ଚିକିଟି ବ୍ଲକ୍ ରେ ଶିକ୍ଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

0
101

ବ୍ରହ୍ମପୁର,୨୪/୦୯/୨୦୨୨:ଗତ ୨୨ତାରିଖ ଠାରୁ ୨୪ ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ଏକ-ଦିବସୀୟ ଶିକ୍ଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବ୍ଲକ୍ ର ସମସ୍ତ ସରକାରୀ ଓ ସରକାରୀ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଗୁଡିକରୁ ମୋଟ ୧୫୦ ଜଣ ଶିକ୍ଷକ ଏହି ତାଲିମ୍ ରେ ଯୋଗଦାନ କରିଥିଲେ। ରାଜକବି ରାଧା ମୋହନ ବିଦ୍ୟାପୀଠ ଓ ମଦନ ମୋହନ ନୋଡାଲ ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିବା ଏହି ତାଲିମ୍ କାର୍ଯ୍ୟକ୍ରମରେ ଦିବ୍ୟାଙ୍ଗ ଶିକ୍ଷାର୍ଥୀଙ୍କ ଉନ୍ନତି ମୁଖ୍ୟ ପ୍ରସଙ୍ଗ ଥିଲା। ଭିନ୍ନକ୍ଷମ ଅଧିକାର ଅଧିନିୟମ – ୨୦୧୬ ଅନ୍ତର୍ଗତ ସମସ୍ତ ୨୧ ପ୍ରକାର ଦିବ୍ୟାଙ୍ଗତାକୁ ଜାଣିବା ଓ ଚିହ୍ନିବା, ଦିବ୍ୟାଙ୍ଗ ଶିକ୍ଷାର୍ଥୀ ଙ୍କ ନାମକୁ ଇଏମଆଇଏସ ଓ ୟୁଡିଆଇଏସଇ ରେ ସଂଯୋଗ କରିବା ଉପରେ ଗୁରୁତ୍ବ ଦିଆଯାଇ ଥିଲା। ଚିହ୍ନଟୀକରଣ ପାଇଁ ଜାତୀୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ ଦ୍ଵାରା ପ୍ରସ୍ତୁତ ଏକ ସ୍ବତନ୍ତ୍ର ପୁସ୍ତିକାକୁ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇ ଥିଲା। ଏତଦ୍ ବ୍ୟତୀତ ଦିବ୍ୟାଙ୍ଗ ଶିକ୍ଷାର୍ଥୀ ଙ୍କ ଆବଶ୍ୟକତା ଅନୁସାରେ ବିଭିନ୍ନ ସରକାରୀ ସୁବିଧା ସୁଯୋଗ ପ୍ରଦାନ, ଯଥା- ସହାୟକ ଭତ୍ତା, ଯାତାୟାତ ଭତ୍ତା, ବାଳିକା ପ୍ରୋତ୍ସାହନ, ବାଣିଶ୍ରୀ ଛାତ୍ରଛାତ୍ରୀ ବୃତ୍ତି, ପଠନ ଭତ୍ତା, ମଧୁବାବୁ ପେନସନ ଯୋଜନା, ଶୁନେତ୍ର ଯୋଜନା, ବିଭିନ୍ନ ଡାକ୍ତରୀ ଚିକିତ୍ସା ସହ ଆବଶ୍ୟକ ଉପକରଣ ପ୍ରଦାନ ଆଦି ବିଷୟ ଉପରେ ବିଶଦ ଆଲୋଚନା ହୋଇଥିଲା।ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ବସନ୍ତ କୁମାର ପଣ୍ଡା ମହୋଦୟ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମ ଶୁଭାରମ୍ଭ କରି ପ୍ରତ୍ୟେକ ଦିବ୍ୟାଙ୍ଗ ଶିକ୍ଷାର୍ଥୀ ଅନ୍ୟ ସାଧାରଣ ଶିଶୁଙ୍କ ତୁଳନାରେ କମ୍ ନୁହଁନ୍ତି ଓ ସେମାନଙ୍କୁ ଆବଶ୍ୟକତା ଭିତ୍ତିରେ ସମସ୍ତ ପ୍ରକାର ସେବା ପ୍ରଦାନ କରାଯାଇ ପାରିଲେ ସେମାନେ ଭବିଷ୍ୟତରେ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ପଲଟିବେ ବୋଲି ଦୃଢୋକ୍ତି ପ୍ରଦାନ କରିଥିଲେ। ଦିବ୍ୟାଙ୍ଗ ଶିକ୍ଷାର୍ଥୀଙ୍କ ଶାରୀରିକ, ମାନସିକ, ବୌଦ୍ଧିକ ସ୍ତରକୁ ଆକଳନ କରି ସେମାନଙ୍କୁ ସମୁଚିତ ଶିକ୍ଷା ପ୍ରଦାନ କରିବା ଦିଗରେ ସମସ୍ତ ଶିକ୍ଷକ ଉତ୍ସର୍ଗୀକୃତ ହେବାକୁ ମତ ରଖିଥିଲେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ପ୍ରଭାକର ସେଠୀ ।କରବାଲୁଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ଶ୍ରୀ ବାଳକୃଷ୍ଣ ପଣ୍ଡା, ଗୀରିଶୋଲା କ୍ଲଷ୍ଟର ସି. ଆର.ସି ଶ୍ରୀ ବଦ୍ରିନାଥ ପଣ୍ଡା, ଡଭାର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ଶ୍ରୀ କୁରେଶୁ ସାହୁ, ବଡ଼ ପଲଙ୍କ କ୍ଲଷ୍ଟର ସି. ଆର୍.ସି ଶ୍ରୀ ଭବାନୀ ଶଙ୍କର ମହାପାତ୍ର, କେ. ଶୁବାଣି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ଶ୍ରୀ ରାଜ କିଶୋର ପଣ୍ଡା, ମଦନ ମୋହନ ନୋଡାଲ ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକ ଶ୍ରୀ ନରସିଂହ ପତି, ଗୋଷ୍ଠୀ ସମ୍ବଳ ଶିକ୍ଷକ ଶ୍ରୀ ପ୍ରସନ୍ନ କୁମାର ବେହେରା ଶିକ୍ଷକ ମାନଙ୍କୁ ତାଲିମ ପ୍ରଦାନ କରିଥିବା ବେଳେ ମନୋଜ କୁମାର ମହାରଣା, ପ୍ରଦୀପ କୁମାର ପ୍ରଧାନ, ତ୍ରିନାଥ ସାହୁ, ନବୀନ ବେହେରା, ରୁପାଙ୍ଗ ବେହେରା ପ୍ରମୁଖ ତାଲିମ୍ କାର୍ଯ୍ୟକ୍ରମରେ ପୂର୍ଣ୍ଣ ସହଯୋଗ କରିଥିଲେ। ଗୋଷ୍ଠୀ ସମ୍ବଳ ଶିକ୍ଷକ ଶ୍ରୀ ତାରା ପ୍ରସାଦ ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here