ରସାଦ କୁମାର ଗୌଡ, ଶିଶିର କୁମାର ରାଜ ପ୍ରମୁଖଙ୍କ ସହ ସମସ୍ତ କର୍ମଚାରୀ ଉପସ୍ଥିତ ରହି ପରିଚାଳନା ଗତ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here