ଧରାକୋଟ ବ୍ଲକ୍ ଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ

0
190

ଛତ୍ରପୁର, ୦୮/୦୮/୨୦୨୨ : ଧରାକୋଟ ବ୍ଲକ୍ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ସୋମବାର ଦିନ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଗଞ୍ଜାମ ଭି. କିର୍ତ୍ତୀ ଓ୍ବାସନ୍ ଉପସ୍ଥିତ ରହି ସର୍ବ ପ୍ରଥମେ ଦିବ୍ୟାଙ୍ଗ ଜନ ଶୁଣାଣୀ କରିଥିଲେ ଏବଂ ପରେ ସର୍ବ ସାଧାରଣଙ୍କ ଅଭିଯୋଗ ଗୁଡିକର ଶୁଣାଣୀ ହୋଇଥିଲା । ଧରାକୋଟ ବ୍ଲକ୍ ଠାରେ ସମୁଦାୟ ୧୭ ଗୋଟି ଅଭିଯୋଗରୁ ୬ ଗୋଟି ପେନସନ୍ ସମ୍ବନ୍ଧୀୟ, ୨ଗୋଟି ଡି.ଆର୍.ଆଇ. ଲୋନ୍ , ସୁଷମ ବଣ୍ଟନ ନିମନ୍ତେ ୨ ଗୋଟି ଆବେଦନ, ଉପକରଣ ବାବଦରେ ୬ ଗୋଟି ଓ ଅନ୍ୟାନ୍ୟ ଗୋଟିଏ ଆବେଦନ ଗ୍ରହଣ କରାଯାଇଥିବା ବେଳେ ୫ଗୋଟି ଉପକରଣ ଆବଣ୍ଟନ କରାଯାଇଛି । ଆବେଦନ ଶୁଣାଣୀ ବୈଠକରେ ୭ ଗୋଟି ସମସ୍ୟାର ସମାଧାନ ସେହିଠାରେ ହିଁ କରାଯାଇଥିଲା ବଳକା ୮ ଗୋଟି ଆବେଦନ ଶୁଣାଣୀ ନିମନ୍ତେ ନିର୍ଦ୍ଧାରୀତ ସମୟସୀମା ମଧ୍ୟରେ ଶେଷ କରିବା ପାଇଁ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ସଂପୃକ୍ତ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ପ୍ରଦାନ କରିଥିଲେ । ଜିଲ୍ଲାସ୍ତରୀୟ ଏହି ଅଭିଯୋଗ ଶୁଣାଣୀ ପ୍ରକୋଷ୍ଠରେ ଉପଜିଲ୍ଲାପାଳ ଭଞ୍ଜନଗର ଜ୍ଯୋତି ଶଙ୍କର ରାୟ, ଏସ୍.ଡି.ପି.ଓ. ଆସ୍କା, ତହସିଲଦାର ଧରାକୋଟ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଧରାକୋଟ, ଗ୍ରୀଭେନ୍ସ ଅଫିସର, କଲେକ୍ଟରେଟ୍ ଗଞ୍ଜାମ ସୁଚିସ୍ମିତା ମାଝି, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ କଲ୍ୟାଣୀ ଦାସ ଓ ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here