ଘରେ ଘରେ ଗଞ୍ଜେଇର କୁଟୀର ଶିଳ୍ପ ! ପେକିଙ୍ଗ ସମୟରେ ଅତର୍କିତ ଚଢ଼ାଉ କରି ଧର୍ମପୁରରୁ ୧୫୩ କେଜି ଗଞ୍ଜେଇ ପ୍ୟାକେଟ ଜବତ ସହ ୪ ଜଣକୁ ଗିରଫ କଲା ପାଟପୁର ପୋଲିସ

0
103

ବ୍ରହ୍ମପୁର,୨୦/୧୦/୨୦୨୨ : ଗଞ୍ଜାମ ଗଞ୍ଜାମ ଗଜପତି ତଥା ଅବିଭକ୍ତ କୋରାପୁଟ ଜିଲ୍ଲାକୁ ସଂଯୋଗ କରୁଥିବା ୩୨୬ ନମ୍ବର ଜାତୀୟ ରାଜପଥର ସୀମାନ୍ତ ଥାନା ଭାବେ ପାଟପୁର ପୋଲିସ ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ସର୍ବଦା ବ୍ୟସ୍ତ ଥିଲା ବେଳେ ଅଞ୍ଚଳରେ ଚାଲୁଥିବା ଅବୈଧ ଗଞ୍ଜେଇ ବେପାରକୁ ନେଇ ପୋଲିସର ମୁଣ୍ଡବ୍ୟଥା ବଢ଼େଇଥିବା ଲକ୍ଷ୍ୟ କରାଯାଇଛି । ଥାନା ଅଂଚଳର ନିର୍ଦ୍ଧିଷ୍ଟ କେତେକ ଗ୍ରାମରେ ଆନ୍ତର୍ଜାତିକ ସ୍ତରର ଗଞ୍ଜେଇ ମାଫିଆଙ୍କ ପ୍ରାଦୁର୍ଭାବ କାରଣରୁ କିଛି ଲାଭଖୋରୀ ବ୍ୟକ୍ତି ବିଶେଷ ଗଞ୍ଜେଇ ବେପାରକୁ କୁଟୀର ଶିଳ୍ପ ଭାବେ ଗ୍ରହଣ କରି ଗଞ୍ଜେଇ ସଂଗ୍ରହ , ନିର୍ଦ୍ଧିଷ୍ଟ ମାନର ପ୍ୟାକିଂ ସହ ବାହାର ଚାଲାଣ ପାଇଁ ପ୍ରକ୍ରିୟା ଯୋଗାଡ଼ ଯନ୍ତ୍ରରେ ଥାଇ ପ୍ରବଳ ଆର୍ଥିକ ଉନ୍ନତି କରୁଥିବା ଦେଖିବାକୁ ମିଳୁଥିବା ବେଳେ ନିର୍ଭର ଯୋଗ୍ୟ ସୂତ୍ରରୁ ସୂଚନା କ୍ରମରେ ପାଟପୁର ଥାନା ଅକ୍ଷରୁ ଅତର୍କିତ ଚଢ଼ାଉ କରି ଧର୍ମପୁର ଏମ ସନ୍ତୋଷ ଦୋରାଙ୍କ ଘରେ ଗଞ୍ଜେଇ ଚାଲାଣ ପେକିଙ୍ଗ ବେଳେ ୧୫୩ କେଜି ଗଞ୍ଜେଇ ଜବତ କରିଥିବା ଜଣାଯାଇଛି । ଏ ନେଇ ଚାରି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ ମଧ୍ୟ କରିଛି । ଗିରଫ ଅଭିଯୁକ୍ତ ପାଟପୁର ଥାନା ଧର୍ମପୁରର ଏମ ସନ୍ତୋଷ ଦୋରା , ସନ୍ତୋଷ ସାହୁ , ନୀଳ ବାଡ଼ତ୍ୟ, ଜେ ଶଙ୍କର ଦୋରା ହୋଇଥିବା ବେଳେ ପାଟପୁର ପୋଲିସ ପକ୍ଷରୁ ଏମାନଙ୍କ ନାମରେ ଏକ ମାମଲା ରୁଜୁ କରି ତଦନ୍ତ ତ୍ୱରାନ୍ୱିତ କରୁଥିବା ଆସିକା ଏସଡିପିଓ ଉମା ଶଙ୍କର ସିଂ ଆଜି ପାଟପୁର ଥାନାରେ ଆୟୋଜିତ ଏକ ସମ୍ବାଦିକ ସମ୍ମୀଳନୀରେ ସୂଚିତ କରିଛନ୍ତି ।

LEAVE A REPLY

Please enter your comment!
Please enter your name here