ବନ ବିଭାଗ କୋମାରେ ! ମଧୁ ଚନ୍ଦ୍ରିକା ରେ ଚାଲିଛି କାରବାର

0
235

ବ୍ରହ୍ମପୁର,୦୧/୧୦/୨୦୨୨ (ଟୁକୁନା ପ୍ରଧାନ) ଜଙ୍ଗଲ ସୁରକ୍ଷା ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିବା ସହିତ ପାଣି ଭଳି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ କିଛି ସ୍ଥାନରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳୁଛି । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବନାଞ୍ଚଳ ଅଧିନସ୍ଥ ସୁମଣ୍ଡଳ ସେକ୍ସନ ଅନ୍ତର୍ଭୁକ୍ତ ବିଭିନ୍ନ ଜଙ୍ଗଲରୁ ଶାଳ, ଶାଗୁଆନ, ଗମ୍ଭାରି, ଆକାସିଆ ଆଦି ବିଭିନ୍ନ ମୂଲ୍ୟବାନ ଗଛ ସବୁ ଜଙ୍ଗଲ ବିଭାଗର କର୍ମଚାରୀଙ୍କ ଜାଣତରେ କାଟି ମାଫିଆ ମାନେ ରାତି ଅଧରେ ଚାଲାଣ କରୁଥିବାର ଜନସାଧାରଣ ରେ ଆଲୋଚନା ଚାଲିଛି । ଏଥି ଯୋଗୁଁ ଦିନକୁ ଦିନ ଜଙ୍ଗଲ ପଦା ହେବାକୁ ବସିଲାଣି । ମାଫିଆ ମାନେ କିଛି ଅର୍ଥ ରାଶି ବନବିଭାଗର କର୍ମଚାରୀ ମାନଙ୍କୁ ଦେଇ ରାତି ଅଧରେ କାଠ ଚାଲାଣ କରୁଥିବାର ସାଧାରଣ ରେ ଆଲୋଚନା ଚାଲିଛି । ଗୋଟେ ପ୍ରକାର କହିବାକୁ ଗଲେ ବନ ବିଭାଗ ର କର୍ମକର୍ତ୍ତା ଏବଂ ମାଫିଆଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଚାଲିଛି ବୋଲି କହିଲେ କିଛି ଅତ୍ୟୁକ୍ତି ହେବନାହିଁ । ସତେ ଯେମିତି ମାଫିଆମାନେ ନିଜ ପଟ୍ଟା ଜମିରୁ ଗଛ କାଟି ବିକ୍ରି କରୁଥିବା ଭଳି ନିର୍ଭୟରେ ହାତଗୁଞ୍ଜା ଦେଇ ବେଧଡ଼କ ଭାବେ ଏହି କାରବାର ଚଳାଉଥିବାର ସାଧାରଣ ରେ ଆଲୋଚନା ଚାଲିଛି । ମାଫିଆମାନେ ଚୋରା କାଠ ବିକ୍ରିକରି ମାଲା ମାଲ୍ ହେଉଥିବା ବେଳେ ବନବିଭାଗର କର୍ମଚାରୀ ମାନେ ଅଳ୍ପ କିଛି ହାତ ଗୁଞ୍ଜା ପାଇଁ ଖୁସ୍ । ଫସଲ ଯଦି ବାଡ ଖାଇବ ସୁରକ୍ଷା ଦେବ କିଏ? ଏ ନ୍ୟାୟ ରେ ବନବିଭାଗ ର କର୍ମଚାରୀ ମାନେ କିଛି ଉପହାର ଏବଂ ମାସିକିଆ ଟଙ୍କା ପାଇ ମଜା ନେଉଥିବା ବେଳେ ଜଙ୍ଗଲ ନଷ୍ଠ ହେବାକୁ ବସିଲାଣି । ବନବିଭାଗ ର ଜୈନିକ ଅଧିକାରୀ ନିଜ ନାମକୁ ଗୋପନ ରଖି ଆମ ପ୍ରତିନିଧିଙ୍କୁ ପ୍ରକାଶ କରିଛନ୍ତି ଯେ କର୍ମଚାରୀ ମାନେ ମାସିକିଆ ଚାନ୍ଦା ନେଇ ବେଧଡ଼କ ଭାବେ ଏହି କାରବାର ଚଳାଇଛନ୍ତି । ଲୋକ ଦେଖାଣିଆ ଭାବେ ବନବିଭାଗ ର କର୍ମକର୍ତ୍ତା ମାନେ କାଆଁ ଭାଆଁ କିଛି ବେପାରୀଙ୍କ କାଠ ଜବତ କରୁଥିବା ର ନଜରକୁ ଆସିଛି । ଏନେଇ ବନ ବିଭାଗ ର ଅଧିକାରୀ ଙ୍କ ସହ ଆମ ପ୍ରତିନିଧି ଯୋଗାଯୋଗ କରିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ସମ୍ଭବପର ହୋଇପାରିନାହିଁ ।

LEAVE A REPLY

Please enter your comment!
Please enter your name here