ମନ ମୋହିଲା ଲକ୍ଷ୍ମୀ ପୁରାଣ ଛାୟା ରେ ନିର୍ମିତ ଭଜନ “ନୀଳଗିରୀ ସାଇଁ “

0
163

ବ୍ରହ୍ମପୁର,୨୮/୧୧/୨୦୨୨:ଆସିକା ସହର ଓ ଏହାର ଆଖପାଖ ସ୍ଥାନରେ ସୁଟିଙ୍ଗ ହୋଇଥିବା ଭଜନ ନୀଳଗିରୀ ସାଇଁ ଦର୍ଶକ ମାନଙ୍କ ମହଲରେ ବେଶ୍ ଅଦୃତି ଲାଭ କରିପାରିଛି। ଲକ୍ଷ୍ମୀ ପୁରାଣ ଛାୟାରେ ନିର୍ମିତ ଏହି ଭଜନଟିରେ ଖୁବ ନିଖୁଣ ଭାବରେ ଅଭିନୟ କରିଛନ୍ତି ଅଭୟ ପରିଡା, ରବିନ୍ଦ୍ରନାଥ ସାହୁ, ଲକ୍ଷ୍ମୀ, ଝିଲ୍ଲି ସାହୁ ଓ ସଞ୍ଜୟ କୁମାର ଷଡ଼ଙ୍ଗୀ। ଗୀତ ଓ ସଂଗୀତରେ ରତ୍ନାକର ଶିୟ ଥିବାବେଳେ ଚମତ୍କାର ଭାବେ ଗାଇଛନ୍ତି ଶ୍ରୀକାନ୍ତ କୁମାର ସାହୁ। ସୁନ୍ଦର ଚିତ୍ରଉତ୍ତୋଳନ କରିଛନ୍ତି କ୍ୟାମେରାମ୍ୟାନ ରାଜା ପଟ୍ଟନାୟକ ଓ ଶ୍ରୀକାନ୍ତ କୁମାର। ଖୁବ ସୁନ୍ଦର ଭାବରେ ଭିଡ଼ିଓଟିକୁ ଏଡିଟିଂ କରିଛନ୍ତି ଅଭିଜିତ ଲେଙ୍କା। ରାଜା ପଟ୍ଟନାୟକ ସୁନ୍ଦର ପୋଷ୍ଟର କରିଥିବା ବେଳେ ଭିଡ଼ିଓ ନିର୍ଦ୍ଦେଶନା ଦେଇଛନ୍ତି ରତ୍ନାକର ଶିୟ। ମାଣବସା ଗୁରୁବାର ଅବସରରେ ରିଲିଜ ହୋଇଥିବା ଏହି ଭଜନଟି ବେଶ୍ ଆଦୃତି ଲାଭ କରିବ ବୋଲି ଆଶା ବାନ୍ଧିଛି “ଲିଟିଲ ଷ୍ଟାର କ୍ରିଏସନ” ପ୍ରଯୋଜନା ସଂସ୍ଥା।

LEAVE A REPLY

Please enter your comment!
Please enter your name here