ବିଜୁ ଜନତା ଦଳର ବିଶାଳ ସାଙ୍ଗଠନିକ କାର୍ଯ୍ଯକ୍ରମ।ଜନସମୁଦ୍ର ପାଲଟିଲା କଣିଆପଲ୍ଲୀ ବଡତୋଟା।

0
179

ବୁଗୁଡା ୨୮/୦୫/୨୪ ଆଗକୁ ୨୦୨୪ ସାଧାରଣ ନିର୍ବାଚନ। ତୃଣମୂଳ ସ୍ତରରୁ ଦଳକୁ ସୁଦୃଢ କରିବା ପାଇଁ ଗଞ୍ଜାମ ଜିଲ୍ଲା ପୋଲସରା ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳର ଏକ ବିଶାଳ ଦଳୀୟ କର୍ମୀ ସମ୍ମିଳନୀ ମଇ ୨୮ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେଡି ପକ୍ଷରୁ ତୂଣମୁଳ ସ୍ତରରୁ ସଙ୍ଗଠନ କିପରି ମଜଭୁତ ହୋଇ ପାରିବ ସେଥିପାଇଁ ବୁଗୁଡା ବ୍ଳକ ଅନ୍ତର୍ଗତ ଗୋଲିଆ ନିକଟସ୍ଥ କଣିଆପଲ୍ଲୀ ବଡତୋଟା ଠାରେ ଏକ ବଡଧରଣର ସାଙ୍ଗଠନିକ ସମ୍ମିଳନୀ ଅନୁଷ୍ଟିତ ହୋଇଥିଲା। ଏହି କାର୍ଯ୍ଯକ୍ରମରେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଏଥିରେ ପୋଲସରା ନିର୍ବାଚନ ମଣ୍ତଳିର ପୋଲସରା ଏନଏସି ଓ ବ୍ଳକ ଏବଂ ବୁଗୁଡା ଏନଏସି ଓ ବ୍ଳକର ପ୍ରାୟ ୨୦ ହଜାର ନେତା ଓ କର୍ମୀ ଯୋଗଦେଇଥିଲେ। ସଭା ସ୍ଥଳୀ କଣିଆପଲ୍ଲୀ ବଡତୋଟା ଜନସମୁଦ୍ର ପାଲଟି ଯାଇଥିଲା। ବୁଗୁଡା ବ୍ଲକ ବିଜେଡି ସଭାପତି ଇ.ମଦନ ଗୋପାଳ ଦୋରା ଓ ପୋଲସରା ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର ନାଥ ପ୍ରଧାନଙ୍କ ସଭାପତିଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ସାହୁଙ୍କ ସହଧର୍ମିଣୀ ଗୋଲାପ ସାହୁ, ପୋଲସରା ଏନଏସି ସଭାପତି ରଞ୍ଜିତ ସାହୁ, ବୁଗୁଡା ଏନଏସି ସଭାପତି କେ.ତ୍ରିଲୋଚନ ଦୋରା, ଦୁଇ ବ୍ଲକର ଅଧ୍ୟକ୍ଷା କେ.ପ୍ରିୟଦର୍ଶିନୀ ଆଚାରୀ, ଓ କଳ୍ପନା ପ୍ରଧାନ, ଦୁଇ ବ୍ଳକର ଉପାଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ ଓ କାହ୍ନୁ ଚରଣ ପରିଡ଼ା , ପୋଲସରା ଏନଏସି ଅଧ୍ୟକ୍ଷା ସଙ୍ଗୀତ ବେହେରା ଓ ଉପାଧ୍ୟକ୍ଷ ସନ୍ତୋଷ କୁମାର ବେହେରା, ବୁଗୁଡା ଏନଏସି ଅଧ୍ୟକ୍ଷ ଚିତ୍ରସେନ ପ୍ରଧାନ ଓ ଉପାଧ୍ୟକ୍ଷ ଗୀତାଞ୍ଜଳୀ ପାଢ଼ୀ, ଜିଲ୍ଲା ପରିଷଦ ମେମ୍ବର ଅଶୋକ ବିଷୋୟି, ବିକ୍ରମ ନାୟକ, ଝୁନୁ ଦାସ, ଗଙ୍ଗାପାଣି ଜେନା, ଆରତୀ ଦେବୀ ,ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ସୁରଥ ପ୍ରଧାନ ଓ ରେବତୀ ମୋହନ ନାୟକ, ବରିଷ୍ଠ ନେତା ପଦ୍ମନାଭ ସାହୁ, ପୀତବାସ ପ୍ରଧାନ, ବିଭିନ୍ନ ପଞ୍ଚାୟତର ସରପଞ୍ଚ ଓ ସମିତି ମେମ୍ବର ଏବଂ ବିଜୁଜନତା ଦଳର ହଜାର ହଜାର ମହିଳା ବିଜେଡି, ଯୁବ ବିଜେଡି ଓ ଛାତ୍ର ବିଜେଡି ର କର୍ମକର୍ତ୍ତା ଓ କର୍ମୀ ଉକ୍ତ କାର୍ଯ୍ଯକ୍ରମରେ ଯୋଗ ଦେଇଥିଲେ। ପୋଲସରା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୂଙ୍କ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ଯ ଏବଂ ଉତ୍ତମ ଜନସମ୍ପର୍କ ଯୋଗୁ ପୋଲସରା ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳ ସୁଦୃଢ ହୋଇଥିବା ବେଳେ ଶ୍ରେୟ ବିଧାୟକ ଶ୍ରୀ ସାହୁଙ୍କୁ ପ୍ରଦାନ କରାଯାଇଥିଲା। ଆଗାମୀ ୨୦୨୪ ସାଧାରଣ ନିର୍ବାଚନରେ ବିଜୁ ଜନତା ଦଳ ଯେପରି ବହୁ ଭୋଟ ବ୍ୟବଧାନରେ ବିଜୟୀ ହେବ ସେଥିପାଇଁ ସମସ୍ତ ବିଜୁ ଜନତା ଦଳର କର୍ମୀ ଶପଥ ନେବା ସହ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କ ହାତମୁଠା ଟାଣ କରିବା ପାଇଁ ସମସ୍ତେ ସଙ୍କଳ୍ପ କରିଥିଲେ। ପୋଲସରା ବିଧାୟକ ଶ୍ରୀସାହୁ ସାଙ୍ଗଠନିକ କ୍ଷେତ୍ରରେ ସହଯୋଗ କରିବା ପାଇଁ ଉପସ୍ଥିତ ଥିବା ୨୦ ହଜାର ବିଜୁଜନତା ଦଳକୁ ଭଲ ପାଇ ଆସିଥିବା ମହିଳା ଓ ପୁରୁଷ କର୍ମୀ ମାନଙ୍କୁ ସହଯୋଗ କାମନା କରିଥିଲେ।

LEAVE A REPLY

Please enter your comment!
Please enter your name here