ପାତ୍ରପୁର,୧୨/୦୮/୨୦୨୨: ପାତ୍ରପୁର ବ୍ଳକ ବୁଡ଼ିଘାଟି ଗ୍ରାମରେ ଗତ ୫ତାରିଖ ଦିନ ମଦ ଜବତ କରିବାକୁ ଯାଇଥିବା ବେଳେ ଅବକାରୀ ବିଭାଗ, ପୋଲିସ ଓ ତହସିଲଦାର ଙ୍କୁ ମାଡ଼ ମାରିଥିବା ଘଟଣାର ପ୍ରତିବାଦରେ ସରକାରୀ କର୍ମଚାରୀ ମାନେ ଗତ ବୁଧବାର ଠାରୁ କଲମ ଛାଡ ଆନ୍ଦୋଳନ କରିଥିଲେ । ଶୁକ୍ରବାର ଡେପୁଟି କଲେକ୍ଟର ଶୁଭଶ୍ରୀ ରଥ, ଚିକିଟି ଏସ ଡି ପି ଓ କୃଷ୍ଣ ଚନ୍ଦ୍ର ଭାତ୍ରା, ଜରଡ଼ା ଥାନା ଅଧିକାରୀ ଭବାନନ୍ଦ ପ୍ରଧାନ ପ୍ରମୁଖ ଧାରଣ ସ୍ଥଳରେ ପହଞ୍ଚି କର୍ମଚାରୀ ମାନଙ୍କ ସହ ଆଲୋଚନା କରିବା ସହ ଅଭିଯୁକ୍ତ ମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହେବା ସହ କର୍ମଚାରୀ ମାନେ କାର୍ଯ୍ୟରେ ଯୋଗ ଦେଇଥିଲେ । ଅନ୍ୟ ପକ୍ଷରେ ପାତ୍ରପୁର ତହସିଲର ଅନ୍ୟାନ୍ୟ ସମସ୍ୟା ଉପରେ ଏକ ଲିଖିତ ଦାବି ପତ୍ର ପ୍ରଦାନ କରିଥିଲେ। ଆନ୍ଦୋଳନ ରେ ତହସିଲ, ବ୍ଲକ, କର୍ମଚାରୀ ମାନେ ସାମିଲ ହୋଇଥିବା ବେଳେ ବିଭିନ୍ନ ମହଲରେ ତୀବ୍ର ନିନ୍ଦା ହୋଇଥିଲା ।
Home ବ୍ରହ୍ମପୁର ସ୍ପେଶାଳ ପାତ୍ରପୁର ତହସିଲଦାର ଙ୍କୁ ମାଡ଼ ଘଟଣା । ପ୍ରତିଶ୍ରୁତି ପରେ କଲମ ଛାଡ ଆନ୍ଦୋଳନ ପ୍ରତ୍ୟାହୃତ...





