ଛତ୍ରପୁର ପୋଲିସ୍ ପ୍ୟାରେଡ଼ ପଡ଼ିଆଠାରେ ଜିଲ୍ଲାସ୍ତରୀୟ ୭୪ତମ ସାଧାରଣତନ୍ତ୍ର ଦିବସପାଳିତ

0
141

ଛତ୍ରପୁର,୨୭/୦୧/୨୦୨୩ : ଛତ୍ରପୁର ସ୍ଥିତ ପୋଲିସ୍ ପ୍ୟାରେଡ଼ ପଡ଼ିଆ ଠାରେ ଜିଲ୍ଲା ସ୍ତରୀୟ ୭୪ତମ ସାଧାରଣତନ୍ତ୍ର ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି । ଏହି ଜାତୀୟ ଦିବସରେ ଓଡ଼ିଶାର ମାନ୍ୟବର କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ମୁଖ୍ୟ ଅତିଥୁ ରୁପେ ଯୋଗଦେଇ ମିଳିତ ପ୍ୟାରେଡ଼ରେ ଅଭିବାଦନ ଗ୍ରହଣ କରି ନିଜ ବକ୍ତବ୍ୟରେ ଗଞ୍ଜାମ ମାଟିର ବୀର ସ୍ବାଧୀନତା ସଂଗ୍ରାମୀ ମାନଙ୍କ ସ୍ମୃତି ଚାରଣ କରି ସେମାନଙ୍କ ଅସୀମ ସାହସ ଓ ସାଲିସ ବିହୀନ ସଂଗ୍ରାମକୁ ନମନ କରିଥିଲେ । ଭାରତ ପରି ଏତେ ବଡ ଦେଶକୁ ଏକ ଗଣତାନ୍ତ୍ରିକ ପଦ୍ଧତିରେ ଶାସନ କରିବା ଏକ ବହୁତ ବଡ
ଆହ୍ବାନ ଥିଲା । କିନ୍ତୁ ମହାନ ନାୟକ ମାନଙ୍କ ବିଜ୍ଞତା, ଜ୍ଞାନ ଓ ଅନୁଭୂତିକୁ ଆଧାର କରି ଅନେକ ତର୍କ ବିତର୍କ, ଆଲୋଚନା ପର୍ଯ୍ୟାଲୋଚନା ମାଧ୍ୟମରେ ଭାରତ ୟ ସମ୍ବିଧାନ ଲେଖୁଥିଲେ ବାବା ସାହେବ ଆମ୍ବେଦକରଙ୍କ ନେତୃତ୍ବରେ । ଆମ ସମ୍ବିଧାନ ପୃଥୁବୀର ସର୍ବ ବୃହତ୍ ଲିଖୁତ ସମ୍ବିଧାନ । କୋଟିକୋଟି ଭାରତୀୟଙ୍କ ଆଶା,
ଆକାଂକ୍ଷା, ଅଭିଷ୍ମା ଓ ସ୍ବପ୍ନ ପ୍ରତିଫଳିତ ହୋଇଛି ଆମ ସମ୍ବିଧାନ । ରାଷ୍ଟ୍ରର ରାଜନୈତିକ, ସାମାଜିକ ଓ ଅର୍ଥ ନୈତିକ ଚିତ୍ର ଏଥୁରେ ସୃଷ୍ଠଭାବେ ପ୍ରତିଫଳିତ ହୋଇଛି । ଦେଶର ଆଇନ ଖସଡା କହିଲେ ସମ୍ବିଧାନକୁ ହିଁ ବୁଝାଯାଏ କେବଳ କଳେବର ଦୃଷ୍ଟିରୁ ନୁହେଁ ଆଭିମୁଖ୍ୟ ଦୃଷ୍ଟିରୁ ମଧ୍ୟ ଆମ ସମ୍ବିଧାନର ସ୍ଥାନ ପୃଥୁବୀର ବହୁ ଦେଶର ସମ୍ବିଧାନ ଠାରୁ ଅନେକ ଉର୍ଦ୍ଧ୍ବରେ । ଏଥିରେ ଥିବା ମୌଳିକ ଅଧିକାର ଗୁଡିକ ଭାରତୀୟ ଗଣତନ୍ତ୍ରକୁ ସୁଦୃଢ କରିପାରିଛି ।ଆମକୁ ସ୍ବାଧୀନତା ଏବଂ ଏକ ସାର୍ବଭୌମ ଗଣତାନ୍ତ୍ରିକ ରାଷ୍ଟ୍ରର ମର୍ଯ୍ୟାଦା ସହଜରେ ମିଳି ନାହିଁ । ଏଥିପାଇଁ ଅନେକ ସଂଗ୍ରାମୀଙ୍କୁ ଆତ୍ମ ବିସର୍ଜନ କରିବାକୁ ପଡିଛି । ଆଜିର ଏହି ପବିତ୍ର ଦିବସରେ ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ଜବାହରଲାଲ୍ ନେହେରୁ, ସର୍ଦାର ବଲ୍ଲଭବାଇ ପଟେଲ,ଉତ୍କଳମଣୀ ଗୋପବନ୍ଧୁ ଦାସ, ଶହୀଦ୍ ଲକ୍ଷ୍ମ ନାୟକ, ବୀର ସୁରେନ୍ଦ୍ର ସାଏ, ବାଘାଜତୀନ୍, ବିଜୁ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇବା ସହ ସମ୍ବିଧାନ ଡ୍ରାଙ୍ଗିଙ୍ଗ କମିଟିର ଅଧ୍ୟକ୍ଷ ଡଃ ଭୀମାରାଓ ଆମ୍ବେଦକରଙ୍କ ସମେତ ଡଃ ରାଜେନ୍ଦ୍ର ପ୍ରସାଦ, ପଣ୍ଡିତ ଏନ୍ ଗୋପାଳ ସ୍ବାମୀ, କେ.ଏମ୍. ମୁନ୍ଦି, ମୌଲାନା ଆବୁଲ କାଲାମ୍ ଆଜାଦ୍, ବିଶ୍ବନାଥ
ଦାଶ ଆଦି ସମ୍ବିଧାନ ପ୍ରଣୟନ ସଭାର ସଦସ୍ୟ/ସଦସ୍ୟାମାନଙ୍କ ପ୍ରତି ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ ।ସ୍ବାଧୀନତା ସଂଗ୍ରାମରେ ଓଡିଶା ତଥା ଗଞ୍ଜାମର ଅବଦାନ ଅତୁଳନୀୟ । ଗଞ୍ଜାମ ଜିଲ୍ଲାର ସଂଗ୍ରାମୀ ମାନଙ୍କ ଅସୀମ ତ୍ୟାଗ, ସାହସ ଏବଂ ସାଲିସ୍ ବିହୀନ ସଂଗ୍ରାମ ଆଜି ମଧ୍ଯ ଓଡିଶାବାସୀଙ୍କ ଭିତରେ ଶିହରଣ ସୃଷ୍ଟିକରେ । ଘୁମୁସର ବିଦ୍ରୋହ, ବେଲଗୁଣ୍ଠା ଓ ପାରଳାଖେମୁଣ୍ଡିରେ ସ୍ବାଧୀନତା ସଂଗ୍ରାମର ପଦଧ୍ଵନୀ ଏବେ
ମଧ୍ଯ ଇତିହାସରେ ଗୁଞ୍ଜରିତ ହେଉଛି । ଚକରା ବିଷୋୟୀ ଓ ଦୋରା ବିଷୋୟୀଙ୍କ ବୀରତ୍ୱ ଇତିହାସରେ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିଛି । ଗଞ୍ଜାମ ମାଟିର ଦିବାକର ପଟ୍ଟନାୟକ, ଶରତ ଚନ୍ଦ୍ର ମହାପାତ୍ର, ଶ୍ୟାମ ସୁନ୍ଦର ପଟ୍ଟନାୟକ, ଭରତ ବେହେରା, ବୈକୁଣ୍ଠ ନାୟକ, ନିରଞ୍ଜନ ପଟ୍ଟନାୟକ, କିଶୋରମଣୀ ପଟ୍ଟନାୟକ,ଶଶୀଭୂଷଣ ରଥ, ଲିଙ୍ଗରାଜ ପାଣିଗ୍ରାହୀ, ବିଶ୍ବନାଥ ଦାଶ, ବାଞ୍ଛାନିଧୂ ପଟ୍ଟ ନାୟକ, ହରିହର ପଟ୍ଟନାୟକ, ଈଶ୍ବର ସାହୁ, କୁଞ୍ଜଲତା ଦେବୀ, ଘନଶ୍ୟାମ ପଟ୍ଟନାୟକ, ଜଗନ୍ନାଥ ମିଶ୍ର, ଶ୍ରୀ ରାମ ଚନ୍ଦ୍ର ମର୍ଦ୍ଦରାଜ, ନନ୍ଦ କିଶୋର ମିଶ୍ର, ହରିହର ମର୍ଦ୍ଦରାଜ ପ୍ରମୁଖ ସଂଗ୍ରାମୀଙ୍କୁ ଏହି ଅବସରରେ ଭକ୍ତି ପ୍ରଣାମ ଜଣାଇଥିଲେ ।
ଗଞ୍ଜାମର ମାଟି ହେଉଛି କଳା, ସାହିତ୍ୟ ଓ ସଂସ୍କୃତିର ମାଟି । କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ, କବିସୂର୍ଯ୍ୟ ବଳଦେବ ରଥ ଓ କବି ଗୋପାଳ କୃଷ୍ଣ ବାସୁଦେବ ରଥ ଶର୍ମାଙ୍କ ପରି ସାରସ୍ବତ ସାଧକଙ୍କୁ ଜନ୍ମ ଦେଇଛି ଏ ମାଟି । ଯେଉଁ ମାନେ ଓଡିଶା ସାହିତ୍ୟ ଓ ଭାଷାକୁ ଋଦ୍ଧିମନ୍ତ କରିଛନ୍ତି ।ଏହି ଜିଲ୍ଲା ସ୍ତରୀୟ ପ୍ୟାରେଡ୍ ରେ ୩୩ ଟି ଦଳ ଅଂଶଗ୍ରହଣ କରିଥିଲେ । ଶାରୀରିକ କ୍ରିଡାରେ ୩ ଟି ଦଳ ଅଂଶ ଗ୍ରହଣ କରିଥିଲେ । ଜିଲ୍ଲାର ୬ ଟି ବିଭାଗ ତରଫରୁ ଉନ୍ନୟନମୂଳକ କାର୍ଯ୍ୟର ପ୍ରଦର୍ଶନ ନିମନ୍ତେ ପ୍ରଜ୍ଞାପନ ମେଢ ପ୍ରଦର୍ଶିତ କରିଥିଲେ । ରିଜର୍ଭ ଇନିସ୍ପେକ୍ଟର ଅଫ୍ ପୋଲିସ୍ ଅମୂଲ୍ୟ ନାୟକ, ସର୍ଜେଣ୍ଟ ଅଫ୍ ପୋଲିସ୍ ବିବେକାନନ୍ଦ ନାୟକ ପ୍ୟାରେଡ଼ ପରିଚାଳନା କରିଥିବାବେଳେ ସେକେଣ୍ଡେ ଇନ୍‌ କମାଣ୍ଡଣ୍ଡ ଭାବେ ସର୍ଜେଣ୍ଟ ସଂଜୟ କୁମାର ବାରିକି ଦାୟିତ୍ୱ ତୁଲାଇଥିଲେ । ଏହି ସମାରୋହରେ ଗଞ୍ଜାମ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅଞ୍ଜଳୀ ସ୍ବାଇଁ ଉପାକ୍ଷା ଏସ୍ . ରାଜେଶ୍ବରୀ ଦୋରା, ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ଗଞ୍ଜାମ ଜିଲ୍ଲାପାଳ ଦିବ୍ଯ ଜ୍ୟୋତି ପରିଡା ଓ ଗଞ୍ଜାମ ଆରକ୍ଷୀ ଅଧୀକ୍ଷକ ଜଗମୋହନ ମୀନାଙ୍କ ସମେତ ବହୁ ଜିଲ୍ଲାସ୍ତରୀୟ ଅଧିକାରୀ ଏବଂ ପୁଲିସ ଅଧିକାରୀମାନେ ଯୋଗ ଦେଇଥିଲେ ।ଜିଲ୍ଲାସ୍ତରୀୟ ପ୍ୟାରେଡ୍‌ରେ ଅଂଶ ଗ୍ରହଣ କରିଥିବା କଣ୍ଟିଜେଣ୍ଟ ମାନଙ୍କ ମଧ୍ୟରୁ ୱିନର୍ ଏବଂ ରନର୍ ମାନଙ୍କୁ ମୁଖ୍ୟ ଅତିଥି ଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା । ସ୍କୁଲ ଓ ମହାବିଦ୍ୟାଳୟ ସ୍ତରୀରେ ଜନରାଜ୍ୟ ଦିବସ ଉପଲକ୍ଷେ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନକୁ ପୁରସ୍କୃତ କରାଯାଇଥିଲା। ଏହି ଜାତୀୟ ଦିବସ ଉପଲକ୍ଷେ ଅପରାହ୍ନରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ଏକାଦଶ ଓ ଗଣ ମାଧ୍ୟମ ଏକାଦଶ ଙ୍କ ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । ଅପରାହ୍ନ ୩ ଘଣ୍ଟା ସମୟରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ବହୁଭାଷୀ ଦେଶାତ୍ମବୋଧ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା ।ସନ୍ଧ୍ୟା ସମୟରେ ଜିଲ୍ଲା ସ୍ତରୀୟ ଉତ୍ସବ କୁ ସରସ ସୁନ୍ଦର କରିବା ପାଇଁ ଜିଲ୍ଲା ସଂସ୍କୃତି ଭବନ ଠାରେ ଛାତ୍ରଛାତ୍ରୀଙ୍କ ଦ୍ବାରା ଏକ ମନୋରମ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସମସ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ରବି ନାରାୟଣ ବେହେରା ପ୍ରତ୍ୟକ୍ଷ ତତ୍ତ୍ବାଧାନ ରେ ପରିଚାଳିତ
ହୋଇଥିଲା ।

LEAVE A REPLY

Please enter your comment!
Please enter your name here