“ଜାତୀୟ ଅସ୍ଥି ଓ ଗଣ୍ଠି ଦିବସ ପାଳିତ”

0
132

ବ୍ରହ୍ମପୁର,୦୪/୦୮/୨୦୨୨:
ବ୍ରହ୍ମପୁର ଅସ୍ଥିଶଲ୍ୟ ମଞ୍ଚ ତରଫରୁ ଜାତୀୟ ଅସ୍ଥି ଓ ଗଣ୍ଠି ଦିବସ ଅବସର ରେ ଆଜି ଅପରାହ୍ନରେ ସ୍ଥାନୀୟ ମହାରାଜା କୃଷ୍ଣ ଚନ୍ଦ୍ର ଭେଷଜ ମହାବିଦ୍ୟାଳୟ ର ୬୫୦ ଅଧ୍ୟାପନା କକ୍ଷରେ ଦୁର୍ଘଟଣା ସ୍ଥଳରେ ଜୀବନ ରକ୍ଷାକାରୀ ପଦକ୍ଷେପ ଓ ପ୍ରାଥମିକ ଚିକିତ୍ସା ସଂପର୍କରେ ଏକ କର୍ମଶାଳା ତଥା ଆଲୋଚନା ଚକ୍ରର ଆୟୋଜନ କରାଯାଇ ଥିଲା। ମଞ୍ଚ ର ସଂପାଦକ ଡା.ସଂକର୍ଷଣ ପାତ୍ର ଙ୍କ ସଂଚାଳନାରେ ଆୟୋଜିତ ଏହି ସଭାରେ ସଭାପତି ଡା.ଅବନି କାନ୍ତ ମିଶ୍ର ଅଧ୍ୟକ୍ଷତା କରିଥିଲେ। ଏହାକୁ ଉପଦେଷ୍ଟା ପଦ୍ମଶ୍ରୀ ଡାକ୍ତର.ପ୍ରଫେସର କୃଷ୍ଣ ମୋହନ ପାଠୀ ପ୍ରଦୀପ ପ୍ରଜ୍ବଳନ କରି ଉଦ୍ଘାଟନ କରିଥିଲେ ଏବଂ ଏପରି କାର୍ଯ୍ୟକ୍ରମର ଭୁୟସୀ ପ୍ରଶଂସା କରିଥିଲେ ।ସଭାପତି ଡା.ମିଶ୍ର ଦୃତ ଗତିରେ ବୃଦ୍ଧି ପାଉଥିବା ଦୁର୍ଘଟଣା ଓ ତତ୍ ଜନିତ ଅକାଳ ମୃତ୍ୟୁ ବିଷୟରେ ଉଲ୍ଲେଖ କରି ଉଦ୍ବେଗ ପ୍ରକାଶ କରିଥିଲେ ଏବଂ ଏହି ପରିପ୍ରେକ୍ଷିରେ ଆଜିର ଦିବସର କାର୍ଯ୍ୟକ୍ରମ କିପରି ଗୁରୁତ୍ବ ବହନକରେ ତାର ସୁଚନା ଦେଇଥିଲେ। ସଂପାଦକ ଡାକ୍ତର ସଂକର୍ଷଣ ପାତ୍ର ବ୍ରହ୍ମପୁର ଅସ୍ଥିଶଲ୍ୟ ମଂଚର ବିଭିନ୍ନ ବୌଦ୍ଧିକ ଓ ସାମାଜିକ କାର୍ଯ୍ୟକ୍ରମ ର ସଂକ୍ଷିପ୍ତ ସୁଚନା ଦେଇ ସମସ୍ତ କାର୍ଯ୍ୟରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ ଏବଂ ଏହି କର୍ମଶାଳାରୁ ଶିକ୍ଷା ପାଇଥିବା ଜ୍ଞାନକୁ ଠିକ ସମୟରେ ଉପଯୋଗ କରିବା ଏବି ଅନ୍ୟ ମାନଙ୍କ ଭିତରେ ବିତରଣ କରିବାକୁ ଅନୁରୋଧ କରିଥିଲେ। ମୁଖ୍ୟ ଅତିଥି ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଡା. ସର୍ବଣା ବିବେକ ଏମ୍ ଏପରି ଏକ ଅତି ଆବଶ୍ୟକ କାର୍ୟ୍ଯକ୍ରମରେ ତାକଂର ଖୁସି ବ୍ୟକ୍ତ କରିଥିଲେ। ନିଜେ ଜଣେ ଡାକ୍ତର ଓ ପରେ ପୋଲିସ୍ ଅଧିକାରୀ ହୋଇଥିବାରୁ ଉଭୟଙ୍କୁ ଭୁମିକା ପରଷ୍ପର ର ପରିପୁରକ ବୋଲି କହିଥିଲେ।ପୋଲିସ ଙ୍କୁ ଜୀବନ ବଞ୍ଚିବାଇବା ସହ ଆଇନ ଶୃଙ୍ଖଳା କୁ ମଧ୍ୟ ଗୁରୁତର ସହ ପରିଚାଳନା କରିବାକୁ ପଡିଥାଏ ବୋଲି କହିଥିଲେ। ସହଯୋଗୀ ଅଧ୍ୟାପକ ଡାକ୍ତର ସୁଧୀର କୁମାର ମହାପାତ୍ର ଅତି ସୁନ୍ଦର ଓ ସରଳ ଭାବେ ଦୂର୍ଘଟଣା ସ୍ଥଳରେ ଉପସ୍ଥିତ ଜଣେ ବ୍ୟକ୍ତି କିପରି ଆହାତ ଲୋକଟିର ଯତ୍ନ ନେଇପାରବ ତାହା ଉପରେ ନିଜ ସନ୍ଦର୍ଭରେ ବୁଝାଇଥିଲେ। କାର୍ଯ୍ୟକ୍ରମ ଆୟୋଜକ ସହ ସଂପାଦକ ଡାକ୍ତର ରବିନ୍ଦ୍ର କୁମାର ନାୟକ ଅତିଥି ପରିଚୟ ଦେଇଥିଲେ। ସହଯୋଗି ଅଧ୍ୟାପକ ଡାକ୍ତର ଅଶୋକ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲ।ଶେଷରେ ଜାତୀୟ ସଙ୍ଗୀତ ଗାନ ପରେ ସଭାସାଙ୍ଗ ହୋଇଥିଲା।ଏଥିରେ ବହୁ ସଂଗଠନର ଅନେକ ସଭ୍ୟ,ଡାକ୍ତର ଓ ଛାତ୍ର, ପୋଲିସ ଏବଂ ବହୁସଂଖ୍ୟ ରେ ଡ୍ରାଇଭର ମାନେ ଯୋଗ ଦେଇଥିଲେ॥ ଏଥିରେ ୩୦୦ରୁ ଉର୍ଦ୍ଧ ସଦସ୍ୟ ଭାଗ ନେଇଥିଲେ॥

LEAVE A REPLY

Please enter your comment!
Please enter your name here