ବ୍ରହ୍ମପୁର,୨୧/୦୩/୨୦୨୩: ସ୍ଥାନୀୟ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକଙ୍କ ସମ୍ମିଳନୀ କକ୍ଷ ଠାରେ ବିଶ୍ଵ ବନ୍ୟ ଦିବସ ପାଳିତ ହୋଇଯାଇଛି। ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ସନି ଖୋଖର ଙ୍କ ସଭାପତିତ୍ବରେ ଆୟୋଜିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ପ୍ରଶାନ୍ତ କୁମାର ମିଶ୍ର ଯୋଗ ଦେଇଥିଲେ। ସେହିପରି ସମ୍ମାନିତ ଅତିଥି ଭାବେ ଉପ ବନ ସଂରକ୍ଷକ ରମାରଞ୍ଜନ ପଟ୍ଟନାୟକ, ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ରବିନ୍ଦ୍ର ନାଥ ସାହୁ ଯୋଗ ଦେଇଥିଲେ। ଏହି ଅବସରରେ ମନୁଷ୍ୟ ଜଗତରେ ଜଙ୍ଗଲର ଆବଶ୍ୟକତା, ଜଙ୍ଗଲ ନିଆ ଉପରେ ସଚେତନତା ଏବଂ ଏହାର ସୁରକ୍ଷା ପାଇଁ ବନ ସଂରକ୍ଷଣ ସମିତି, ସ୍ଵୟଂ ସହାୟକ ଗୋଷ୍ଟି, ସାମାଜିକ ସଂଗଠନ ଓ ବନ କର୍ମଚାରୀ ଙ୍କ ଭୂମିକା ଉପରେ ଆଲୋଚନା ହୋଇଥିଲା। ସେହିପରି ବିଦ୍ୟାର୍ଥୀ ଓ ଜନ ସାଧାରଣଙ୍କୁ ଜଙ୍ଗଲ ସୁରକ୍ଷା ପାଇଁ ସଚେତନତା ପହଞ୍ଚାଇବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ ବୋଲି ମୁଖ୍ୟ ଅତିଥି କହିଥିଲେ। ସେହିପରି ସମସ୍ତେ ଗୋଟିଏ ଗୋଟିଏ ବୃକ୍ଷ ରୋପଣ କରିବା ସହ ତାହାର ସୁରକ୍ଷା ପାଇଁ ଚେଷ୍ଟା କରିବା କୁ ବନଖଣ୍ଡ ଅଧିକାରୀ ଆହ୍ବାନ କରିଥିଲେ। ଏହି ଅବସରରେ ଜଙ୍ଗଲ ସୁରକ୍ଷା ରେ ଉତ୍ତମ ପଦର୍ଶନ ପାଇଁ ଶେରଗଡ଼ ବ୍ଳକର ବାଦଗଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କୁ ୧୦ ହଜାର ଟଙ୍କା ର ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା । ଏହି ଅବସରରେ ସହରର ବିଭିନ୍ନ ସ୍କୁଲର ବିଦ୍ୟାର୍ଥୀ ମାନଙ୍କ ମଧ୍ୟରେ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଉକ୍ତ ପ୍ରତଯୋଗିତାରେ ପରିବେଶ ସୁରକ୍ଷାକୁ ବାର୍ତ୍ତା ଦେଉଥିବା ସର୍ବଶ୍ରେଷ୍ଠ ଫୋଟଚିତ୍ର ପ୍ରସ୍ତୁତକାରୀଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା। ଜିଲ୍ଲା ଇକୋ କ୍ଳବ୍ ସଂଯୋଜକ ଶଙ୍କର ନାରାୟଣ ବେଜ୍ ମଞ୍ଚ ପରିଚାଳନା କରିଥିବା ବେଳେ ଏସିଏଫ ଏ ମାଧବୀ ଲତା ଧନ୍ୟବାଦ ଅର୍ପଣ କରିଥିଲେ। ସେହିପରି ଅନ୍ୟମାନଙ୍କ ମଧ୍ୟରେ ଏସିଏଫ ରୁଦ୍ର ନାରାୟଣ ରଥ, ବନାଞ୍ଚଳ ଅଧିକାରୀ ରଜତ ମିଶ୍ର, ମନୋଜ ପାତ୍ର, ବନପାଳ ବାବୁ ସେଠୀ, ଦିଗାମ୍ବର ହୋତା ଙ୍କ ସମେତ ସମସ୍ତ ବନ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।