ଯୁବ ସାମ୍ବାଦିକ ଚିରଞ୍ଜିତ ରାଜଗୁରୁଙ୍କ ଅକାଳ ବିୟୋଗ

0
172

ବ୍ରହ୍ମପୁର,୨୫/୦୧/୨୦୨୩: ସହରର ଜଣାଶୁଣା ସାମ୍ବାଦିକ ତଥା ଦୈନିକ ଖବରକାଗଜ “ସକାଳ” ର ସାମ୍ବାଦିକ ଚିରଞ୍ଜିତ ରାଜଗୁରୁ (ଚିଣ୍ଟୁ) ଙ୍କ ଅକାଳ ବିୟୋଗ ହୋଇଛି।ଗତକାଲି ପୂବାର୍ହ୍ନ ରେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ତୁରନ୍ତ ବ୍ରହ୍ମପୁର ବଡ ମେଡିକାଲ ରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ଚିକିତ୍ସା ନିମନ୍ତେ ଆଇସିୟୁ ରେ ରଖି ଚିକିତ୍ସା ଜାରି ରଖିଥିଲେ।କିନ୍ତୁ ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ଘଟିଛି । ତାଙ୍କର ମୃତ୍ୟୁ ରେ ସହର ରେ ଶୋକ ଛାୟା ଖେଳିଯାଇଛି। ସେ ଜଣେ ମିଷ୍ଠଭାଷି,ମେଳାପୀ ତଥା ବନ୍ଧୁବତ୍ସଳ ଥିଲେ।ତାଙ୍କର ଗୋଟିଏ ପୁଅ ଏବଂ ଗୋଟିଏ ଝିଅ ଥିବା ବେଳେ ତାଙ୍କର ବଡ ଭାଇ ମଧ୍ୟ ଜଣେ ଗଣମାଧ୍ୟମ ପ୍ରତିନିଧି ଭାବେ କାର୍ଯ୍ୟରତ ଅଛନ୍ତି।ବ୍ରହ୍ମପୁର ବିଧାୟକ,ରାଜନୈତିକ ଦଳ ର କର୍ମକର୍ତ୍ତା ଙ୍କ ସମେତ ସହରର ସମସ୍ତ ଗଣମାଧ୍ୟମ ପ୍ରତିନିଧି, ଆଇନଜୀବୀ, ବୁଦ୍ଧିଜୀବୀ ମାନେ ଗଭୀର ଶୋକ ପ୍ରକାଶ କରିଛନ୍ତି। ତାଙ୍କର ମର ଶରୀର କୁ ଶୋଭାଯାତ୍ରାରେ ବ୍ରହ୍ମପୁର ପ୍ରେସ କ୍ଳବ ଏବଂ ଗଞ୍ଜାମ ଓକିଲ ସଂଘ ନିକଟକୁ ନିଆଯାଇ ଶେଷରେ ଖୋଡାସିଙ୍ଗି ସ୍ଥିତ ଶ୍ମଶାନ ରେ ଶେଷକୃତ୍ୟ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here