ନିଖୋଜ ଶିଶୁ କୁ ଉଦ୍ଧାର କରି ପରିବାରକୁ ହସ୍ତାନ୍ତର କରିଲା ରେଲୱେ ଚାଇଲ୍ଡଲାଇନ

0
75

ବ୍ରହ୍ମପୁର,୧୨/୧୨/୨୦୨୨: ଗତ ୧୦ ଦିନ ପୂର୍ବରୁ ବ୍ରହ୍ମପୁର ରେଲୱେ ଷ୍ଟେସନଠାରୁ ଏକ ନିଃସହାୟ ଏବଂ କ୍ଷତ ବିକ୍ଷତ ଅବସ୍ଥାରେ ଥିବା ୧୦ ବର୍ଷ ର ଶିଶୁଙ୍କୁ ଚାଇଲ୍ଡଲାଇନ ଉଦ୍ଧାର କରି ନିକଟସ୍ଥ ସିଟି ହସପିଟାଲ ଠାରେ ଚିକିତ୍ସା କରି ସ୍ୱଯତ୍ନରେ ଶିଶୁ ମଙ୍ଗଳ ସମିତି ଗଞ୍ଜାମ ଠାରେ ହାଜର କରିଥିଲେ ଏବଂ କମିଟି ଙ୍କ ନିର୍ଦ୍ଦେଶ ଅନୁଯାୟୀ ,ଶିଶୁଟିକୁ (ଦିବ୍ୟ ଜ୍ୟୋତି) ମୁକ୍ତ ଆଶ୍ରୟ ସ୍ଥଳି ଠାରେ ରଖା ଯାଇଥିଲା ।ଶିଶୁଟିର କହିବା ଅନୁସାରେ, ପଠାଣ ବସ୍ତି, ମୁର୍ଶିଦାବାଦ, ହାଇଦ୍ରାବାଦ ସହର ର ବାସିନ୍ଦା ଅଟେ । ରେଲୱେ ଚାଇଲ୍ଡଲାଇନ ମୁର୍ଶିଦାବାଦ ସହର ରେ ଥିବା ପୁଲିସ ଷ୍ଟେସନ କୁ ଶିଶୁଟିର ସମସ୍ତ ସୂଚନା ପ୍ରଦାନ କରି ଶିଶୁଟିର ଠିକଣା କୁ ଖୋଜିବା ପାଇଁ ଅନୁରୋଧ କରଯାଇଥିଲା । ୨ ଦିନ ପରେ ଉକ୍ତ ପୁଲିସ ଷ୍ଟେସନ କୁ ଶିଶୁଟିର ବାପା ଶିଶୁଟି ର ନିଖୋଜ ଥିବା ଖବର ଜଣାଇ ଥିଲେ । ମୁର୍ଶିଦାବାଦ ପୁଲିସ ରେଲୱେ ଚାଇଲ୍ଡଲାଇନ, ବ୍ରହ୍ମପୁର ସହିତ ଯୋଗା ଯୋଗ ରଖି ଶିଶୁଟିର ପିତା ଓ ମୁର୍ଶିଦାବାଦ ପୁଲିସ ଆସି ପହଞ୍ଚି ଥିଲେ । ଶିଶୁ ମଙ୍ଗଳ ସମିତି ଠାରେ ଶିଶୁଟିକୁ, ବାପାଙ୍କୁ ହସ୍ତାନ୍ତର କରଯାଇଥିଲା । ଶିଶୁଟିକୁ ପାଇ ବାପା ଷ୍ଟେସନ ପରିଚାଳକ ଶ୍ରୀ ଦୂର୍ଗା ପ୍ରସାଦ ବ୍ରହ୍ମା ,ରେଲୱେ ଚାଇଲ୍ଡଲାଇନ, ବ୍ରହ୍ମପୁର କର୍ମକର୍ତା ଶ୍ରୀ କଲ୍ୟାଣ କୁମାର ସିଂହ, ଲଳିତ ମୋହନ ସେଠି, ଗୋପାଳ କୃଷ୍ଣ ଦଳ ବେହେରା, ସ୍ବପ୍ନା ରାଣୀ ନାହକ ଏବଂ ଶିଶୁମଙ୍ଗଳ ସମିତି, (ଗଞ୍ଜାମ) କୁ କୃତଜ୍ଞତା ଜଣାଇଥିଲେ ।

LEAVE A REPLY

Please enter your comment!
Please enter your name here