ନ୍ୟୁ ପ୍ରେସ କ୍ଲବର ଅନନ୍ୟ ଉପସ୍ଥାପନା : ସାଇ ସଙ୍ଗମ ମେଲୋଡି ଓ ପ୍ରଖ୍ୟାତ କଣ୍ଠଶିଳ୍ପୀଙ୍କ ଗୀତରେ ଝୁମିଲା ସାନଖେମୁଣ୍ଡିର ଗାନ୍ଧୀ ଛକ

0
147

ସାନଖେମୁଣ୍ଡି,୦୪/୦୬/୨୦୨୩: ସାନଖେମୁଣ୍ଡି ନ୍ୟୁ ପ୍ରେସ କ୍ଲବ ସୌଜନ୍ୟରୁ ଅନନ୍ୟ ଉପସ୍ଥାପନା ସହ ପାଟପୁର ଗାନ୍ଧୀ ଛକଠାରେ ଗତକାଲି ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ଅଞ୍ଚଲଲରେ ଚର୍ଚ୍ଚିତ ହୋଇଅଛି । ଅଞ୍ଚଳ ଜନପ୍ରତିନିଧି ,ବିଶିଷ୍ଟ ନିମନ୍ତ୍ରିତ ଅତିଥି ଏବଂ ଉପସ୍ଥିତ ହଜାର ହଜାର ଦର୍ଶକଙ୍କ ସମାବେଶରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ସୁନାମଧନ୍ୟ ମେଲୋଡି ଦୃପ ସାଇ ସଙ୍ଗମଙ୍କ ସହ ଓଲିଉଡ ଜଗତର ବିଶିଷ୍ଟ କଣ୍ଠଶିଳ୍ପୀଙ୍କ ଜାଦୁଭରା ସଙ୍ଗୀତରେ ଦର୍ଶକ ଝୁମିବା ସହ ଓଡ଼ିଆ କମେଡିଆନ୍ ପ୍ରଜ୍ଞା ଦର୍ଶକଙ୍କୁ ନିଜ ହାସ୍ୟରସାତ୍ମକ ଉପସ୍ଥାପନାରେ ହସାଇ ହସାଇ ବେଦମ୍ କରିଛନ୍ତି । ଆୟୋଜିତ ଏହି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅବସରରେ ଦିଗପହଣ୍ଡି ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ପଣ୍ଡା ମୁଖ୍ୟ ଅତିଥିଭାବେ ଯୋଗ ଦେଇ କାର୍ଯ୍ୟକ୍ରମ ଉଦଘାଟନ କରିଥିବା ବେଳେ ସାନଖେମୁଣ୍ଡି ବ୍ଲକ ପୂର୍ବତନ ଅଧ୍ୟକ୍ଷ ଲକ୍ଷ୍ମୀଚରଣ ପାତ୍ର , ସ୍ଥାନୀୟ ସରପଞ୍ଚ ପ୍ରତିନିଧି ମୁକୁନ୍ଦ ଚନ୍ଦ୍ର ବରାଡ , ପିସିସି ସଭ୍ୟ ଅରବିନ୍ଦ ନାୟକ , ପ୍ରଶାନ୍ତ କୁମାର ବିଷୋୟୀ , ହରିହର ରଥ , କାପଲ କୁନା , ଏ .ବାବୁଲା ଦୋରା , ସୁଶାନ୍ତ ସ୍ୱାଇଁ , ନିରାକାର ପ୍ରଧାନ , ପ୍ରଭାକର ତ୍ରିପାଠୀ , ମିଟୁ ଜେନା ଏବଂ ଦିଗପହଣ୍ଡି ଏନ୍ ଏସି କାଉନସିଲର ଦୀପକ ମିଶ୍ର ପ୍ରମୁଖ ଅଂଶଗ୍ରହଣ କରି ପ୍ରଦୀପ ପ୍ରଜ୍ବଳନ କରିଥିଲେ । ନିକଟରେ ଶୁକ୍ରବାର ଦିନ ବାଲେଶ୍ଵରର ବାହାନଗାରେ ଘଟିଥିବା ମର୍ମନ୍ତୁଦ ସିରିଜ ଟ୍ରେନ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତି ବିଶେଷଙ୍କ ଉଦ୍ଧେଶ୍ୟରେ ଦୁଇ ମିନିଟ ମିଳିତ ଶୋକସଭା ଆୟୋଜନ ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ଏହା ସହ ଆହତ ହଜାର ହଜାର ଟ୍ରେନ ଯାତ୍ରୀଙ୍କ ଆଶୁ ଆରୋଗ୍ୟ କାମନା କରାଯାଇଥିଲା । ପରିବେଷିତ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ସାନଖେମୁଣ୍ଡି ସାମ୍ବାଦିକ ସଂଘ ପକ୍ଷରୁ ମଞ୍ଚାସୀନ ଅତିଥି ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଆୟୋଜିତ ମେଲୋଡି କାର୍ଯ୍ୟକ୍ରମରେ ଆକର୍ଷଣ ପାଲଟିଥିବା ଓଲିଉଡ ଜଗତର ସୁନାମଧନ୍ୟ ଗାୟକ ତାରିକ ଅଜିଜ୍ , ଗାୟିକା ଅର୍ପିତା ଚୌଧୁରୀ , ଲିପ୍ସା ମହାପାତ୍ରଙ୍କ ବଛାବଛା ସୁନ୍ଦର ଫିଲ୍ମ ଓ ଆଲବମ ଗୀତରେ ସମାବେଶିତ ଦର୍ଶକ ଖୁବ୍ ଉପଭୋଗ କରିବା ସହ ଗୀତର ତାଳେତାଳେ ଝୁମି ନାଚି ଉଠିଥିଲେ । ଏଥିସହ ହାସ୍ୟ କମେଡି କିଙ୍ଗ ତଥା ଅଭିନେତା ପ୍ରଜ୍ଞାଙ୍କ କୌତୁକିଆ କଥାରେ ହସି ଉଠୁଥିଲେ ଦର୍ଶକ । କାର୍ଯ୍ୟକ୍ରମରେ ସାନଖେମୁଣ୍ଡି ଅଞ୍ଚଳର ସମସ୍ତ ଜନ ପ୍ରତିନିଧି ମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । ସାମ୍ବାଦିକ ସଂଘ ସଭାପତି ପଦ୍ମଲୋଚନ ପାଣିଗ୍ରାହୀ , ସଂପାଦକ ସନ୍ତୋଷ କୁମାର ଦାଶ , ସାମ୍ବାଦିକ ଶିବରାମ ସ୍ବାଇଁ , କିରଣ କୁମାର ବେହେରା , ରଘୁନାଥ ନାୟକ , ଅଜୟ ସ୍ବାଇଁ , ପ୍ରଫୁଲ୍ଲ ସାବତ , ଆରତ ହୋତା , ଆଇନ ପରାମର୍ଶଦାତା ପ୍ରଶାନ୍ତ ଡାକୁଆଙ୍କ ସମେତ ଅଞ୍ଚଳ ଯୁବଗୋଷ୍ଠୀ ପରିଚାଳନାରେ ସହଯୋଗ କରିଥିବା ବେଳେ ପାଟପୁର ଥାନା ପୋଲିସ ପକ୍ଷରୁ ଆଇନ ଶୃଙ୍ଖଳା ସହ ଟ୍ରାଫିକ ପରିଚାଳନା କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here