ମଧୁପଲ୍ଲୀରେ ମାଗଣା ପରଳ ଚକ୍ଷୁ ପରୀକ୍ଷା ଶିବିର

0
168

ପୋଲସରା, ୦୨/୦୬/୨୦୨୩: ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଲକ ଅନ୍ତର୍ଗତ ମଧୁପଲ୍ଲୀ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ମଧୁପଲ୍ଲୀ ପଞ୍ଚାୟତ ଓ ହିଞ୍ଜିଳିକାଟୁ ନିକଟସ୍ଥ ସମରଝୋଳ ଶଙ୍କର ଚକ୍ଷୁ ଚିକିତ୍ସାଳୟର ମିଳିତ ଆନୁକୂଲ୍ୟରେ ଏକ ମାଗଣା ପରଳ ଚକ୍ଷୁ ପରୀକ୍ଷା ଶିବିର ଜୁନ ୨ ତାରିଖ, ଶୁକ୍ରବାର ଦିନ ସକାଳ ୯.୦୦ ଘଂଟିକା ଠାରୁ ଅପରାହ୍ନ ୧୨.୩୦ ଘଂଟିକା ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଶିବିରକୁ ମଧୁପଲ୍ଲୀ ପଞ୍ଚାୟତ ସରପଞ୍ଚ ବସନ୍ତ କୁମାର କରଣ ଓ ପୋଲସରା ବ୍ଲକ ଉପାଧ୍ୟକ୍ଷ କାହ୍ନୁ ଚରଣ ପରିଡା ପ୍ରଦୀପ ପ୍ରଜ୍ବଳନ କରି ଶୁଭାରମ୍ଭ କରିଥିଲେ। କାର୍ଯ୍ୟକ୍ରମରେ ପିଇଓ ସଞ୍ଜୟ କୁମାର ନାୟକ, ସମାଜସେବୀ ହାଡୁବନ୍ଧୁ ପ୍ରଧାନ ଓ ମଧୁପଲ୍ଲୀ ପଞ୍ଚାୟତର ସମସ୍ତ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ। ଏହି ଶିବିରରେ ମୋଟ ୬୫ ଜଣଙ୍କର ମାଗଣା ଚକ୍ଷୁ ପରୀକ୍ଷା କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୧୦ ଙ୍କୁ ମାଗଣା ଚଷମା ପ୍ରଦାନ ଓ ୧୫ ଙ୍କୁ ପରଳ ବା ମୋତିଆବିନ୍ଦୁ ଚିହ୍ନଟ କରାଗଲା। ସମ୍ପୂର୍ଣ୍ଣ ମାଗଣାରେ ପରଳ ଅସ୍ତ୍ରୋପଚାର ପାଇଁ ୧୫ ଜଣଙ୍କୁ ଶଙ୍କର ଚକ୍ଷୁ ହସ୍ପିଟାଲକୁ ନିଆଗଲା। ୧୪ ଜଣଙ୍କ ରେଟିନା ଓ ୧୫ ଜଣଙ୍କ ଗ୍ଲୁକୋମା ପରୀକ୍ଷା କରାଗଲା। ଶଙ୍କର ଚକ୍ଷୁ ଚିକିତ୍ସାଳୟ ପକ୍ଷରୁ କ୍ୟାମ୍ପ ମ୍ୟାନେଜର ନଳିନୀ କାନ୍ତ ରାଉତ, ଚିଫ ଅପଟୋମେଟ୍ରିଷ୍ଟ ଭଗବାନ ପଣ୍ଡା, ଚକ୍ଷୁ ଟେକ୍ନିସିଆନ ଅଙ୍କିତା ପ୍ରଧାନ ଓ ପାୟଲ ଗୌଡ଼ ଏବଂ ରଘୁନାଥ ପାଢି ଶିବିରକୁ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here