ଉଦୟନାଥେଶ୍ୱର ଶୈବପୀଠରେ ରାମତାରକ ବିଶ୍ଵଶାନ୍ତି ମହାଯଜ୍ଞ ସମ୍ପନ୍ନ

0
153

ବ୍ରହ୍ମପୁର , ୦୫/୦୨/୨୦୨୩:
ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଚଷାନିମଖଣ୍ଡି ଗ୍ରାମପଞ୍ଚାୟତ ନିକଟସ୍ଥ ବଡପଦା ଗ୍ରାମ ଅଧିଷ୍ଠିତ ଶ୍ରୀ ଉଦୟନାଥେଶ୍ୱର ମହାଦେବଙ୍କ ପୀଠରେ ଚାଲିଥିବା ଶ୍ରୀରାମ ତାରକ ବିଶ୍ଵଶାନ୍ତି ମହାଯଜ୍ଞ ଶନିବାର ରାତିରେ ପୂର୍ଣ୍ଣାହୁତି ସହ ସମ୍ପନ୍ନ ହୋଇଯାଇଅଛି । ଆୟୋଜିତ ଏହି ମହାଯଜ୍ଞରେ ପ୍ରତ୍ୟେହ ନାମଯଜ୍ଞ , ଘୃତଯଜ୍ଞ , ଅନ୍ନଯଜ୍ଞ ଆୟୋଜିତ ହେଉଥିଲା । ଅନ୍ତିମ ଦିନରେ ବହୁ ନେତା , ଯୋଗୀ ତଥା ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା । ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ବର୍ତ୍ତମାନ ଜିଲ୍ଲାପରିଷଦ ବିପିନ ଚନ୍ଦ୍ର ପ୍ରଧାନ , ସରପଞ୍ଚ ମନୋରଂଜନ ଗୌଡ଼ , ଯୁବ ନେତା ସିଲେଶ୍ୱର୍ ଗୌଡ଼ , ଦିଗପହଣ୍ଡି ବ୍ଲକର ପୂର୍ବତନ ସରପଂଚ ସଂଘ ସଭାପତି କେ ହରିବଦ୍ଧୁ ରେଡ୍ଡୀ , ବମକୋଇ ସରପଂଚ ତପନ କୁମାର ପ୍ରଧାନ , କଇଠଡା ସରପଞ୍ଚ ଦେବହରି ଗୌଡ଼, ବମକୋଇ ପୁର୍ବତନ ସରପଞ୍ଚ ଭଗବାନ୍ ବାଡତ୍ୟା , ଦିଗପହଣ୍ଡିରେ ପୁର୍ବତନ ନଗରପାଳ ଉଦୟନାଥ ସ୍ୱାଇଁ , ଦିଗପହଣ୍ଡି ସେବା ସମବାୟ ସଭାପତି ପ୍ରମୋଦ କୁମାର ପାଣିଗ୍ରାହୀ , ଖମ୍ବାରୀଗାଁ ପୁର୍ବତନ ସରପଞ୍ଚ ଲଳିତ ମୋହନ ମହାପାତ୍ର , ବରିଷ୍ଠ କର୍ମୀ ସମ୍ଭୁନାଥ ପଣ୍ଡା , ଯୁବନେତା ମନୋଜ କୁମାର ସାହୁ, ଗୋକର୍ଣ୍ଣପୁର ପୁର୍ବତନ ସରପଞ୍ଚ ଅସିତ୍ କୁମାର ସାହୁ , ମାଁ ହରିପ୍ରିୟା ଆଶ୍ରମର ଯୋଗୀ ଦେବଦତ୍ତ ମେକାପ୍ , ଗାଙ୍ଗଦେହୁଣି ବଡମଠ ମହନ୍ତ ଶ୍ରୀ ରାମକୃଷ୍ଣ ଦାସ , କଂଚୁରୁ ଜଗନ୍ନାଥ ମଠ ମହନ୍ତ ହରିହର ଦାସ , ନିମଖଣ୍ଡି ମହନ୍ତ ଭକ୍ତି ଚରଣ ଦାସ , ବ୍ରହ୍ମପୁର ବାଲାଜୀ ମଠ ମହନ୍ତ ରାମଶରଣ ଦାସ ମହାରାଜ, ଲୋଚାପଡା ମହନ୍ତ ଚିନ୍ମୟ ମହାରାଜ , କଙ୍କୋରଡ଼ା ମହନ୍ତ ଜାନକୀ ରାମ ଦାସ , ଭୀଷ୍ମଗିରି ରାମଜୀ ମଠ ମହନ୍ତ ପଦ୍ମଚରଣ ରାମାନୁଜ ଦାସ , ଗୋକର୍ଣ୍ଣମେରୀ ପଲ୍ଲୀ ମହନ୍ତ ବ୍ରଜମୋହନ ଦାସ, ପୋଡାମାରି ମହନ୍ତ ବାଳ ମକୁନ୍ଦ ଦାସ , ଗୌତମୀ ରଘୁନାଥ ମଠ ବୀର ରାଘବ ଦାସ ବାବାଜୀ , ରାମଚନ୍ଦ୍ରପୁର ବାବାଜୀ ସୀତାରାମ ଦାସ ଉପସ୍ଥିତ ରହି ମହାଦୀପ ପ୍ରଜ୍ଜଳନ , ପୁଷ୍ପାଞ୍ଜଳି ଅର୍ପଣ ସହ ଭଗବତ କୃପାଲାଭ କରିଥିଲେ । କାର୍ଯ୍ୟକ୍ରମରେ କରପଡା ସରପଞ୍ଚ ଫନେନ୍ଦ୍ର ଗୋସ୍ୱାମୀ, ଭୀଷ୍ମଗିରି ପୂର୍ବତନ ସରପଞ୍ଚ ପ୍ରଫୁଲ୍ଲ ମହାନ୍ତି, ଗୌଡ଼ଗାଁ ପୂର୍ବତନ ସରପଞ୍ଚ କୃଷ୍ଣଚନ୍ଦ୍ର ସାହୁ,କାଳୁ ବେହେରା, ସଞ୍ଜୟ ସାହୁ , ପଦ୍ମନାଭପୁର ପୂର୍ବତନ ସରପଞ୍ଚ ଗାଉରେଶୁ ରେଡ୍ଡୀ , ବରିଷ୍ଠ ଶିକ୍ଷାବିତ କାଳୁ ଚରଣ ସାହୁ , ସମାଜସେବୀ ହୃଷିକେଶ ସାହୁ , ଅଜୟ ରେଡ୍ଡୀ , ଅଶ୍ୱିନୀ ବିଷୋୟୀ , ସଞ୍ଜୟ କୁମାର ପାଣିଗ୍ରାହୀ , ଗୋପାଳ କୃଷ୍ଣ ମେକାପ ଅରୂପ କୁମାର ଚୌଧୁରୀ ପ୍ରମୁଖ ବହୁ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ l ବ୍ଲକ ବିଜେଡି ସଭାପତି ବିଭୁତି ଭୂଷଣ ମହାପାତ୍ର, ସରପଞ୍ଚ ପ୍ରତିନିଧି ସିମାଞ୍ଚଳ ଗୌଡ଼, ଜିଲ୍ଲା ପରିଷଦ ସଭ୍ୟ ରାଧାକାନ୍ତ ଗୌଡ଼, ଲୁଲୁ ସର୍ଦ୍ଧାର ପ୍ରମୁଖ କମିଟି ବୃନ୍ଦ ଆମନ୍ତ୍ରିତ ସାଧୁ ସନ୍ଥଗଣଙ୍କୁ ଭବ୍ୟ ସମ୍ବର୍ଦ୍ଧନା ସହ ଯଜ୍ଞସ୍ଥଳକୁ ପାଛୋଟି ନେଇଥିଲେ ।

LEAVE A REPLY

Please enter your comment!
Please enter your name here