ଅବ୍ୟବସ୍ଥା ଘେରରେ ରାଜପୁର (ରାଗପୁର ) ଆଦର୍ଶ ବିଦ୍ୟାଳୟ, ଭିତ୍ତିଭୂମି ଅଭାବ ସାଙ୍ଗକୁ ଖାଲି ପଡିଛି ଶିକ୍ଷକ ପଦବୀ ?

0
101

ବ୍ରହ୍ମପୁର, ୨୧/୧୦/୨୦୨୨(ଟୁକୁନା ପ୍ରଧାନ) ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ରାଜପୁର (ରାଗପୁର ) ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟ ଅବ୍ୟବସ୍ଥା ଘେରରେ ଚାଲିଥିବା ର ଦେଖିବାକୁ ମିଳିଛି ।ଭିତ୍ତିଭୂମିର ଅଭାବ ସାଙ୍ଗକୁ ଖାଲି ପଡିଛି ବିଭିନ୍ନ ଶିକ୍ଷକ ପଦବୀ । ଫଳରେ ଅସୁବିଧା ର ସମ୍ମୁଖିନ ହେଉଛନ୍ତି ଛାତ୍ରଛାତ୍ରୀ ମାନେ । ସୂଚନା ଅନୁଯାୟୀ ଏହି ଅଞ୍ଚଳର ଛାତ୍ରଛାତ୍ରୀ ଙ୍କ ସୁବିଧା ପାଇଁ ବିଦ୍ୟାଳୟ ଟି ରାଜପୁର (ରାଗପୁର ) ଠାରେ ୨୦୧୪ ମସିହା ରେ ସରକାରଙ୍କ ପକ୍ଷରୁ ସ୍ଥାପିତ ହୋଇଥିବା ବେଳେ ବର୍ତ୍ତମାନ ଷଷ୍ଠ ଶ୍ରେଣୀ ଠାରୁ + ୨ ପର୍ଯ୍ୟନ୍ତ ଅଛି । ଏହି ବର୍ଷ ଷଷ୍ଠ ଶ୍ରେଣୀ ଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୪୩୭ ଜଣ ଛାତ୍ରଛାତ୍ରୀ ଥିବା ବେଳେ ଏକାଦଶ ଶ୍ରେଣି ରେ ୧୦ ଜଣ ଦ୍ଵାଦଶ ଶ୍ରେଣୀ ରେ ୨୭ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ଏଠାରେ ଦାୟିତ୍ଵ ରେ ଥିବା ଅଧ୍ୟକ୍ଷା ଏ. ମିରାରାଣୀ ଙ୍କ କହିବା ମୁତାବକ ଉଚ୍ଚ ବିଦ୍ୟାଳୟ ସ୍ତରରେ ହିନ୍ଦୀ, ସଂସ୍କୃତ, ମ୍ୟୁଜିକ୍ ଶିକ୍ଷକ ପଦବୀ ଖାଲି ପଡିଥିବା ବେଳେ ମହାବିଦ୍ୟାଳୟ ସ୍ତରରେ ପଦାର୍ଥ ବିଜ୍ଞାନ ଏବଂ ରସାୟନ ବିଜ୍ଞାନ ବିଭାଗର ଅଧ୍ୟାପକ ପଦବୀ ଖାଲି ପଡିଛି। ଏଥିସହିତ ଏହି ବିଦ୍ୟାଳୟରେ ଛାତ୍ରଛାତ୍ରୀ ଙ୍କ ସାଇକେଲ ରଖିବା ପାଇଁ ସାଇକେଲ ଷ୍ଟାଣ୍ଡ ନାହିଁ । ସମ୍ପୂର୍ଣ୍ଣ ବାଉଣ୍ଡାରିୱାଲ ନଥିବା ହେତୁ ବିଦ୍ୟାଳୟ ହତା ଭିତରକୁ ଗାଈ, ମଇଁଷି ଙ୍କ ଅବାଧ ପ୍ରବେଶ ଦେଖିବାକୁ ମିଳିଛି । ଏହା ସାଙ୍ଗକୁ ଛାତ୍ରଛାତ୍ରୀ ଙ୍କ ଭୋଜନ ନିମନ୍ତେ ନାହିଁ ଡାଇନିଙ୍ଗ୍ ହଲ୍ ଫଳରେ ଭୋଜନ ବେଳେ ବହୁ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି ଛାତ୍ରଛାତ୍ରୀ ମାନେ । ଏଥିସହିତ ଖେଳ ପଡିଆ ମଝିରେ ଏକ ଖାଲ ଥିବା ଯୋଗୁଁ ଛାତ୍ରଛାତ୍ରୀ ଙ୍କ ଖେଳିବା ପାଇଁ ବହୁ ଅସୁବିଧା ହେଉଥିବା ନେଇ ଜଣାପଡ଼ିଛି । ଏହି ବିଦ୍ୟାଳୟ ରେ ବହୁ ଶିକ୍ଷକ ପଦବୀ ଖାଲି ପଡିଥିବା ସାଙ୍ଗକୁ ଭିତ୍ତିଭୂମିର ଅଭାବ ଥିବା ଯୋଗୁଁ ଛାତ୍ରଛାତ୍ରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଥିସହିତ ମଧ୍ଯ ବହୁ ଛାତ୍ରଛାତ୍ରୀ ମାନେ ଏହି ବିଦ୍ୟାଳୟ କୁ ଆସିବା ପାଇଁ ଅନିଚ୍ଛା ପ୍ରକାଶ କରୁଛନ୍ତି । ସରକାର ଛାତ୍ରଛାତ୍ରୀ ଙ୍କ ସୁବିଧା ପାଇଁ ଏହି ବିଦ୍ୟାଳୟ ଟି ଆରମ୍ଭ କରିଥିବା ବେଳେ ଅନ୍ୟପଟେ ଦେଖିବାକୁ ଗଲେ ରାଜପୁର ଠାରେ ଏହା ବହୁ ଅବ୍ୟବସ୍ଥା ଘେରରେ ଚାଲିଥିବା ର ଦେଖିବାକୁ ମିଳିଛି । ଏଠାରେ ସ୍ଥାୟୀ ଅଧ୍ୟକ୍ଷ ପଦବୀ ଖାଲି ପଡିଥିବାର ଜଣାପଡ଼ିଛି । ଏ ନେଇ ଆମ ପ୍ରତିନିଧି ଦାୟିତ୍ଵ ରେ ଥିବା ଅଧ୍ୟକ୍ଷା ଙ୍କ ସହ ଯୋଗାଯୋଗ କରିବା ରୁ ସେ ପ୍ରକାଶ କରିଛନ୍ତି ଯେ ବିଭିନ୍ନ ସମସ୍ୟା ଏବଂ ଶିକ୍ଷକ ପଦବୀ ପୂରଣ ନିମନ୍ତେ ଆମେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଙ୍କୁ ଜଣାଇଛୁ । ଜିଲ୍ଲାଶିକ୍ଷା ଅଧିକାରୀ ଙ୍କ ସହ ଆମ ପ୍ରତିନିଧି ଯୋଗାଯୋଗ କରିବା ପାଇଁ ଚେଷ୍ଟା କରିଥିଲେ ମଧ୍ଯ ସମ୍ଭବପର ହୋଇପାରିନାହିଁ । ଦେଖାଯାଉ କେବେ ଏହି ବିଦ୍ୟାଳୟ ର ଭିତ୍ତିଭୂମି ଏବଂ ଶିକ୍ଷକ ପଦବୀ ପୂରଣ ଦିଗରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏବଂ ନିର୍ବାଚିତ ଜନପ୍ରତିନିଧି ମାନେ ତତ୍ପରତା ପ୍ରକାଶ କରୁଛନ୍ତି ତାହା ଦେଖବାକୁ ବାକି ରହିଲା । ଏଥିସହିତ ଏହି ଅଞ୍ଚଳର ନିର୍ବାଚିତ ଜନପ୍ରତିନିଧି ଙ୍କ କାର୍ଯ୍ୟଦକ୍ଷତା କୁ ନେଇ ମଧ୍ଯ ସାଧରଣ ରେ ପ୍ରଶ୍ନବାଚୀ ଉଙ୍କି ମାରିଛି ! ସୂଚନା ଅନୁଯାୟୀ ବିଦ୍ୟାଳୟ ଏବଂ ଛାତ୍ରଛାତ୍ରୀ ଙ୍କ ଉନ୍ନତିକରଣ ନିମନ୍ତେ ଏହି ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ନବମ ଏବଂ ଦଶମ ଶ୍ରେଣୀର ଛାତ୍ରଛାତ୍ରୀ ଙ୍କ ଠାରୁ ପ୍ରତିମାସରେ ବିଦ୍ୟାଳୟ କର୍ତ୍ତୃପକ୍ଷ ୨୦୦ ଟଙ୍କା ଲେଖାଁଏ ଆଦାୟ କରୁଛନ୍ତି କିନ୍ତୁ ତାହାର ସଠିକ୍ ହିସାବ ନ ଥିବା ନେଇ ବିଦ୍ୟାଳୟ ର ଜୈନିକ ପୁରାତନ ଛାତ୍ରଙ୍କ ଅଭିଭାବକ ନିଜର ପରିଚୟ ଗୋପନ ରଖି ଆମ ପ୍ରତିନିଧି ଙ୍କୁ ପ୍ରକାଶ କରିଛନ୍ତି । ଏହା କେତେ ଠିକ୍ କେତେ ଭୁଲ ତାହା ତଦନ୍ତ ସାପେକ୍ଷ । ଏ ଦିଗରେ ବିଭାଗୀୟ ଉଚ୍ଚ କର୍ତ୍ତୁପକ୍ଷ ଦୃଷ୍ଟିଦେବା ପାଇଁ ମଧ୍ଯ ଦାବୀ ପ୍ରକାଶ ପାଇଛି ।

LEAVE A REPLY

Please enter your comment!
Please enter your name here