ନାଭାଲ୍ ଏନ୍.ସି.ସି ପକ୍ଷରୁ ‘ହର ଘର ତ୍ରିରଙ୍ଗା’ କାର୍ଯ୍ୟକ୍ରମ ଅନୁଷ୍ଠିତ

0
261

ବ୍ରହ୍ମପୁର,୧୩/୦୮/୨୦୨୨ : 1(ଓଡି଼ଶା) ନାଭାଲ୍ ୟୁନିଟ୍ ଏନ୍.ସି.ସି. ବ୍ରହ୍ମପୁର ପକ୍ଷରୁ ଆଜାଦୀ କି ଅମୃତ ମହୋତ୍ସବ ପାଳନ ଅବସରରେ ‘ହର ଘର ତ୍ରୀରଙ୍ଗା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ବାନ କ୍ରମେ ‘ହର ଘର ତ୍ରୀରଙ୍ଗା’ କାର୍ଯ୍ୟକ୍ରମର ସଫଳ ରୂପାୟନ ନିମନ୍ତେ ବ୍ରହ୍ମପୁରସ୍ଥିତ 1(ଓଡି଼ଶା) ନାଭାଲ୍ ୟୁନିଟ୍ ଏନ୍.ସି.ସି. ପକ୍ଷରୁ ସହରରେ ଏକ ପଥପ୍ରାନ୍ତ ଶୋଭାଯାତ୍ରା କରାଯାଇଥିଲା । ଏହି ଶୋଭାଯାତ୍ର ମାଧ୍ୟମରେ ବ୍ରହ୍ମପୁର ବାସିନ୍ଦା ବିଶେଷ କରି ଏନ୍.ସି.ସି. କ୍ୟାଡେଟମାନଙ୍କୁ ଜାତୀୟ ପତକାର ଉପଯୁକ୍ତ ସମ୍ମାନ ଓ ଏହାକୁ ବାସଗୃହ ସମ୍ମୁଖରେ ଉଡାଇବା ପାଇଁ ସଚେତନ କରାଯାଇଛି ।ଏହି ‘ହର ଘର ତ୍ରୀରଙ୍ଗା’ ଶୋଭାଯାତ୍ରାକୁ ମୁଖ୍ୟ ଅତିଥୀ ଭାବେ ଖଲ୍ଲିକୋଟ୍ ଏକକ ବିଶ୍ବ ବିଦ୍ୟାଳୟର କୁଳପତି ପ୍ରଫେସର ଡଃ ପ୍ରଫୁଲ୍ଲ କୁମାର ମହାନ୍ତି ଯୋଗଦେଇ ଶୁଭାରମ୍ଭ କରିଥିଲେ । ଏହି ଶୋଭାଯାତ୍ରା ବ୍ରହ୍ମପୁର ଗାନ୍ଧୀନଗରସ୍ଥିତ ଏନ୍.ସି.ସି ଗ୍ରୁପ୍ ହେଡ କ୍ବାଟରରୁ ବାହାରି ପୁରୁଣା ବସଷ୍ଟାଣ୍ଡ, ସିଟି ହସ୍ପିଟାଲ୍, ଏସ୍.ବି.ଆଇ ଛକ, ପାଣି ଟାଙ୍କି ଛକ, ଉତ୍କଳ ଆସ୍ରମ ରୋଡ୍, ସୁବା ରାୱ ଛକ, କନଭେଣ୍ଟ ସ୍କୁଲ ଛକ ଦେଇ ଖଲ୍ଲିକୋଟ୍ ଏକକ୍ ବିଶ୍ବ ବିଦ୍ୟାଳୟରେ ପହଞ୍ଚିଥିଲା । ଏହା ପରେ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ମୁଖ୍ୟ ଅତିଥି, ଏନ୍.ସି.ସି ଏ.ଏନ୍.ଓ ଏବଂ ଷ୍ଟାଫ୍ ଓ ସମସ୍ତ ନାଭାଲ୍ ଏନ୍.ସି.ସି.ର ସିନିଅର ଓ ଜୁନିଅର କ୍ୟାଡେଟ ମାନଙ୍କୁ ଜାତୀୟ ପତକା ପ୍ରଦାନ କରାଯାଇଥିଲା ।ଏହି କାର୍ଯ୍ୟକ୍ରମଟି 1(ଓଡି଼ଶା) ନାଭାଲ୍ ୟୁନିଟ୍ ଏନ୍.ସି.ସି. ର କମାଣ୍ଡିଂ ଅଫିସର କମାଣ୍ଡର କିଶୋର ଚନ୍ଦ୍ର ରାଉତଙ୍କ ତତ୍ବାବଧାନରେ ହୋଇଥିବାବେଳେ ଖଲ୍ଲିକୋଟ୍ ଏକକ ବିଶ୍ବବିଦ୍ୟାଳୟର ANO ସବ୍ ଲେଫ୍ଟନାଣ୍ଟ ସତ୍ୟ ନାରାୟଣ କୁଣ୍ଡୁ, କୁଇନ୍ ମିଶନ୍ ହାଇ ସ୍କୁଲ ANO ଚିଫ୍ ଅଫିସର ପ୍ରତ୍ୟୁଷ କୁମାର ଦାସ, SMI ଅମୀୟ କୁମାର ଜେନା ଓ 1(ଓଡି଼ଶା) ନାଭାଲ୍ ୟୁନିଟ୍ ଏନ୍.ସି.ସି ଅଫିସ ଷ୍ଟାଫମାନେ ପରିଚାଳନାରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here