ବ୍ରହ୍ମପୁର,୦୪/୦୮/୨୦୨୨: ବ୍ରହ୍ମପୁର ବିଶ୍ବବିଦ୍ୟାଳୟ କ୍ୟାରିଅର ଏବଂ ନିଯୁକ୍ତି ସହାୟତା କକ୍ଷ ଆନୁକୂଲ୍ୟରେ ୪ଦିନ ବ୍ୟାପି ଏକ ବ୍ୟବହାରିକ ଦକ୍ଷତା ବିକାଶ ପ୍ରଶିକ୍ଷଣ କାର୍ଯ୍ୟକ୍ରମ କୁ କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ ଙ୍କ ପୈରୋହିତ ରେ ଉଦଘାଟନ ହୋଇଯାଇଛି।ଏହି ପ୍ରଶିକ୍ଷଣ ଶିବିରରେ ୨୩ ଗୋଟି ସ୍ନାତକୋତ୍ତର ବିଭାଗର ୨୫୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ।ଏହି କାର୍ଯ୍ୟକ୍ରମ ଟି ପୁନା ସ୍ଥିତ ଏମଏସ ରୁବିକୋନ ସ୍କିଲ ଡେଭେଲଫମେଣ୍ଟ ସଂସ୍ଥା ର ସହଯୋଗ ରେ ସଂଗଠିତ ହୋଇଅଛି। ପ୍ରଥମ କକ୍ଷ ର ସଂଯୋଜକ ଡାଃ. ସୁମନ କଲ୍ୟାଣ ଚୌଧୁରୀ ସ୍ବାଗତ ଭାଷଣ ଦେଇଥିଲେ।ଏହି ପ୍ରଶିକ୍ଷଣ ଶିବିରରେ ସ୍ନାତକୋତ୍ତର ବିଭାଗର ଅଧକ୍ଷ ପ୍ରଫେସର ପ୍ରତାପ କୁମାର ମହାନ୍ତି,ଆଇକ୍ୟୁଏସି ର ନିର୍ଦ୍ଦେଶକ ପ୍ରଫେସର ସୁଧାକର ପାତ୍ର ଏବଂ ଏଚଆରଡିସି ର ନିର୍ଦ୍ଦେଶକ ଡାଃ ନିହାର ରଞ୍ଜନ ମିଶ୍ର ପ୍ରମୁଖ ବ୍ୟବହାରିକ ଦକ୍ଷତା ର ଆବଶ୍ୟକତା ଏବଂ ଉପାଦେୟତା ବିଷୟରେ ଆଲୋକପାତ କରିଥିଲେ। ରୁବିକୋନ ସଂସ୍ଥା ର ପ୍ରଶିକ୍ଷକ ଶ୍ରୀମତୀ ରୀଲା ସାହୁ ବ୍ୟବହାରିକ ଦକ୍ଷତା ର ପ୍ରାସଙ୍ଗକତା ଉପରେ ଗୁରୁତ୍ୱ ଆରୋପ କରିଥିଲେ।ଏଥିରେ କକ୍ଷର ଦାୟିତ୍ୱ ନିର୍ବାହ ପ୍ରଫେସର ବି.ବି.ମହାପାତ୍ର ଉପସ୍ଥିତ ଥିଲେ। ନିଯୁକ୍ତି କକ୍ଷ ର ଆବାହକ ଡାଃ.ସୁମନ କଲ୍ୟାଣ ଚୌଧୁରୀ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରିଥିଲେ। ବ୍ୟବସାୟିକ ପରିଚାଳନା ବିଭାଗର ସ୍ବେଚ୍ଛାସେବୀ ଶ୍ରୀ ସ୍ବପନଜିତ ସାହୁ, ଜନକ ବେହେରା ଏବଂ କେ.ଭାମି କ୍ରିଷ୍ଣା କାର୍ଯ୍ୟକ୍ରମ ର ସଫଳ ରୂପାୟନ ପାଇଁ ପ୍ରଚେଷ୍ଟା ଜାରି ରଖିଛନ୍ତି।
Home ବ୍ରହ୍ମପୁର ସ୍ପେଶାଳ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ର ନିଯୁକ୍ତି ସହାୟତା କକ୍ଷ ତରଫରୁ ୪ଦିନିଆ ବ୍ୟବହାରିକ ଦକ୍ଷତା ବିକାଶ ପ୍ରଶିକ୍ଷଣ...