ଜିଲ୍ଲା ଆଇନ ସେବା ପ୍ରାଧିକରଣ ଦ୍ୱାରା ଦିବ୍ୟାଙ୍ଗଙ୍କୁ ଚକଲଗା ଚୌକି ପ୍ରଦାନ

0
170

ବ୍ରହ୍ମପୁର,୨୯/୦୫/୨୦୨୩:ଗଞ୍ଜାମ ଜିଲ୍ଲାର ବିଭିନ୍ନ ବ୍ଲକରେ ଚାଲିଥିବା ଦିବ୍ୟାଙ୍ଗମାନଙ୍କ ପାଇଁ ସ୍ୱତନ୍ତ୍ର ଅଭିଯାନ ର ଆଜି ହେଉଛି ଅନ୍ତିମ ଦିବସ l ପୂର୍ବରୁ ଓଡିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ ଆଦେଶ କ୍ରମେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଗଞ୍ଜାମ ତରଫରୁ ଜିଲ୍ଲାର ଦିବ୍ୟାଙ୍ଗଙ୍କ ପାଇଁ ଏକ ସ୍ୱତନ୍ତ୍ର ଅଭିଯାନ ଗତ ୨୨ ତାରିଖ ଠାରୁ ଆରମ୍ଭ ହୋଇଥିବା ବେଳେ ଏହା ଆଜି ଅନ୍ତିମ ପର୍ଯ୍ୟାୟ ରେ ପହଞ୍ଚି ଥିଲା l ଜିଲ୍ଲା ଓ ଦୌରା ଜର୍ଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷା ଶ୍ରୀମତୀ ରୂପଶ୍ରୀ ଚୌଧୁରୀ ଙ୍କ ନିର୍ଦେଶ କ୍ରମେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଶ୍ରୀମତୀ ଦେବଶ୍ରୀ ସାହୁଙ୍କ ପରିଚାଳନାରେ ଏହି ସ୍ୱତନ୍ତ୍ର ଅଭିଯାନ ଚାଲିଥିବା ବେଳେ ଏହି ଅଭିଯାନରେ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗର ଅଧିକାରୀ,ପାରାଲିଗଲ ସ୍ବେଛାସେବୀ,ପେନେଲ ଓକିଲ, ଗ୍ରାମ ପଂଚାୟତର ସଦସ୍ୟମାନେ ଉପସ୍ଥିତ ରହି ଗଞ୍ଜାମ ଜିଲ୍ଲାର ପ୍ରତ୍ୟେକ ବ୍ଲକ ତଥା ଗ୍ରାମ ପଂଚାୟତକୁ ଭ୍ରମଣ କରି ଦିବ୍ୟାଙ୍ଗ ମାନଙ୍କ ସୁବିଧା ଅସୁବିଧା ବୁଝିବା ସହ ସେମାନେ ଯେପରି ସେମାନଙ୍କର ନାର୍ଜ୍ୟ ଅଧିକାରରୁ ବଞ୍ଚିତ ନ ହେବେ ସେ ନେଇ ବିଶେଷ ଭାବରେ ଧ୍ୟାନ ଦେଇଛନ୍ତି ଏବଂ ସେମାନଙ୍କୁ ନିଃଶୁଳ୍କ ଆଇନ ସହାୟତା ଉପରେ ଆଲୋକପାତ କରାଇଛନ୍ତି l ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଦୁଇଟି ଟିମ ଗଠିତ ହୋଇଛି, ପ୍ରତ୍ୟେକ ଟିମରେ ଦୁଇ ଜଣ ପେନେଲ ଓକିଲ ରହିବା ସହ ଚାରିଜଣ ପାରାଲିଗଲ ସ୍ବେଛାସେବୀ ରହିଛନ୍ତି ଏବଂ ସେମାନେ ଦୁଇଟି ବ୍ଲକ ଯଥା ରଙ୍ଗେଈଲୁଣ୍ଡା ଏବଂ କୁକୁଡାଖଣ୍ଡି ବ୍ଲକର ଗ୍ରାମ ପଂଚାୟତଗୁଡିକୁ ଭ୍ରମଣ କରି ଦିବ୍ୟାଙ୍ଗ ମାନଙ୍କ ସୁବିଧା ଅସୁବିଧା ବୁଝୁଛନ୍ତି l ଏଥିରେ ତାଲୁକ ଆଇନ ସେବା କମିଟି ମଧ୍ୟ ସହଯୋଗ କରୁଛନ୍ତି ।ତେବେ ଆଜିର ଏହି ଅନ୍ତିମ ଦିବସରେ ରଙ୍ଗେଈଲୁଣ୍ଡା ବ୍ଲକ ଡୁରା ପଂଚାୟତ ର ଦୁଇଜଣ ଦିବ୍ୟାଙ୍ଗ ହିତାଧିକାରୀଙ୍କୁ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଦ୍ୱାରା ଦୁଇଟି ଚକଲଗା ଚୌକି (wheel chair ) ପ୍ରଦାନ କରାଯାଇଛି, ଏହି ସମୟରେ ଉକ୍ତ ପଂଚାୟତ ରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଶ୍ରୀମତୀ ଦେବଶ୍ରୀ ସାହୁ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ଲକ୍ଷ୍ମୀ ନୃସିଂହ ପଟ୍ଟନାୟକ, ସରପଞ୍ଚ ଶ୍ରୀମତୀ ବିଷ୍ଣୁ ପ୍ରିୟା ବେହେରା, ପେନେଲ ଓକିଲ ଶ୍ରୀମତୀ ତୃପ୍ତି ଲତା ବେହେରା ଏବଂ ସୁବାଷ ଚନ୍ଦ୍ର ପାଳ, ପାରାଲିଗଲ ସ୍ବେଛାସେବୀ ଜ୍ୟୋଷ୍ଣା କୁମାରୀ ସାହୁ, ମମିତା ଦଳେଇ, ସଲୀଳା ପଟନାୟକ ଏବଂ ଉକ୍ତ ଗ୍ରାମର ବହୁ ସଦସ୍ୟ ଉପସ୍ଥିତ ରହିଥିଲେ l

LEAVE A REPLY

Please enter your comment!
Please enter your name here