ଗ୍ରୀଷ୍ମକାଳୀନ ଛୁଟି ଅବସରରେ କ୍ରାନ୍ତି ତରଫରୁ “ବ୍ରହ୍ମପୁର ସମର୍ ଫେଷ୍ଟିଭାଲ୍-୨୦୨୩’ ମହା ସମାରୋହରେ ପାଳିତ

0
155

ବ୍ରହ୍ମପୁର,୧୨/୦୬/୨୦୨୩ :ସ୍ଥାନୀୟ ବ୍ରହ୍ମାନଗର ୧ମ ସରଣୀ ସ୍ଥିତ କ୍ରାନ୍ତି ଅନୁଷ୍ଠାନ ତରଫରୁ ଗ୍ରୀଷ୍ମକାଳୀନ ଛୁଟି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ “ବ୍ରହ୍ମପୁର ସମର୍ ଫେଷ୍ଟିଭାଲ୍-୨୦୨୩’ ସ୍ଥାନୀୟ ହିଲ୍‌ପାଟଣା ସ୍ଥିତ ବିଜୁ ପଟ୍ଟନାୟକ ସଂସ୍କୃତି ଭବନଠାରେ ମହାସମାରୋହ ରେ ପାଳିତ ହୋଇଯାଇଛି । ପ୍ରଥମେ ଖଲ୍ଲିକୋଟ ଏକକ ବିଶ୍ଵବିଦ୍ୟାଳୟର କର୍ଣ୍ଣେଲ ପ୍ରଫେସର ପ୍ରଫୁଲ୍ଲ କୁମାର ମହାନ୍ତି ଜଗତରନାଥ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ସମସ୍ତ
ଅତିଥିମାନଙ୍କ ଗହଣରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମକୁ ଉଦ ଘାଟନ କରିଥିଲେ । କ୍ରାନ୍ତି ଅନୁଷ୍ଠାନର କାର୍ଯ୍ୟ ନିର୍ବାହୀ
ନିର୍ଦ୍ଦେଶକ ଡଃ ଦେବାନନ୍ଦ ଦାଶ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିବା ବେଳେ ବି.ଏମ୍.ସି. ମେୟର ଶ୍ରୀମତୀ ସଂଘମିତ୍ରା ଦଳେଇ, ବିଏମ୍‌ସି ଡେପୁଟି କମିଶନର ଶ୍ରୀ ବିନୋଦ କୁମାର ବେହେରା,ଏସ୍.ଏମ୍.ଆଇ.ଟି. ସଭାପତି ଡଃ ଭଗବାନ ଗନ୍ତାୟତ,ବିଶିଷ୍ଟ କଣ୍ଠଶିଳ୍ପୀ ଶିଶିର ଚନ୍ଦ୍ର ମିଶ୍ର, ୱାନ୍ ଷ୍ଟପ୍ ସେଣ୍ଟର ମୁଖ୍ୟ ଶ୍ରୀମତୀ ମହେଶ୍ଵତା ପାଢ଼ୀ, ସକାଳ ଦୈନିକ ଓଡ଼ିଆ ସମ୍ବାଦପତ୍ରର ଦକ୍ଷିଣ ଓଡ଼ିଶା ମୁଖ୍ୟ ଡଃ ଜଗନ୍‌ମୋହନ ମହାପାତ୍ର ପ୍ରମୁଖ ସମ୍ମାନିତ ଅତିଥୁ ରୂପେ ଯୋଗ ଦେଇ ଉପସ୍ଥିତ ଥିବା ସମସ୍ତ କୁନି କୁନି ଛାତ୍ରଛାତ୍ରୀମାନଙ୍କୁ ଦିଗ୍‌ଦର୍ଶନ ଦେବା ସହ ଉତ୍ସାହିତ କରିଥିଲେ । କ୍ରାନ୍ତି ଅନୁଷ୍ଠାନର କଳାକାରମାନଙ୍କ ଦ୍ବାରା “ମହାଭାରତ” ନୃତ୍ୟ ଦର୍ଶକମାନଙ୍କ ମନକୁ ମୋହିତ କରିଥିଲା । ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ସମସ୍ତ ଛାତ୍ର ଓ ଛାତ୍ରୀମାନଙ୍କୁ ମାନପତ୍ର ସହ ପୁରସ୍କୃତ କରାଯାଇଥିବା ବେଳେ ପ୍ରତିଯୋଗିତା ରେ କୃତି ପ୍ରତିଯୋଗୀ ମାନଙ୍କୁ ଅତିଥିମାନଙ୍କ ଦ୍ବାରା ମାନପତ୍ର ସହ ପୁରସ୍କୃତ କରାଯାଇଥିଲା ।ଏହି ଗ୍ରୀଷ୍ମକାଳୀନ ସାଂସ୍କୃତିକ ମହୋତ୍ସବରେ କ୍ରାନ୍ତି ଅନୁଷ୍ଠାନର ଶ୍ରୀମତୀ ନିର୍ମଳା ଦାଶ, ସଞ୍ଜୟ କୁମାର ରଥ,ଦେବରାଜ ରାଉତ, ଅରୁଣ କୁମାର ପଟ୍ଟନାୟକ, ଦୈତାରୀ ବେଜ, ଚର୍ଚ୍ଚିକା ଦାଶ, ମାନସ ରଞ୍ଜନ ରଥ, ଅନିଲ କୁମାର ସେଠୀ, ଡି. ଦିଲେଶ, ସ୍ନିଗ୍ଧା ମହାରଣା, ଶୁଭ୍ରାସିଂ ମହାରଣା, ଅମର କୁମାର ଦାଶ, ଚିନ୍ମୟାନନ୍ଦ ଦାଶଙ୍କ ସମେତ “କ୍ରାନ୍ତି”ଅନୁଷ୍ଠାନର ସମସ୍ତ ସଦସ୍ୟ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ପ୍ରବଳ ଗୁଳୁଗୁଳି ସତ୍ତ୍ଵେ ଭରପୁର୍
ଦର୍ଶକ ମଣ୍ଡଳୀ ଉପସ୍ଥିତ ରହି କୁନି କୁନି କଳାକାରମାନଙ୍କୁ ଉତ୍ସାହିତ କରି କାର୍ଯ୍ୟକ୍ରମକୁ ସଫଳ ରୂପାୟନ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here