ଗଞ୍ଜାମ ଜିଲ୍ଲାରେ କିଶୋରୀ ମାନଙ୍କ ଦ୍ବାରା ବିଶ୍ବ ଋତୁସ୍ରାବ ଦିବସ ପାଳିତ

0
110

ବ୍ରହ୍ମପୁର,୨୮/୦୫/୨୦୨୩:
କିଶୋରୀ ମାନଙ୍କ ଦ୍ବାରା ଗଞ୍ଜାମ ଜିଲ୍ଲାର ବିଭିନ୍ନ ଗ୍ରାମାଞ୍ଚଳ ଓ ବ୍ରହ୍ମପୁର ସହରରେ ମାସିକ ଋତୁସ୍ରାବ ସମ୍ବନ୍ଧିତ ସାମାଜିକ କଳଙ୍କ ଏବଂ ଅନ୍ଧବିଶ୍ଵାସ ଉପରେ ଲଢେଇ ଆରମ୍ଭ କରିଛନ୍ତି। ସେମାନେ ଗ୍ରାମାଞ୍ଚଳ ଓ ସହରର କିଶୋର , କିଶୋରୀ ଏବଂ ଯୁବକ, ଯୁବତୀ ମାନଙ୍କ ସହିତ ମାସିକ ରୁତୁସ୍ରାବ ସମ୍ବନ୍ଧୀୟ ସାମାଜିକ କଳଙ୍କ ଏବଂ ଅନ୍ଧବିଶ୍ବାସ, ରୁତୁସ୍ରାବ ପରିଷ୍କାର ପରିଚ୍ଛନ୍ନତା ଜନିତ ଦ୍ରବ୍ୟ ପାଇବା , ପରିମଳ ଭିତ୍ତିଭୂମୀ, ସରକାରୀ ସେବା ଓ ସୁବିଧା ଏବଂ ସମାଜରେ ହେଉଥିବା ମହିଳା ଏବଂ ବାଳିକା ମାନଙ୍କ ସହିତ ଲିଙ୍ଗଗତ ଭେଦଭାବ ଉପରେ ପ୍ରଚାର କରୁଛନ୍ତି ।
ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତରଗତ ବଡ଼କୁଶସିଥଳୀ ,ସାତକୁଟୁଣୀ ,କୋଥରଶିଙ୍ଗୀ, ଇନ୍ଦ୍ରାକ୍ଷୀ ,ଚିକରଡ଼ା ଗ୍ରାମ ପଞ୍ଚାୟତ ଭଳି ୩୨ ତା ଗ୍ରାମ ପଞ୍ଚାୟତ ଓ ବ୍ରହ୍ମପୁର ସହରର ୨୦ ଟି ବସ୍ତି ରେ ଏପରି ଯୁବକ ଯୁବତୀ ମାନଙ୍କ ସହିତ ସେମାନଙ୍କର ସ୍ବାସ୍ଥ୍ୟ, ଶିକ୍ଷା ଓ କୌଶଳ ବିକାଶ ଉପରେ ଆଲୋଚନା କରୁଛନ୍ତି। ଋତୁସ୍ରାବ
ସମ୍ପର୍କିତ ପ୍ରାରମ୍ଭିକ ଏବଂ ସଠିକ ଜ୍ଞାନ ଜଣେ କିଶୋରୀ ପାଖରେ ନିହାତି ରହିବା ଆବଶ୍ୟକ। ଯେମିତି କି ରୁତୁସ୍ରାବ ଏକ ସ୍ବଭାବିକ ପ୍ରକ୍ରିୟା ଭାବରେ ସମସ୍ତ ନାରୀମାନଙ୍କ ଜୀବନରେ ଘଟେ। ଆମ ସମାଜରେ ରୁତୁସ୍ରାବ ସମୟରେ ପରିଷ୍କାର ପରିଚ୍ଛନ୍ନତା ଅବଲମ୍ବନ କରିବା, ନିୟମିତ ବ୍ୟାୟାମ କରିବା, ପୋଷଣଯୁକ୍ତ ଖାଦ୍ୟ ଖାଇବା , ଦିନକୁ ୪ ରୁ ୫ ଲିଟର ପାଣି ପିଇବା ଆଦି ସମ୍ପର୍କ ରେ ଆଲୋଚନା କରାଯାଇଥିଲା ।ପୁରୁଷମାନେ ମହିଳା ମାନଙ୍କର ଏହି ସମସ୍ୟାକୁ ଠିକ ଭାବରେ ବୁଝି ତାର ଗୁରୁତ୍ଵକୁ ସଠିକ ଭାବରେ ଅନୁଭବ କରିବା ଦରକାର । ରୁତୁସ୍ରାବ ସମୟରେ ମହିଳାମାନଙ୍କୁ ପୁରୁଷମାନେ ଘର କାମରେ ସହଯୋଗ କରିବା ଦରକାର । ଏକ ସୁସ୍ଥ ଜୀବନ ଯାପନ ପାଇଁ ଋତୁସ୍ରାବ ସମ୍ପର୍କିତ ଗୁରୁତ୍ବପୂର୍ଣ୍ଣ ଏବଂ ସଠିକ ତଥ୍ୟ ପୁରୁଷ ମହିଳା ନିର୍ବିଶେଷରେ ସମସ୍ତଙ୍କ ପାଖରେ ନିହାତି ରହିବା ଆବଶ୍ୟକ ବୋଲି ଆଲୋଚନା କରାଯାଇଥିଲା।
ପାଖାପାଖ୍ ୧୦୦୦ ରୁ ଅଧିକ କିଶୋରୀ ମାନଙ୍କୁ ମାସିକ ଋତୁସ୍ରାବ ସମ୍ପର୍କିତ ସାମାଜିକ କଳଙ୍କ ଏବଂ ଅନ୍ଧବିଶ୍ବାସ ସହିତ ଲଢ଼ିବା , ରୁତୁସ୍ରାବ ଜନିତ ଦ୍ରବ୍ୟ ଓ ପରିମଳ ଭିତିଭୂମିର ସୁବିଧା ପାଇବା , ଜୀବନର କୌଶଳ , ସ୍କୁଲ ଓ କଲେଜରେ ପାଠପଢା ତ୍ୟାଗ କରିଥିବା ଯୁବକ ଯୁବତୀ ମାନେ ପୁଣି ପାଠପଢା ଆରମ୍ଭ କରିବା ନେତୃତ୍ଵ ନେବାର ଦକ୍ଷତା , ସଠିକ ବୟସ ରେ ବିବାହ କରିବା ଏବଂ ଲିଙ୍ଗଗତ ସାମାଜିକ
ଅସମାନତା ଉପରେ ସଚେତନତା କରାଯାଇଛି।

LEAVE A REPLY

Please enter your comment!
Please enter your name here