ହଜାରିବାଗ ତୀର୍ଥ ଯାତ୍ରୀ ଵସ ଦୁର୍ଘଟଣା ରେ ମୁଖ୍ୟମନ୍ତ୍ରୀ ଙ୍କ ଶୋକ।ମୃତକଙ୍କ ପରିବାର ପାଇଁ ଦୁଇ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା ଆହତ ଙ୍କ ଉପଯୁକ୍ତ ଚିକିତ୍ସା ପାଇଁ ନିର୍ଦେଶ

0
172

ଭୁବନେଶ୍ୱର,୦୨/୧୦/୨୦୨୨:
ମୟୁରଭଞ୍ଜ ରୁ ବାରଣାସୀ କୁ ଯାଇଥିବା ତୀର୍ଥ ଯାତ୍ରୀ ବସ ଫେରିବା ବାଟରେ ଝାରଖଣ୍ଡ ର ହଜାରିବାଗ ର ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଏବଂ କିଛି ଲୋକଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି ।ମୃତକଙ୍କ ନିକଟ ସମ୍ପର୍କୀୟ ଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଦୁଇ ଲକ୍ଷ ଟଙ୍କା ଅନୁକମ୍ପା ମୂଳକ ସହାୟତା ଘୋଷଣା କରିବା ସହିତ ଆହତଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବା ପାଇଁ ନିର୍ଦେଶ ଦେଇଛନ୍ତି ।ସବୁ ଯାତ୍ରୀ ଯେପରି ଶୀଘ୍ର ନିଜ ନିଜ ଘରକୁ ଫେରିବେ ସେଥିପାଇଁ ଝାରଖଣ୍ଡ ସରକାର ସହ ସମନ୍ୱୟ ରଖି ବ୍ୟବସ୍ଥା କରିବା ପାଇଁ ମୁଖ୍ୟମନ୍ତ୍ରୀ, ମୟୁରଭଞ୍ଜ ଜିଲ୍ଲାପାଳ ଙ୍କୁ ନିର୍ଦେଶ ଦେଇଛନ୍ତି।ଏହି ତୀର୍ଥ ଯାତ୍ରୀ ମାନଙ୍କ ମଧ୍ୟ୍ୟରେ ଅନୁଗୁଳ, ଢେଙ୍କାନାଳ ଓ ମୟୁରଭଞ୍ଜ ର ଲୋକ ମାନେ ଅଛନ୍ତି।

LEAVE A REPLY

Please enter your comment!
Please enter your name here