ଉଦ୍ଭିଦ ବିଜ୍ଞାନ ବିଭାଗ ପକ୍ଷରୁ ରାଜ୍ୟ ସ୍ତରୀୟ ଆଲୋଚନା ଚକ୍ର

0
151

ବୁଗୁଡା, ୨୨/୦୩/୨୦୨୩: ବୁଗୁଡା ପିପୁଲସ କଲେଜ ଉଦ୍ଭିଦ ବିଜ୍ଞାନ ବିଭାଗ ପକ୍ଷରୁ ଦୁଇଟି ବିଷୟ ବସ୍ତୁ “ପ୍ରାଚୀନ ସଭ୍ୟତାରେ ଉଦ୍ଭିଦ ବିଜ୍ଞାନର ଭୂମିକା” ଓ “ମାନବ ଶରୀର ଗଠନରେ ଏଣ୍ଡୋସ୍ପର୍ମର ଭୂମିକା” ଉପରେ ରାଜ୍ୟ ସ୍ତରୀୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ କଲେଜର ପ୍ରିନ୍ସପାଲ ପ୍ରଫେସର ରଜନିକାନ୍ତ ଦାଶ ଅଧ୍ୟକ୍ଷତା କରିଥିଲେ। ଏହି ରାଜ୍ୟ ସ୍ତରୀୟ ଆଲୋଚନା ଚକ୍ରରେ ଗଜପତି ଜିଲ୍ଲା ଚାନ୍ଦିପୁଟ କଲେଜର ପ୍ରିନ୍ସପାଲ ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ, କନ୍ଧମାଳ ଜିଲ୍ଲା ଟିକାବାଲି କଲେଜ ଅଧ୍ୟାପକ ସନ୍ତୋଷ କୁମାର ରଥ ଓ ଗଞ୍ଜାମ ଜିଲ୍ଲା କୋଦଳା ଡିଗ୍ରୀ କଲେଜ ଅଧ୍ୟାପକ ବିଷ୍ଣୁ ନାରାୟଣ ସେଠୀ ଯୋଗଦେଇଥିଲେ। କାର୍ଯ୍ୟକ୍ରମର ସଂଯୋଜିକା ଅଧ୍ୟାପିକା ଅନିତା ଦେବୀ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଉଦ୍ଭିଦ ବିଜ୍ଞାନ ବିଭାଗ ମୁଖ୍ୟ ଅଧ୍ୟାପକ ଡକ୍ଟର ଜୟରାମ ବିଷୋୟୀ ଅତିଥି ପରିଚୟ ପ୍ରଦାନ କରିଥିଲେ। ଦୁଇଟି ସନ୍ଦର୍ଭ ପୁସ୍ତିକା ଉନ୍ମୋଚିତ ହେବାସହ ମୋନାଲିସା ସାହୁ ଓ ପ୍ରଯୁକ୍ତା ନାୟକ ଛାତ୍ରୀ ଦ୍ବୟ ସନ୍ଦର୍ଭ ଦୁଇଟିକୁ ପଠନ କରିଥିଲେ। ପ୍ରଶ୍ନତ୍ତୋର କାର୍ଯ୍ୟକ୍ରମ ସହ ଅତିଥି ବୃନ୍ଦ ଦୁଇ ସନ୍ଦର୍ଭର ସାରାଂଶ ଉପରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମରେ ପିପୁଲସ କଲେଜ ଆଇ.କ୍ୟୁ.ଏ.ସି. ସଂଯୋଜକ ଅଧ୍ୟାପକ ପ୍ରଭଞ୍ଜନ ମୁନି ଓ ସହ-ସଂଯୋଜକ ଅଧ୍ୟାପକ ଆତ୍ମ ପ୍ରକାଶ ନାୟକ ଯୋଗଦେଇ ନିଜ ନିଜ ମତ ପ୍ରଦାନ କରିଥିଲେ। ଆଲୋଚନାରେ ଅଂଶ ଗ୍ରହଣ କରିଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିବା ବେଳେ ଦୁଇ ସନ୍ଦର୍ଭ ପାଠିକା ଓ ଅତିଥି ବୃନ୍ଦଙ୍କୁ ମାନପତ୍ର ଓ ଉପଢୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। ପାଠଚକ୍ରଟି ସମ୍ପୂର୍ଣ ସଫଳ ହୋଇଥିବା ବେଳେ ଉଦ୍ଭିଦ ବିଜ୍ଞାନ ଅଧ୍ୟାପକ ଦିଲ୍ଲୀପ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।
ରିପୋର୍ଟ: ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here