ଟ୍ରାଫିକ ନିୟମ ପାଳନ ଉପରେ ସଚେତନତା କାର୍ଯ୍ୟକ୍ରମ

0
196

ବ୍ରହ୍ମପୁର, ୧୨/୦୬/୨୦୨୩ : ସ୍ଥାନୀୟ ଇଞ୍ଜିନିୟରିଂ ସ୍କୁଲ ଛକଠାରେ ବ୍ରହ୍ମପୁର ସରକାରୀ ପଲିଟେକନିକ୍ ଅନୁଷ୍ଠାନ ପକ୍ଷରୁ ଟ୍ରାଫିକ ନିୟମ ଉପରେ ସଚେତନା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଅଧ୍ୟକ୍ଷ ଇଂ. ନିଶାକର ମଲ୍ଲିକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠାନର ଶେଷ ବର୍ଷର ମେକାନିକାଲ ବିଭାଗ ଏବଂ ହୋଟେଲ ମ୍ୟାନେଜମେଣ୍ଟ ଓ କ୍ୟାଟରିଂ ଟେକ୍ନୋଲୋଜି ବିଭାଗର ବିଦ୍ୟାର୍ଥୀମାନେ ଟ୍ରାଫିକ ନିୟମ ପାଳନ ଉପରେ ବିଭିନ୍ନ ସ୍ଲୋଗାନମାନ ଦେଇ ପ୍ଲାକାର୍ଡ ପ୍ରଦର୍ଶନ କରି ଲୋକଙ୍କୁ ସଚେତନ କରିଥିଲେ। ଏହାର ମୂଳ ଉଦ୍ଦେଶ୍ୟ ବିଦ୍ୟାର୍ଥୀମାନଙ୍କ ମଧ୍ୟରେ ଦେଶ ଓ ସମାଜପ୍ରତି ଥିବା ସାମାଜିକ ଦାୟିତ୍ଵବୋଧ ଜାଗ୍ରତ କରାଇବା ସହ ଦଳଗତ କାର୍ଯ୍ୟ କରିବାକୁ ନେଇ ଶିକ୍ଷା ଓ ପ୍ରୋତ୍ସାହନ ଦେବା । ଏହା ଡିପ୍ଲୋମା ପାଠ୍ୟକ୍ରମର ଶେଷ ବର୍ଷରେ ଲାଇଫ ସ୍କିଲ୍ ବିଷୟ ଅନ୍ତର୍ଭୁକ୍ତ ।ଏହି ଅବସରରେ ବିଦ୍ୟାର୍ଥୀମାନଙ୍କ ଦ୍ୱାରା ତିଆରି ଟ୍ରାଫିକ ନିୟମ ସମ୍ବନ୍ଧୀୟ ସନ୍ଦେଶ ବାର୍ତ୍ତା ପତ୍ର ନିୟମ ଭଙ୍ଗ କରୁଥିବା ଗାଡ଼ି ଚାଳକଙ୍କୁ ଦିଆଯିବା ସହ ନିୟମ ଅନୁପାଳନ କରିଥିବା ଗାଡ଼ି ଚାଳକଙ୍କୁ ଧନ୍ୟବାଦ୍ ପତ୍ର ଦିଆଯାଇଥିଲା।କାର୍ଯ୍ୟକ୍ରମକୁ କଲେଜର ହୋଟେଲ ମ୍ୟାନେଜମେଣ୍ଟ ଓ କ୍ୟାଟରିଙ୍ଗ ଟେକ୍ନୋଲୋଜି ବିଭାଗର ଅତିଥି ଅଧ୍ୟାପିକା ଆଶ୍ରିତା ନାୟକ ସଂଯୋଜନା କରିଥିଲେ।ଅବନୀ,ଅନିଲ,ଆଦିତ୍ୟ,ବିଜୟ, ଔରଜିତ୍,ସାଇସ, ରଶ୍ମିରଞ୍ଜନ, ସାନୁ, ରାଜେଶ,ସୁନିଲ,ସାଇ, ସୁବାସିନି,ଅର୍ଚ୍ଚନା,ପୂର୍ଣ୍ଣ, ସାଇଶ୍ରିତମ୍,ଶିବଶଙ୍କର,ଗୌରବ,ମୋହିତ,ବିକାଶ, ସିମାଂଶୁ, ଅନିକେତ୍ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।

LEAVE A REPLY

Please enter your comment!
Please enter your name here