ବାଘୁଆ ନଦୀ କୂଳର ଗ୍ରାମବାସୀଙ୍କୁ ସତର୍କ ସୂଚନା

0
170

ପୋଲସରା/ବୁଗୁଡା, ୧୩/୦୮/୨୦୨୨: ବାଘୁଆ ଜଳଭଣ୍ଡାରର ଜଳଧାରଣ କ୍ଷମତା ୧୧୩.୮୫ ମିଟର ଥିବା ବେଳେ ବର୍ତ୍ତମାନ ଜଳଭଣ୍ଡାରରେ ୧୧୩.୩୭ ମିଟର ଜଳ ଗଚ୍ଛିତ ଅଛି। ବର୍ତ୍ତମାନ ବର୍ଷା ଲାଗିରହିଥିବା ବେଳେ ଆଗକୁ ଲଘୁଚାପଜନିତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ତେଣୁ ଜଳଧାରଣ କ୍ଷମତା ପୂର୍ଣ୍ଣ ହେଲେ ଜଳ ଭଣ୍ଡାରର ସୁରକ୍ଷା ଦୃଷ୍ଟିରୁ ଓ ସରକାରଙ୍କ ନିର୍ଦ୍ଦେଶ ପ୍ରକାରେ ଅଗଷ୍ଟ ୧୩ ତାରିଖ ରାତ୍ର ୯ ଘଣ୍ଟା ସମୟରେ ବାଘୁଆ ଜଳ ଭଣ୍ଡାରରୁ ବାଘୁଆ ନଦୀରେ ବନ୍ୟା ଜଳ ନିଷ୍କାସନ କରିବା ପ୍ରକ୍ରିୟା ଆରମ୍ଭ ହେବ ବୋଲି ସହ ନିର୍ବାହୀ ଯନ୍ତ୍ରୀ ବିଷ୍ଣୁ ଚରଣ ସାହୁ ପ୍ରକାଶ କରିଛନ୍ତି। ସତର୍କ ସୂଚନା ପାଇ ବିଭାଗ ପକ୍ଷରୁ ବାଘୁଆ ଜଳ ଭଣ୍ଡାରର ନିମ୍ନ ଭାଗରେ ବାଘୁଆ ନଦୀ କୁଳରେ ଥିବା ବୁଗୁଡା ଓ ପୋଲସରା ବ୍ଲକର ଗ୍ରାମବାସୀଙ୍କୁ ଡ଼ାକବାଜି ଯନ୍ତ୍ର ଦ୍ୱାରା ପ୍ରଚାର କରାଯାଇଛି। ନଦୀ ମଧ୍ୟକୁ କୌଣସି ଲୋକ ନଯିବା ପାଇଁ ଓ ଗୃହ ପାଳିତ ପଶୁ ମାନଙ୍କୁ ନଦୀ ମଧ୍ୟକୁ ନଛାଡିବା ପାଇଁ ଅନୁରୋଧ କରାଯାଇଛି। ଏହି ବିଷୟ ନେଇ ବୁଗୁଡା ଓ ପୋଲସରା ଉଭୟ ବ୍ଲକର ତହସିଲଦାର, ବିଡ଼ିଓ, ଥାନା ଅଧିକାରୀ, ଅଗ୍ନିଶମ ଅଧିକାରୀ ଏବଂ ଉଭୟ ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଓ ଅଞ୍ଚଳର ସରପଞ୍ଚ ମାନଙ୍କୁ ପତ୍ର ମାଧ୍ୟମରେ ଅବଗତ କରାଯାଇଛି ବୋଲି ସହକାରୀ ନିର୍ବାହୀ ଯନ୍ତ୍ରୀ ଶ୍ରୀ ସାହୁ ପ୍ରକାଶ କରିଛନ୍ତି।
ରିପୋର୍ଟ: ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here