ଶ୍ରୀମତି ମୀନା ଦ୍ୟାନ ସାମନ୍ତରା ହେଲେ ଗଞ୍ଜାମ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ

0
438

ବ୍ରହ୍ମପୁର,୧୮/୦୭/୨୦୨୨:
ଭାରତୀୟ ଜନତା ପାର୍ଟି ଗଞ୍ଜାମ ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନା ଗଞ୍ଜାମ ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ଭାବେ ଶ୍ରୀମତି ମୀନା ଦ୍ୟାନ ସାମନ୍ତରାଙ୍କ ନାମ ଘୋଷଣା କରିଛନ୍ତି । ଶ୍ରୀମତି ମୀନା ଦ୍ୟାନ ସାମନ୍ତରା ଗଞ୍ଜାମ ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ଭାବେ ଦାୟୀତ୍ୱ ନେଇଥିବାରୁ ଦଳର ବରିଷ୍ଠ ନେତା ପ୍ରଭାତ କିରଣ ଷଡ଼ଙ୍ଗୀ, ଏନ୍.ରାଜେନ୍ଦ୍ର କୁମାର, ମନୋଜ ପଟ୍ଟନାୟକ,ରାମ କୁମାର ପାତ୍ର, ସୁନିଲ କୁମାର ସାହୁ,ସିଦ୍ଧାନ୍ତ ଗଙ୍ଗଦେବ,ମଦନ ମୋହନ ପାତ୍ର,ବାଳକୃଷ୍ଣ ସାମନ୍ତରା,ସୁଶିଳା ମଲ୍ଲିକ, କର୍ପୋରେଟର ନୀଳକଣ୍ଠ ସାହୁ, ଡ଼ି.କରୁଣାକର,ପ୍ରଦୀପ ଶତପଥି,ସବିତା ସାହୁ,ରଞ୍ଜିତା ବେହେରା,ସାବିତ୍ରୀ ନାୟକ,ବନିତା ସାହୁ,ବିନାୟକ ରଥ,ଶିବ ଶଙ୍କର ନାୟକ,ସରୋଜ ପାତ୍ର,ଶିବ ଶଙ୍କର ଶତପଥି,କିରଣ କୁମାର ସାହୁ,ସରୋଜ ଦାସ,ସୁବ୍ରତ ପାଳ,କେ.ଟୁଙ୍ଗୁରୁ ପାତ୍ର ପ୍ରମୁଖ କାର୍ଯ୍ୟକର୍ତ୍ତା ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ଶ୍ରୀମତି ମୀନା ଦ୍ୟାନସାମନ୍ତରା ଙ୍କ ନେତୃତ୍ବରେ ଗଞ୍ଜାମ ଜିଲ୍ଲାରେ ମହିଳା ମୋର୍ଚ୍ଚା ସୁଦୃଢ଼ ହୋଇ ନିଶ୍ଚୟ ଆଗକୁ ବଢିବ ବୋଲି କାର୍ଯ୍ୟକର୍ତ୍ତା ମାନେ ପ୍ରକାଶ କରିଛନ୍ତି । ଶ୍ରୀମତି ମୀନା ଦ୍ୟାନ ସାମନ୍ତରାଙ୍କୁ ଗଞ୍ଜାମ ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ଭାବେ ନିଯୁକ୍ତି ଦେଇଥିବାରୁ ଜିଲ୍ଲା ସଭାପତି ବିଭୁତି ଭୂଷଣ ଜେନା,ରାଜ୍ୟ ଉପ ସଭାପତି ଭୃଗୁ ବକ୍ସିପାତ୍ର,ଜିଲ୍ଲା ପ୍ରଭାରୀ ଅଶୋକ ମିଶ୍ର,ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକ ଓ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କୁ ଧନ୍ୟବାଦ ସହ କୃତଜ୍ଞତା ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here