ବୁଗୁଡା ପୋଲିସକୁ ଜନସାଧାରଣଙ୍କ ପ୍ରଶଂସା

0
151

ବୁଗୁଡା, ୦୨/୦୬/୨୦୨୩ :ବୁଗୁଡା ବଡଶଙ୍ଖ ନିକଟ ରାସ୍ତା କଡରେ ଏକ ଭେନିଟ୍ ବ୍ଯାଗ୍ ପଡିଥିବା ବେଳେ ବୁଗୁଡା ପୋଲିସ ଏହାକୁ ଉଧାର କରିଥିଲା । ସେହି ଭେନିଟ୍ ବ୍ଯାଗ୍ ଭିତରେ ସୁନା ଓ ରୁପା ଅଳଙ୍କାର ଏବଂ ମୋବାଇଲ୍ ଓ କିଛି ଟଙ୍କା ରହିଥିଲା। ଭ୍ୟାନିଟ୍ ବ୍ଯାଗକୁ ପାଇବା ପରେ ବୁଗୁଡା ପୋଲିସ୍ ଅନୁସନ୍ଧାନ କରି ଏହା ବୁଗୁଡା ଥାନା ଅନ୍ତର୍ଗତ ଟଭାପଲ୍ଲୀ ଗ୍ରାମର ମିଥୁନ ବେହେରାଙ୍କ ଧର୍ମପତ୍ନୀ ମମତା ବେହେରାଙ୍କ ବୋଲି ଜାଣିଥିଲେ। ମିଥୁନ ଓ ତାଙ୍କ ପତ୍ନୀ ମମତା ଗୋଟି ବାଇକରେ ଖୋଳଖାଳି ଗ୍ରାମକୁ ଯାଉଥିବା ସମୟରେ ବୁଗୁଡା ବଡଶଙ୍ଖ ନିକଟରେ ଅସାବଧାନତା ବଶତଃ ଭେନିଟ୍ ବ୍ୟାଗଟି ପଡିଯାଇଥିଲା। ବୁଗୁଡା ପୋଲିସ୍ ମମତା ବେହେରାଙ୍କୁ ବୁଗୁଡା ଥାନାକୁ ଡକାଇ ତାଙ୍କୁ ପଚାରି ଉପଯୁକ୍ତ ଉତ୍ତର ପାଇବାପରେ ସୁନାହାର , ମୋବାଇଲ୍ ଫୋନ୍, ରୁପା ଅଳଙ୍କାର ଓ ଟଙ୍କା ଫେରସ୍ତ କରିଥିଲେ। ବୁଗୁଡା ପୋଲିସର ଏହିଭଳି ଉତ୍ତମ କାର୍ଯ୍ୟକୁ ଜନସାଧାରଣ ଉଚ୍ଚ ପ୍ରଶଂସା କରିଛନ୍ତି।
ରିପୋର୍ଟ: ଅନିଲ କୁମାର ମହାରାଜା

LEAVE A REPLY

Please enter your comment!
Please enter your name here