ଦମ୍ଫତ୍ତି ଠାରୁ ଆଙ୍କୁଲି ଓଭର ବ୍ରିଜ ନିକଟରେ ୪ ଲକ୍ଷ ଉର୍ଦ୍ଧ୍ବ ଟଙ୍କା ଲୁଟ

0
178

ବ୍ରହ୍ମପୁର, ୨୬/୦୫/୨୦୨୩ :
ଆଙ୍କୁଲି ଓଭର ବ୍ରିଜ ନିକଟରୁ ଏକ ଦମ୍ପତିଙ୍କ ଟଙ୍କା ବ୍ୟାଗ ଝାମ୍ପି ନେଲେ ଦୁଇ ଲୁଟେରା ।ଦିନ ଦ୍ବିପ୍ରହରରେ ଲକ୍ଷାଧିକ ଟଙ୍କା ଲୁଟ୍ ହେବା ନେଇ ଅଭିଯୋଗ। ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଆଙ୍କୁଲି ଓଭର ବ୍ରିଜ ନିକଟରେ ବୟସ୍କ ଦମ୍ପତ୍ତିଙ୍କ ଠାରୁ ୪ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଲୁଟି ନେଇଛନ୍ତି ଲୁଟେରା । ସୂଚନାଯୋଗ୍ୟ ଯେ,ଆରୁଆପଲ୍ଲି ଗଞ୍ଜୁ ଅଞ୍ଚଳର ପ୍ରଭାକର ପଟ୍ଟନାୟକ ଏବଂ ତାଙ୍କ ସ୍ତ୍ରୀ କୁମାରୀ ପଟ୍ଟନାୟକ ଆଜି ବ୍ୟାଙ୍କରୁ ପ୍ରାୟ ୫ ଲକ୍ଷ ଟଙ୍କା ଉଠାଇଥିଲେ । ବ୍ୟାଙ୍କରୁ ଟଙ୍କା ଉଠାଇ ଏକ ବ୍ୟାଗରେ ଧରି ଘରକୁ ଯାଉଥିବା ବେଳେ ଦୁଇ ଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି ଟଙ୍କା ବ୍ୟାଗ୍ ଝାମ୍ପିନେଇଛନ୍ତି । ଲୁଟେରା ମାନେ ବୟସ୍କ ଦମ୍ପତି କୁ ବ୍ୟାଙ୍କ ରୁ ପିଛା କରି ଆସୁଥିବା ଅଭିଯୋଗ କରିଛନ୍ତି।ଟଙ୍କା ଲୁଟ୍‌ ନେଇ ଅଭିଯୋଗ ପରେ ବୈଦ୍ୟନାଥପୁର ଥାନା ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ କରିବା ସହ ଅଞ୍ଚଳ ର ସିସିଟିଭି ଯାଞ୍ଚ କରୁଛନ୍ତି।

LEAVE A REPLY

Please enter your comment!
Please enter your name here