ବ୍ରହ୍ମପୁର ମହିଳା ମହାବିଦ୍ୟାଳୟ ପୂର୍ବତନ ଅଧ୍ୟକ୍ଷା କବିତା ପଟ୍ଟନାୟକଙ୍କ ପରଲୋକ

0
137

ବ୍ରହ୍ମପୁର,୨୮/୦୫/୨୦୨୩: ସ୍ଥାନୀୟ ଶଶିଭୂଷଣ ରଥ ସରକାରୀ ମହିଳା ମହାବିଦ୍ୟାଳୟ ପୂର୍ବତନ ଅଧ୍ୟକ୍ଷା କବିତା ପଟ୍ଟନାୟକ ଆଜି ଭୋର ୫ଟା ସମୟରେ ହାଇଦ୍ରାବାଦ ଠାରେ ପରଲୋକ ଗମନ କରିଛନ୍ତି। ତାଙ୍କୁ ୬୮ ବର୍ଷ ହୋଇଥିଲା।ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ସ୍ୱାମୀ ଲଷ୍ମୀକାନ୍ତ ପଟ୍ଟନାୟକ ଅବସରପ୍ରାପ୍ତ ଅଧ୍ୟକ୍ଷ ଖଲ୍ଲିକୋଟ କଲେଜ ବ୍ରହ୍ମପୁର, ପୁତ୍ର ଓ ପୁତ୍ର ବଧୂ ଉପସ୍ଥିତ ଥିଲେ। ସେ ଦୀର୍ଘ ଦିନ ହେଲା ଅସୁସ୍ଥ ଥିଲେ।

୪ ମାର୍ଚ୍ଚ ୧୯୫୫ ମସିହା ରେ ଜନ୍ମ ଗ୍ରହଣ କରିଥିବା କବିତା ଭୁବନେଶ୍ୱର ବି ଜେ ବି କଲେଜ ରୁ ଦର୍ଶନ ଶାସ୍ତ୍ର ଅନର୍ସ ରେ ଡିଷ୍ଟିଙ୍କସନ ସହ ଉତୀର୍ଣ ହୋଇ ଉତ୍କଳ ବିଶ୍ୱ ବିଦ୍ୟାଳୟ ରୁ ୧୯୭୬ ମସିହା ରେ ପ୍ରଥମ ଶ୍ରେଣୀରେ ଦର୍ଶନ ଶାସ୍ତ୍ର ରେ ଏମ ଏ ପାସ କରିଥିଲେ।
୧୯୭୬ ମସିହା ରେ ଶଶିଭୂଷଣ ରଥ ସରକାରୀ ମହିଳା ମହାବିଦ୍ୟାଳୟ ରେ ଅଧ୍ୟାପିକା ଭାବେ ଚାକିରୀ ଆରମ୍ଭ କରି ୧୯୯୧ ମସିହା ରେ ରିଡର ଭାବେ ଫୁଲବାଣୀ ସରକାରୀ କଲେଜକୁ ବଦଳି ହୋଇଥିଲେ।୧୯୯୮ ମସିହାରେ ରେ ପୁନର୍ବାର ଶଶିଭୂଷଣ ରଥ ସରକାରୀ ମହିଳା ମହାବିଦ୍ୟାଳୟକୁ ବଦଳି ହୋଇଥିଲେ ଓ ସେହି କଲେଜର ଅଧ୍ୟକ୍ଷା ଭାବେ ୨୦୧୩ ରେ ଚାକିରୀ ରୁ ଅବସର ଗ୍ରହଣ କରିଥିଲେ।
କବିତା ପଟ୍ଟନାୟକ ଶ୍ରୀ ଟାୱାର୍ସ ବ୍ରହ୍ମପୁର ସ୍ଥିତ ତାଙ୍କର ଆପାର୍ଟମେଣ୍ଟ ରେ ରହୁଥିଲେ ଓ କିଛି ଦିନ ହେଲା ହାଇଦ୍ରାବାଦ ସ୍ଥିତ ତାଙ୍କ ବାସଭବନକୁ ଯାଇଥିଲେ।ତାଙ୍କ ମୃତ୍ୟୁ ରେ ବହୁ ଶିକ୍ଷାବିତ ଗଭୀର ଶୋକ ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here