ସୁମଣ୍ଡଳ ପଞ୍ଚାୟତରେ ସ୍ଵତନ୍ତ୍ର ଗ୍ରାମସଭା ଅନୁଷ୍ଠିତ

0
156

ବ୍ରହ୍ମପୁର, ୦୨/୧୦/୨୦୨୨ (ଟୁକୁନା ପ୍ରଧାନ)-: ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ସୁମଣ୍ଡଳ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ସରପଞ୍ଚ ଶିବଶଙ୍କର ବାରିକ ଙ୍କ ତତ୍ତ୍ଵାବଧାନରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜନ୍ମ ଜୟନ୍ତୀ ପାଳନ ସହ ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି । ଏଥିସହିତ ସ୍ଵଚ୍ଛତା ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପି ଇଓ ଶିବରାମ ନାହକ ବିଜେଡି ଯୁବନେତା ତଥା ସମାଜସେବୀ ପ୍ରକାଶ ଚନ୍ଦ୍ର ପାଣ୍ଡି, ଜି ଆର୍ ଏସ୍ ସୀତାରାମ ପଟ୍ଟନାୟକ ସମେତ ଅନ୍ୟମାନେ ଯୋଗଦେଇଥିଲେ । ପ୍ରଥମେ ମହାତ୍ମା ଗାନ୍ଧୀ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ଯ ଅର୍ପଣ କରିବା ସହ ସରପଞ୍ଚ ଶ୍ରୀ ବାରିକ ଏବଂ ଯୁବନେତା ଶ୍ରୀ ପାଣ୍ଡି ଏବଂ ପି ଇଓ ଶ୍ରୀ ନାହକ ସ୍ଵତନ୍ତ୍ର ଗ୍ରାମସଭା ର ଉଦ୍ଦେଶ୍ୟ ଏବଂ ସ୍ଵଚ୍ଛତା ସମ୍ବଦ୍ଧରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ୱାର୍ଡ଼ ସଭ୍ୟ ସଭ୍ୟା, ଓ ଏଲ୍ ଏମ୍, ମିସନ୍ ଶକ୍ତି ର କର୍ମକର୍ତ୍ତା, ମହିଳା ସଙ୍ଘର ସଦସ୍ୟା, ଅଙ୍ଗନୱାଡି କର୍ମୀ, ଆଶା କର୍ମୀ ଏବଂ ପଞ୍ଚାୟତ ବାସୀ ମାନେ ଉପସ୍ଥିତ ଥିଲେ । ସଫଳତାର ସହ କାର୍ଯ୍ୟକ୍ରମ ଟି ଶେଷ ହୋଇଥିଲା ।

LEAVE A REPLY

Please enter your comment!
Please enter your name here