ପ୍ରତିଷ୍ଠା ଦିବସ ପାଳନ ପ୍ରସ୍ତୁତି ବୈଠକରେ ସ୍ୱର୍ଗତଃ ମନ୍ତ୍ରୀ ନବ ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲା ସାନଖେମୁଣ୍ଡି ବିଜେଡି ।

0
172

ବ୍ରହ୍ମପୁର , ୦୫/୦୨/୨୦୨୩ : ନିର୍ବାଚନ ମଣ୍ଡଳୀ ଭିତ୍ତିରେ ଦଳର ପ୍ରତିଷ୍ଠା ଦିବସ ପାଳନ ସମାରୋହ କାର୍ଯ୍ୟକ୍ରମ କରାଇବା ନେଇ ସାନଖେମୁଣ୍ଡି ବିଜେଡିର ଏକ ପ୍ରସ୍ତୁତି ବୈଠକ ଶନିବାର ସନ୍ଧ୍ୟାରେ ସାନଖେମୁଣ୍ଡି ବ୍ଲକ ପାଟପୁର ସ୍ଥିତ ପୂର୍ତ୍ତ ଡାକ ବଙ୍ଗଳାରେ ଅନୁଷ୍ଠିତ ହୋଇଯାଇଅଛି | ପୂର୍ବତନ ସାନଖେମୁଣ୍ଡି ବିଧାୟିକା ଶ୍ରୀମତୀ ନନ୍ଦିନୀ ଦେବୀଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି ବୈଠକରେ ବ୍ଲକ ବିଜେଡି ସଭାପତି ନୀଳମାଧବ ରାଉତ ପୌରହିତ୍ୟ କରିଥିବା ବେଳେ ବ୍ଲକ ଅଧ୍ୟକ୍ଷ ସିମାଞ୍ଚଳ ପାତ୍ର , ବରିଷ୍ଠ ନେତା ଗୋବିନ୍ଦ ଚନ୍ଦ୍ର ସ୍ୱାଇଁ , ପୂର୍ବତନ ବ୍ଲକ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ସ୍ୱାଇଁ , ବ୍ଲକ ଉପାଧକ୍ଷା ପ୍ରତିନିଧି ସଞ୍ଜୟ ନାୟକ , ଜିଲ୍ଲାପରିଷଦ ସଭ୍ୟ ବିଜୟ ପ୍ରଧାନ , ମାମାନି ପାତ୍ର , ଅମିନ ପ୍ରଧାନଙ୍କ ସହ ଶଙ୍କର୍ଷଣ ସ୍ୱାଇଁ ପ୍ରମୁଖ ଯୋଗ ଦେଇଥିଲେ । ଏହା ସହ ସମସ୍ତ ଦଳୀୟ ଜନପ୍ରତିନିଧି ଉପସ୍ଥିତ ରହି ସମାରୋହ ପ୍ରସ୍ତୁତି ସଂକ୍ରାନ୍ତୀୟ ଆଲୋଚନାରେ ଭାଗ ନେଇଥିଲେ । ବୈଠକ ଆରମ୍ଭରେ ଦିବଂଗତ ମନ୍ତ୍ରୀଙ୍କ ନବ ଦାଶଙ୍କ ପୋଲିସ ଗୁଳିରେ ନିଧନକୁ ନେଇ ମିଳିତ କ୍ଷୋଭ ପ୍ରକାଶ କରାଯିବ ସହିତ ଆମର ଆତ୍ମାର ସଦଗତି ଉଦ୍ଧେଶ୍ୟରେ ଦୁଇ ମିନିଟର ନୀରବ ପ୍ରାର୍ଥନା କରାଯାଇଥିଲା ତତ ସହିତ ସ୍ୱର୍ଗତଃ ନବ କିଶୋର ଦାଶଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯାଇ ଶ୍ରଦ୍ଧା ସୁମନ ଜ୍ଞାପନ କରାଯାଇଥିଲା । ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆଲୋଚନା ଭିତ୍ତିରେ ଦଳର ପ୍ରତିଷ୍ଠା ଦିବସ ଦିନ ଧାର୍ଯ୍ୟ ପ୍ରକାରେ ଆସନ୍ତା ୧୬ ତାରିଖରେ ଧରାକୋଟ ଷ୍ଟାଡିୟମ୍ ଠାରେ ପାଳିତ ହେବା ନେଇ ଧାର୍ଯ୍ୟ କରାଯାଇଥିଲା । ପଞ୍ଚାୟତ ସ୍ତରରୁ ଦଳୀୟ କର୍ମୀ ଓ କର୍ମକର୍ତ୍ତାଙ୍କ ସମାହାରରେ ଆୟୋଜିତ କାର୍ଯ୍ୟକ୍ରମକୁ ସଫଳ କରାଇବା ନେଇ ମତ ପ୍ରକାଶ ପାଇଥିଲା । ବୈଠକରେ ବିଜେଡିର ଛାମୁଆଁ ସଂଗଠନ ସହ ଯୁବ ଓ ଛାତ୍ର ବିଜେଡି କର୍ମକର୍ତ୍ତା ସମୂହ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ |

LEAVE A REPLY

Please enter your comment!
Please enter your name here