ମହାମାୟୀ କଲେଜ ଉଦ୍ଭିଦ ବିଜ୍ଞାନ ବିଭାଗର ମେଗା ପାଠଚକ୍ର ଏବଂ ଶୈକ୍ଷିକ ପରିଦର୍ଶନ

0
218

ବ୍ରହ୍ମପୁର,୦୧/୧୨/୨୦୨୨: ସ୍ଥାନୀୟ ମହାମାୟୀ ମହିଳା ମହାବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ବିଭାଗ ତରଫରୁ ଏକ ମେଗା ପାଠଚକ୍ର ଗତ ୨୯ ଏବଂ ୩୦ ଦୁଇ ଦିନ ଧରି ଅନୁଷ୍ଠିତ ହୋଇଯାଇଅଛି। ଅଧ୍ୟକ୍ଷ ଡଃ ଏସ୍. ନାରାୟଣ ରାଓ ଙ୍କ ଅନୁମତି କ୍ରମେ ଅନୁଷ୍ଠିତ ଏହି ପାଠଚକ୍ରର ପ୍ରଥମ ଦିନ “ପ୍ରାକୃତିକ ସମ୍ପଦ ଏବଂ ଏହାର ପରିଚାଳନା” ଶୀର୍ଷକ ବିଷୟରେ ଆଲୋଚନା କରାଯାଇଥିଲା। ଏଥିରେ ଅତିଥି ଭାବରେ ମହାବିଦ୍ୟାଳୟ ଏକାଡେମିକ ବର୍ସାର ଶ୍ରୀମତୀ କବିତା ଶତପଥୀ, ଆଡ଼ମିନିଷ୍ଟ୍ରାଟିଭ୍ ବରସାର, ଡଃ ସନ୍ତୋଷ ଚୌଧୁରୀ, ନାକ୍ ସଂଯୋଜିକା ଶ୍ରୀମତୀ ଶ୍ରୀଜା ମିଶ୍ର ଯୋଗଦେଇଥିଲେ । ବିଭାଗୀୟ ମୁଖ୍ୟା ଡଃ ଅମିତା କୁମାରୀ ପଣ୍ଡାଙ୍କ ଅଧ୍ୟକ୍ଷତାରେ ନିମନ୍ତ୍ରିତ ଗବେଷକ ଅବସରପ୍ରାପ୍ତ ପ୍ରାଧ୍ୟାପିକା ଡଃ.(ଶ୍ରୀମତୀ)ଅରୁଣା ପଟ୍ଟନାୟକ ଯୋଗ ଦେଇ ଶୀର୍ଷକ ଉପରେ ଆଲୋକପାତ କରିଥିଲେ। ଶେଷ ବର୍ଷର ଛାତ୍ରୀ ସୌମ୍ୟା ସାହୁ, ସ୍ଵୟଂ ଶ୍ରୀ ମହାନ୍ତି ,ଅର୍ପିତା ସ୍ଵାଇଁ, କେ. ଶ୍ରାବଣୀ ସଂଦର୍ଭ ପାଠ କରିଥିଲେ। ଏଥିରେ ପ୍ରଥମ ବର୍ଷର ଛାତ୍ରୀମାନଙ୍କୁ ସ୍ଵାଗତ କରାଯାଇଥିଲା।ପାଠଚକ୍ରର ଦ୍ବିତୀୟ ଦିନରେ ଶେଷ ବର୍ଷର ଛାତ୍ରୀମାନେ କଳିଙ୍ଗା ଘାଟି ସ୍ଥିତ ବୋଟାନିକାଲ ରିସର୍ଚ ଗାର୍ଡେନ ପରିଦର୍ଶନରେ ଯାଇଥିଲେ। ସେଠାରେ ନିମନ୍ତ୍ରିତ ରିସୋର୍ସ ପର୍ସନ ଭାବରେ କଳିଙ୍ଗ ମହାବିଦ୍ୟାଳୟ, ଜି.ଉଦୟଗିରି ଉଦ୍ଭିଦ ବିଜ୍ଞାନ ପ୍ରାଧ୍ୟାପକ ଡଃ ଦିଲ୍ଲିପ ମହାପାତ୍ର ଉପସ୍ଥିତ ରହି ଛାତ୍ରୀମାନଙ୍କୁ ଜୈବ ବିବିଧତା ଏବଂ ପ୍ରାକ୍ଟିକାଲ୍ ଜ୍ଞାନ ବିତରଣ କରିଥିଲେ। କଳିଙ୍ଗ ରିସର୍ଚ ଗାର୍ଡେନର ପ୍ରାକୃତିକ ପରିବେଶରେ ବିଭିନ୍ନ ବୃକ୍ଷରାଜି ଏବଂ ଔଷଧିୟ ବୃକ୍ଷ ଦେଖି ଛାତ୍ରୀମାନେ ବହୁତ ଉପକୃତ ହୋଇଛନ୍ତି। ଏଥିରେ ଅଧ୍ୟାପିକା ସ୍ଵର୍ଣ୍ଣଲତା ପଟ୍ଟନାୟକ,ସବିତା ବାରିକ୍, ଲାବ୍ ଆସିଷ୍ଟାଣ୍ଟ ପ୍ରିୟଦର୍ଶିନୀ ମେକାପ, ଅନିତା ଚୌଧୁରୀ ପ୍ରମୁଖ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here