ବ୍ରହ୍ମପୁର,୧୧/୧୨/୨୦୨୨:
ଗୋଳନ୍ଥରା ଥାନା ଅନ୍ତର୍ଗତ ମନ୍ତ୍ରୀଡି ସ୍ଥିତ ସିଦ୍ଧ ଭୈରବୀ ମନ୍ଦିର ଭିତର ବେଢ଼ାରେ କାର ଧକ୍କାରେ ମନ୍ଦିର ଘୋଡ଼ାମୂର୍ତ୍ତୀ ଭାଙ୍ଗି ଚୂର୍ ମାର୍। ଘଟଣାରୁ ଜଣାପଡ଼ିଛି ରବିବାର ଦିନ ଗୋଟିଏ କାର ଯାହାର ନମ୍ବର (୨୨ବିଏଚ ୦୮୧୧ଏଫ୍) ଧକ୍କାରେ ବହୁ ପୂରାତନ ସିମେଣ୍ଟ ତିଆରି ଘୋଡ଼ାମୂର୍ତ୍ତି ଭାଙ୍ଗି ଯାଇଛି। ବଡ଼ ଅଘଟଣ ରୁ ଅଳ୍ପେକେ ବର୍ତ୍ତିଛନ୍ତି ବହୁ ଶ୍ରଦ୍ଧାଳୁ। ବର୍ଷର ଶେଷ ମାସ ଯୋଗୁଁ ବହୁ ଭକ୍ତଙ୍କ ଭିଡ଼ ହୁଏ। ଜିଲ୍ଲା ବାହାରୁ ଶତାଧିକ ଭକ୍ତଙ୍କ ସମାଗମ ରହି ଥାଏ। ଏହି ଅବସରେ ନୂତନ ଗାଡ଼ି କିଣିଥିବା ବ୍ୟକ୍ତି ମାନେ ଯାନବାହାନ ପୂଜା ପାଇଁ ଆଣିଥାନ୍ତି। କିନ୍ତୁ ଯାନବାହାନ ଗୁଡ଼ିକ ମନ୍ଦିର ବେଢ଼ା ବାହାରେ ପୂଜା କରନ୍ତି। କିନ୍ତୁ କିପରି ମନ୍ଦିର ବେଢ଼ା ଭିତରେ ପୁରେଇ ପୂଜା କରାଗଲା ସାଧାରଣ ଲୋକଙ୍କ ପ୍ରଶ୍ନ। ଯଦି ଘୋଡ଼ା ଟି ନଥାନ୍ତା ମନ୍ଦିର ଭିତରେ ପଶି ଯାଇଥାନ୍ତା ତେବେ ଅନେକ ଲୋକଙ୍କୁ କ୍ଷତି ପହଞ୍ଚାଇ ଥାନ୍ତା।ଏପରି ଭାଙ୍ଗିବା କେତେ ଦୂର ଯଥାର୍ଥ ବୋଲି ଅଭିଯୋଗ କରି ତୁରନ୍ତ ଏମାନଙ୍କ ବିରୋଧରେ କାର୍ଯ୍ୟନଷ୍ଟାନ ପାଇଁ ପ୍ରମୋଦ ରଣା,ସମୀର ରଣା,ନିରଞ୍ଜନ ରଣା,ପ୍ରଶାନ୍ତ ରଣା, ସନ୍ତୋଷ ରଣା,କାଳୁ ରଣା ପ୍ରମୁଖ ଗୋଳନ୍ଥରା ଥାନାରେ ଅଭିଯୋଗ କରିଛନ୍ତି l ଅନ୍ୟପଟେ ମନ୍ଦିର ପରିଚାଳନା କମିଟିର ବୁଢା ପାଣିଗ୍ରାହୀଙ୍କୁ ଏସମ୍ପର୍କରେ ପଚାରିବାରୁ ସେ କହିଛନ୍ତି ଯେ ମନ୍ଦିର କମିଟିର ପ୍ରଫୁଲ ପାଢ଼ୀ ଏକ ନୂତନ କାର ପୂଜା କରିବାକୁ ଆଣିଥିଲେ ପୂଜା ସରିବାପରେ ତାଙ୍କ ପୁଅ ଗାଡି ଚଳାଇବା ବେଳେ କାର ଟି ଘୋଡ଼ାକୁ ଧକ୍କା ଦେଇଥିଲା ଯାହା ଫଳରେ ଘୋଡ଼ାଟି ଭାଙ୍ଗି ଯାଇଥବା ସହ କାର ର କିଛି ଅଂଶ କ୍ଷତି ହୋଇଛି l କିନ୍ତୁ ଘୋଡ଼ାଟି ତିଆରି ପାଇଁ ଯାହା ଖର୍ଚ୍ଚ ହେବ ତାକୁ ଭରଣ କରିବା ଦାଇତ୍ୱ ମଧ୍ୟ ନେଇଛନ୍ତି । ଏସମ୍ପର୍କରେ ଥାନା ଅଧିକାରୀ ବିବେକାନନ୍ଦ ମହନ୍ତଙ୍କୁ ପଚାରିବା ବେଳେ ସେ କହିଛନ୍ତି ଯେ ଅଭିଯୋଗ ପହଂଚିଛି ତଦନ୍ତ ଚାଲିଛି ବୋଲି କହିଛନ୍ତି lସର୍ବସାଧାରଣ ଲୋକଙ୍କୁ ମନ୍ଦିର ବେଢ଼ା ମଧ୍ୟରେ ପୂଜା କରିବାକୁ ମନା ଥିବା ବେଳେ କେମିତି ଭିତରକୁ ଯାଇ ପୂଜା କରିବାକୁ କିଏ ଅନୁମତି ଦେଲା ଏହା ନେଇ ଚର୍ଚ୍ଚାର ବିଷୟ ପାଲଟିଛି। ଗାଡ଼ିଟି ପୂଜା ସାରି ଲେମ୍ବୁ ଚକା ତଳେ ରଖି ମାଡ଼ିଲା ବେଳେ ଏହି ଅଘଟଣ ଘଟିଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି। କେବଳ ପ୍ରତିଭା ଶାଳୀ ବ୍ୟକ୍ତି ମାନେ ଯାନବାହାନ ଭିତରକୁ ନେଇ ଥାଆନ୍ତି।
Home ବ୍ରହ୍ମପୁର ସ୍ପେଶାଳ ମନ୍ତ୍ରୀଡି ସ୍ଥିତ ସିଦ୍ଧ ଭୈରବୀ ମନ୍ଦିର ଭିତର ବେଢ଼ାରେ କାର ଧକ୍କାରେ ମନ୍ଦିର ଘୋଡ଼ାମୂର୍ତ୍ତୀ ଭାଙ୍ଗି...





