ବ୍ରହ୍ମପୁର ସହର ରେ ଟାଟା ପାଓ୍ବାର ଦ୍ବାରା ହେଉଥିବା ବାରମ୍ବାର ଅଘୋଷିତ ବିଦ୍ୟୁତ କାଟ ସମସ୍ୟାରେ ସୁଧାର ଆଣିବା ପାଇଁ ଦାବିପତ୍ର

0
153

ବ୍ରହ୍ମପୁର,୦୮/୦୬/୨୦୨୩:ଟାଟା ବିଦ୍ୟୁତ କମ୍ପାନୀ ସାଧାରଣ ଲୋକଙ୍କୁ ସେବା ଯୋଗାଇବା ପ୍ରତି ବଦଳରେ ଅତ୍ୟାଚାର କରୁଥିବା ନେଇ ଅଭିଯୋଗ ହୋଇଛି।ଏ ନେଇ ଆଜି ସମାଜସେବୀ ବିନୋଦ ସାବତ ଙ୍କ ନେତୃତ୍ୱରେ ବହୁ ଯୁବକ କୋର୍ଟପେଟା ସ୍ଥିତ ଟିପିଏସଓଡିଏଲ କାର୍ଯାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ଦାବି ପତ୍ର ପ୍ରଦାନ କରିଛନ୍ତି । ସହରରେ ଯେତେବେଳେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ହେଉଛି, ପ୍ରବଳ ତାତିରେ ଲୋକେ ଆଉଟୁ ପାଉଟୁ ହେଉଛନ୍ତି ସେତିକିବେଳେ ଟିପିଏସଓଡିଏଲ ପକ୍ଷରୁ ଘଣ୍ଟା ଘଣ୍ଟା ବିଜୁଳି କାଟ ଚାଲିଛି । ବିଶେଷ କରି ବ୍ରହ୍ମପୁର ସହରର ଗୋଶାଣୀନୂଆଗାଁ ସେକ୍ସନ ୨, କମାପଲ୍ଲୀ ଓ ଗେଟ ବଜାର ଅଞ୍ଚଳରେ ଦିନତମାମ ଅଘୋଷିତ ବିଦ୍ୟୁତ କାଟ ହେଉଛି | ଅନ୍ୟ ଯେଉଁଠି ବିଜୁଳି ରହୁଛି ସେଠି ଅନେକ ସ୍ଥାନରେ ଲୋ ଭୋଲଟେଜ
ସମସ୍ୟା ଲାଗି ରହିଛି | କେଉଁଠି ଫ୍ୟାନ ବୁଲୁନି ତ କେଉଁଠି ଲାଇଟ ଜଳୁନି । ଏବେ ବିଭିନ୍ନ ପ୍ରତିଯୋଗିତା ମୂଳକ ପରୀକ୍ଷା ଚାଲିଥିବା ବେଳେ ଅଘୋଷିତ ବିଦ୍ୟୁତ କାଟ ପିଲାଙ୍କ ପାଠ ପଢ଼ାରେ ବାଧା ସୃଷ୍ଟି କରୁଛି | ବିଦ୍ୟୁତ ଶକ୍ତି ଉତ୍ପାଦନରେ ଓଡିଶା ବଳକା ରାଜ୍ୟ ହୋଇଥିଲେ ସୁଦ୍ଧା ଏ ପର୍ଯ୍ୟନ୍ତ ବିଦ୍ୟୁତ କାଟ ଓ ଲୋ ଭୋଲ୍ଟେଜ ସମସ୍ୟାରେ ସୁଧାର ନ ଆସିବା ନିହାତି ନିନ୍ଦାଜନକ ବିଷୟ ବୋଲି ସେମାନେ ଅଭିଯୋଗ କରିଛନ୍ତି | ଏଣୁ ଏହି ଅଭିଯୋଗ କୁ ଗୁରୁତର ଭାବେ ନେଇ ବିଦ୍ୟୁତ କାଟ ଏବଂ ଲୋ ଭୋଲଟେଜ ସମସ୍ୟାରେ ସୁଧାର ଆଣିବା ପାଇଁ ଯଥାଶୀଘ୍ର ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି ।ଅଭିଯୋଗ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଆଗାମୀ ଦିନ ରେ ସହର ବାସୀଙ୍କ ଦ୍ବାରା ଆନ୍ଦୋଳନକୁ ତୀବ୍ର ରୁ ତୀବ୍ରତର କରାଯିବ ବୋଲି ସେମାନେ ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here