ଗଜପତି ଜିଲ୍ଲା ପରିଷଦ ଅଧ୍ୟକ୍ଷଙ୍କ ଖସଡ଼ା ପର୍ଯ୍ୟଟନ ସ୍ଥଳୀ ସହ ଅଞ୍ଚଳ ବିଦ୍ୟାଳୟର ଶିକ୍ଷା ବ୍ୟବସ୍ଥା ପରିଦର୍ଶନ

0
203

ବ୍ରହ୍ମପୁର , ୦୩/୦୮/୨୦୨୨ : ଗଜପତି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି. ତିରୁପତି ରାଓ ଦୁଇଦିନିଆ ମୋହନା ବ୍ଲକ ଗସ୍ତରେ ଆସି ଆଜି ଦ୍ୱିତୀୟ ଦିନରେ ବ୍ଲକ ଅନ୍ତର୍ଗତରେ ଥିବା ପ୍ରମୁଖ ପର୍ଯ୍ୟଟନ ସ୍ଥଳ ଖସଡାରେ ପହଞ୍ଚି ପାରିପାର୍ଶ୍ବିକ ଅବସ୍ଥାର ଅନୁଧ୍ୟାନ କରିଥିଲେ। ପର୍ଯ୍ୟଟନ ସ୍ଥଳକୁ ଦୈନିକ ହଜାର ହଜାର ପର୍ଯ୍ୟଟକ ଆସୁଥିବା ବେଳେ ସେମାନଙ୍କ ପାଇଁ କୌଣସି ମୌଳିକ ସୁବିଧା ନ’ଥିବାରୁ ଅସନ୍ତୋଷ ବ୍ୟକ୍ତ କରିଥିଲେ । ଗଜପତି ଜିଲାପାଳଙ୍କ ଦୃଷ୍ଟିକୁ ଆଣି ଖସଡ଼ା ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ଶୌଚାଳୟ, ପାନୀୟ ଜଳ, ବିଦ୍ୟୁତ, ଶିଶୁ ପାର୍କ, ରୋଷେଇ ଘର, ବିଶ୍ରାମ ଗୃହ, ଏବଂ ଦୈନିକ ବଜାର ଗୃହ ଆଦି ପ୍ରତିଷ୍ଠା ନିମନ୍ତେ ପଦକ୍ଷେପ ନିଆଯିବ ବୋଲି ଅଧ୍ୟକ୍ଷ ଘୋଷଣା କରିଥିଲେ । ଅଧ୍ୟକ୍ଷଙ୍କ ଅଞ୍ଚଳ ପରିଦର୍ଶନ ସମୟରେ ବହୁ ବିଜେଡି କର୍ମୀ ଓ ଦଳୀୟ ନେତାଙ୍କ ସହ ଚନ୍ଦ୍ରଗିରି ଜିଲ୍ଲା ପରିଷଦ ସଭ୍ୟ ସୁନୀଲ ବିଷୋୟୀ ମଧ୍ୟ ଉପସ୍ଥିତ ରହି । ଏହା ପରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ରାଓ ଯୁବଗାଁ ଆଶ୍ରମ ବିଦ୍ୟାଳୟ ପରିଦର୍ଶନ କରି କର୍ମଚାରୀଙ୍କ ସହ ବିଦ୍ୟାଳୟର ଆନୁଷଙ୍ଗିକ ବ୍ୟବସ୍ଥା ନେଇ ଆଲୋଚନା କରିଥିଲେ । ପ୍ରଧାନ ଶିକ୍ଷକ ଓ କର୍ମଚାରୀଙ୍କ ସହ ଆଲୋଚନା ଭିତ୍ତିରେ ଅନ୍ତେବାସୀ ଶିକ୍ଷାର୍ଥୀଙ୍କ ପ୍ରତି ରହିଥିବା ବ୍ୟବସ୍ଥାର ସୁଧାର ନିମନ୍ତେ ନିର୍ଦେଶ ଦେଇଥିଲେ । ଏହା ସହ ଅଧ୍ୟକ୍ଷ ମହାଶୟ ମାଣିକପୁର ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କରିବା ସହ ବହୁ ଅବ୍ୟବସ୍ଥା ଦେଖି ମୋହନା ବ୍ଲକ ଶିକ୍ଷା ଅଧିକାରୀଙ୍କୁ ବିଦ୍ୟାଳୟ ପରିଦର୍ଶନ କରି ପୁଙ୍ଖାନୁପୁଙ୍ଖ ତଦନ୍ତ ରିପୋର୍ଟ ଦେବାକୁ ନିର୍ଦେଶ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here