ପ୍ରଧାନମନ୍ତ୍ରୀଙ୍କ ୧୦୧ତମ ‘ମନ୍ କି ବାତ୍‌’ କାର୍ଯ୍ୟକ୍ରମକୁ ଶୁଣିଲେ ରାଜ୍ୟ ସଭାପତି । ପ୍ରଧାନମନ୍ତ୍ରୀଙ୍କ ‘ମନ କି ବାତ୍‌’ ପ୍ରତି ଲୋକମାନଙ୍କର ଶ୍ରଦ୍ଧା ଅଭୂତପୂର୍ବ : ମନମୋହନ ସାମଲ

0
60

ଭୁବନେଶ୍ୱର/ବ୍ରହ୍ମପୁର,୨୮/୦୫/୨୦୨୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ମାସର ଶେଷ ରବିବାର ଦିନ ‘ମନ କି ବାତ୍‌’ କାର୍ଯ୍ୟକ୍ରମ ମାଧ୍ୟମରେ ଦେଶବାସୀଙ୍କୁ ମନର କଥା କହିଥାନ୍ତି । ପ୍ରତ୍ୟେକ ଦେଶବାସୀ ଆଜି ପ୍ରଧାନମନ୍ତ୍ରୀଙ୍କ ‘ମନ କି ବାତ୍‌’ କାର୍ଯ୍ୟକ୍ରମକୁ ଶୁଣିବା ପାଇଁ ବ୍ୟାକୁଳତାର ସହ ଅପେକ୍ଷାରତ ଥାନ୍ତି । ଏହି କାର୍ଯ୍ୟକ୍ରମ ଦ୍ୱାରା ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଯେଉଁ ଭଳି ଭାବେ ସାଧାରଣ ଦେଶବାସୀଙ୍କ ମନର କଥାକୁ ବାଖ୍ୟା କରୁଛନ୍ତି, ତାହା ଅତ୍ୟନ୍ତ ପ୍ରଶଂସନୀୟ । ଆଜି ଦେଶସାରା ବୁଥ ସ୍ତରରେ ‘ମନ କି ବାତ’ କାର୍ଯ୍ୟକ୍ରମର ସିଧାପ୍ରସାରଣ କରାଯାଇଛି । ୨୦୧୪ମସିହାରେ ମୋଦିଜୀ ପ୍ରଥମଥର ପାଇଁ ‘ମନ କି ବାତ୍‌’ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ଆଜି ଗଞ୍ଜାମ ଜିଲ୍ଲା ଛତ୍ରପୁରଠାରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କାର୍ଯ୍ୟକର୍ତାଙ୍କ ସହ ଯଶ୍ୱସୀ ପ୍ରଧାନମନ୍ତ୍ରୀଙ୍କ ୧୦୧ତମ “ମନ୍ କି ବାତ୍‌” କାର୍ଯ୍ୟକ୍ରମ ଶୁଣିଛନ୍ତି ।
କେନ୍ଦ୍ର ସରକାର ଓଡ଼ିଶାକୁ ଆବଶ୍ୟକତାଠାରୁ ଅଧିକ ଅର୍ଥ ଅନୁଦାନ ଦେବା ପରେ ବି ରାଜ୍ୟ ସରକାରଙ୍କ ଅପାରଗତା ପାଇଁ ଲୋକଙ୍କ ପାଖରେ ପଂହଚିପାରୁ ନାହିଁ । ପ୍ରଧାନମନ୍ତ୍ରୀଙ୍କ ‘ମନ କି ବାତ୍‌’ ପ୍ରତି ଲୋକମାନଙ୍କର ଶ୍ରଦ୍ଧା ଅଭୂତପୂର୍ବ ବୋଲି ଶ୍ରୀ ସାମଲ କହିଛନ୍ତି ।
ବିବିଧତାରେ ଭାରତର ସାମର୍ଥ ରହିଛି ବୋଲି ‘ମନ କି ବାତ୍‌’ ୧୦୧ତମ ସଂସ୍କରଣରେ ମୋଦିଜୀ ଦେଶବାସୀଙ୍କୁ କହିଛନ୍ତି । ଏହି ମନ କି ବାତ୍ ସଂସ୍କରଣ ଦ୍ୱିତୀୟ ଶତକ ପରି ମନେହେଉଛି । ଭାରତ ଓ ବିଦେଶରେ ଥିବା ଲୋକେ ମନ କି ବାତ ସମ୍ପର୍କରେ ମତାମତ ଦେଉଛନ୍ତି । ମାଦିଜୀ ‘ମନ କି ବାତ’ରେ ମଧ୍ୟ ଜଣେ ୧୦୦ବର୍ଷର ବୃଦ୍ଧାଙ୍କୁ ପ୍ରଶଂସା କରିବା ସହ ‘ଇଂଟରନ୍ୟାସନାଲ ମ୍ୟୁଜିୟମ୍ ଏକସ୍ପୋରେ ବିଶ୍ୱର ୧୨ଶହରୁ ଅଧିକ ସଂଗ୍ରହାଳୟ ବର୍ଣ୍ଣିତ ହୋଇଥିବା କଥା କହିଛନ୍ତି । ଗୁରୁଗ୍ରାମ ‘ମୁସେଓ କ୍ୟାମେରା’ ସଂଗ୍ରାହାଳୟରେ ୧୮୬୦ ମସିହା ପରର ୮ହଜାର ଅଧିକ କ୍ୟାମେରା, ଦିବ୍ୟାଙ୍କ ଜନଜାତିଙ୍କ ପ୍ରତି ତାମିଲନାଡୁରେ ‘ମ୍ୟୁଜିୟମ ଅଫ ପସିବିଲିଟିଜ୍‌’ ଡିଜାଇନ କଥା ମୋଦି ବଖାଣିଥିଲେ । ମୋଦିଜୀ ‘ମନ କି ବାତ୍‌ରେ ଜଳ ସଙ୍କଟ ସମ୍ପର୍କରେ କହିବା ସହ ପ୍ରତ୍ୟେକ ଜିଲ୍ଲାରେ ୭୫ଟି ଅମୃତ ସରୋବର ଖୋଳାଯାଉଛି ବୋଲି କହିଛନ୍ତି ।
ଏହି ଅବସରରେ ରାଜ୍ୟ ସାଧାରଣ ସଂପାଦକ ଗୋଲକ ମହାପାତ୍ର, ଭୃଗୁ ବକ୍ସିପାତ୍ର, କାର୍ଯ୍ୟକର୍ତା ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here