ଗଞ୍ଜାମ ଜିଲ୍ଲାର ଚାଷୀଙ୍କ ଅଧିକାର, ଆତ୍ମସମ୍ମାନ ଓ ସୁରକ୍ଷା ପାଇଁ ସଂଗ୍ରାମ ଜାରି ରହିବ

0
59

ବ୍ରହ୍ମପୁର,୧୮/୦୭/୨୦୨୩: ବ୍ରହ୍ମପୁର ସ୍ଥିତ ଗଞ୍ଜାମ କଳା ପରିଷଦ ଠାରେ ରାଷ୍ଟ୍ରୀୟ କିଷାନ ମଜଦୁର ମହାସଂଘର ସଭାପତି ସଚିନ ମହାପାତ୍ରଙ୍କ ତତ୍ୱାବଧାନରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଚାଷ ଆନୁସଙ୍ଗିକ ୯ଦଫା ଦାବି ସରକାରଙ୍କ ଉଦ୍ଦେଶ୍ୟରେ ଉପସ୍ଥାପନା କରାଯାଇଥିଲା ୨୦୨୧ ବକେୟା ଫସଲ ବୀମା ପାଇବା ପାଇଁ ବାରମ୍ବାର ସଂଗଠନ ଜିଲ୍ଲା ଠାରୁ ଭୁବନେଶ୍ୱର ସ୍ଥିତ ଏ.ଆଇ.ସି କାର୍ଯ୍ୟାଳୟ ଠାରେ ଅନଶନ କରିଥିଲା ଏବଂ ଏହାର ପ୍ରଭାବରେ ମୁଖ୍ୟ କୃଷି ଶାସନ ସଚିବ ଶ୍ରୀ ଅରବିନ୍ଦ ପାଢ଼ୀ ଏହି ସମସ୍ୟା କୁ ପୁନର୍ବାର ସର୍ଭେ ପାଇଁ ଗଞ୍ଜାମ ଜିଲ୍ଲାପାଳଙ୍କୁ ଚିଠି ଲେଖିଥିଲେ । କିନ୍ତୁ ଅହେତୁକ ବିଳମ୍ବ ହେବା ଯୋଗୁଁ ସଂଗଠନ ମାନବାଧିକାର କର୍ମୀ ରବିନ୍ଦ୍ର କୁମାର ମିଶ୍ରଙ୍କ ତତ୍ୱାବଧାନରେ ୩ଟି ପଞ୍ଚାୟତର ୬ ହଜାର ଚାଷୀଙ୍କ ଅଧିକାର ସ୍ୱର ତୀବ୍ର କରାଯାଇଥିଲା । ଫଳସ୍ୱରୂପ ଜିଲ୍ଲାପାଳଙ୍କ ନିଦ ଭାଙ୍ଗିଲା ଏବଂ ଚାଷୀ ତାର ବକେୟା ବୀମାରାଶି ପାଇବା ଯୋଗ୍ୟ ବୋଲି ଅବଗତ କରାଇଲେ, ତଥାପି ଚାଷୀ ତାର ନ୍ୟାଯ୍ୟ ଅଧିକାରରୁ ବଞ୍ଚିତ । ତେଣୁ ଯଥାଶୀଘ୍ର ବକେୟା ରାଶି ଚାଷୀଙ୍କୁ ଯୋଗାଇବା, ପ୍ରତ୍ୟେକ କୃଷିଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ C2 ଯୁକ୍ତ ୫୦% ପ୍ରତିଶତ ବୃଦ୍ଧି ନିଶ୍ଚିନ୍ତ ଆଇନ ପ୍ରଣୟନ,ବୃଦ୍ଧ, ବୃଦ୍ଧା ଙ୍କ ମାସିକ ଭତ୍ତା ମାସିକ ୨୫୦୦ ଟଙ୍କା ବୃଦ୍ଧି କରାଯାଉ, ପଡୋଶୀ ରାଜ୍ୟ ଛତିଶଗଡ଼ ଭଳି ଧାନର ପ୍ରତ୍ୟେକ କୁଇଣ୍ଟାଲରେ ବୋନସ ବା ୟୁବିଆଇ ବ୍ୟବସ୍ଥା କରଯାଇ ଚାଷୀକୁ ପ୍ରୋତ୍ସାହନ କରାଯାଉ ।କୃଷି ଆନୁସଙ୍ଗିକ ଶିକ୍ଷା, ଶିକ୍ଷା ଖସଡ଼ାରେ ବାଧ୍ୟତା ମୂଳକ ବିଷୟ ବସ୍ତୁ କରାଯିବା ଭଳି ବିଭିନ୍ନ ଗୁରୁତ୍ୱପୂର୍ଣ ଦାବି ସଂଗଠନ ତରଫରୁ ସଭାପତି ସଚିନ ମହାପାତ୍ର ଉପସ୍ଥାପନା କରିଥିଲେ ଯଥାଶୀଘ୍ର ଏହାର ସମାଧାନ କରିବା ପାଇଁ ସରକାରଙ୍କୁ ଦାବି କରିବାସହ, ଦାବି ପୁରଣ ନହେଲେ ଆଗାମୀ ଅକ୍ଟୋବର ମାସ ରେ ସଂଗଠନ ରାଜା ରାସ୍ତାକୁ ଓଲ୍ହେଇବାକୁ ବାଧ୍ୟ ହେବ ବୋଲି ଚେତାବନୀ ଦେଇଥିଲେ ।ଆଜିର ଏହି ସାମ୍ବାଦିକ ସମ୍ମିଳନୀ ପ୍ରବକ୍ତା ସ୍ବସ୍ତି ସୁନ୍ଦରଙ୍କ ସଂଯୋଜନା କ୍ରମେ ବରିଷ୍ଠ ସଦସ୍ୟ ରମେଶ କରଙ୍କ ତତ୍ୱାବଧାନରେ ଶତାଧିକ ଚାଷୀ ଉପସ୍ଥିତ ରହି ରଣ ହୁଙ୍କାର କରିଥିଲେ l ଚାଷୀ ମାନଙ୍କର ଏହି ଗୁରୁତ୍ୱପୂର୍ଣ ବିଷୟ ବସ୍ତୁ ର ଦାବି ଭିତ୍ତିକ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ବୁଦ୍ଧିଜୀବୀ ପ୍ରଫେସର ସୂର୍ଯ୍ୟ ନାରାୟଣ ତ୍ରିପାଠୀ , ରବିନ୍ଦ୍ର କୁମାର ମିଶ୍ର (ସମାଜ ବିଜ୍ଞାନୀ ଏବଂ ମାନବାଧିକାର କର୍ମୀ), ଏବଂ ସମରେଶ ପାଇକରାୟ, ପ୍ରାକ୍ତନ ବାଣୀ ବିହାର ଛାତ୍ର ନେତା, ବିଜୟ କୁମାର ଜେନା କୃଷକ ନେତା, ଅଶୋକ କୁମାର ବିଷୋୟୀ ପ୍ରମୁଖ ଯୋଗ ଦେଇ ଆନୁସଙ୍ଗିକ ବିଷୟ ବସ୍ତୁ ଉପରେ ପୁଙ୍ଖାନୁପୁଙ୍ଖ ଆଲୋକପାତ କରିଥିଲେ। ତେବେ ସମ୍ବଳିତ ଦାବି ଗୁଡ଼ିକ ମଧ୍ୟରେ ରହିଛି ବକେୟା ସମସ୍ତ ଫସଲ ବୀମା ଯଥାଶୀଘ୍ର ପ୍ରଦାନ କରାଯାଉ, ସି(୨)+ ୫୦% ମାଧ୍ୟମରେ ପ୍ରତ୍ୟେକ କୃଷିଜାତ ଦ୍ରବ୍ୟକୁ ଏମ୍ଏସପି ନିଶ୍ଚିନ୍ତ ଆଇନ କରାଯାଉ ନଚେତ ଛତିଶଗଡ ଭଳି ଯେଉଁ ପ୍ରକାର (ୟୁବିଆଇ) ବୋନସ ଦିଆଯାଉଛି ସେହି ଭଳି ଆମ ଚାଷୀଙ୍କୁ ପ୍ରୋତ୍ସାହନ କରଯାଉ, ଏନଏସି ଏବଂ ମୁନ୍ସୀପାଲିଟି ଅଞ୍ଚଳରେ ରହୁଥିବା ଚାଷୀ ମାନଙ୍କୁ ମଧ୍ୟ କାଳିଆ ଯୋଜନରେ ଅନ୍ତର୍ଭୁକ କରାଯାଉ, ବୃଦ୍ଧ-ବୃଦ୍ଧାଙ୍କ ମାସିକ ବାର୍ଦ୍ଧକ୍ୟ ଭତ୍ତା ୨୫୦୦ ଟଙ୍କାକୁ ବୃଦ୍ଧି କରାଯାଉ, ଚାଷୀ ସୁରକ୍ଷା ଭତ୍ତା ମାସିକ ୩୦୦୦ କରାଯାଉ, ପ୍ରତ୍ୟେକ ପଞ୍ଚାୟତରେ ସୁଦୃଢ ମଣ୍ଡି ଓ ପ୍ରତ୍ୟେକ ବ୍ଲକ ରେ ଶୀତଲଭଣ୍ଡାର ବ୍ୟବସ୍ଥା କରାଯାଉ, କିଆ ଫୁଲ ଚାଷ ଓ ଚାଷୀଙ୍କୁ ସୁରକ୍ଷା ପ୍ରଦାନ କରାଯାଉ, ଗଞ୍ଜାମ ଜିଲ୍ଲାକୁ ଦାଦନ ମୁକ୍ତ କରିବାପାଇଁ କୃଷିଜାତ ଶିଳ୍ପର ପୁନରୁଦ୍ଧାର କରାଯାଉ, କୃଷି ଭିତ୍ତିକ ଶିକ୍ଷା ପ୍ରଣାଳୀ ଶିକ୍ଷା ବ୍ୟବସ୍ଥାରେ ପ୍ରଥମଶ୍ରେଣୀରୁ ହିଁ ବାଧ୍ୟତା ମୂଳକ ବିଷୟ ବସ୍ତୁ ରୂପେ ସ୍ଥାନ ଦିଆଯାଉ ବୋଲି ଦାବି ରଖିଛନ୍ତି । ମୁଖ୍ୟ ବକ୍ତା, ଅତିଥି ଏବଂ ବୁଦ୍ଧିଜୀବି ଭାବେ ପ୍ରଫେସର୍ ତଥା ଅର୍ଥନିତୀଜ୍ଞ ଶ୍ରୀ ସୂର୍ଯ୍ୟ ନାରାୟଣ ତ୍ରୀପାଠୀ ଏବଂ ସମାଜ ବିଜ୍ଞାନୀ ଏବଂ ମାନବାଧିକାର କର୍ମୀ ଶ୍ରୀମାନ ରବୀନ୍ଦ୍ର କୁମାର ମିଶ୍ରଙ୍କୁ ସମ୍ମାନିତ କରିବା ସହ, ଆଗାମୀ ସଂଗ୍ରାମରେ ସେମାନଙ୍କର ସାହାର୍ଯ୍ୟ ଲୋଡିଥିଲା ସଂଘ। ଅନ୍ୟମାନଙ୍କ ମଧ୍ୟରେ ଚାଷୀ ନେତା ରମେଶ ଚନ୍ଦ୍ର କର,ବରିଷ୍ଠ ସାମ୍ବାଦିକ ରବି ରଥ, ରୟତ ସଭା ସମ୍ପାଦକ ସିମାଞ୍ଚଳ ନାହାକ, ପୂର୍ବତନ ଛାତ୍ର ନେତା ସମରେଶ ପାଇକରାୟ, ଲଉଡି ପଞ୍ଚାୟତ ସରପଞ୍ଚ ସୁରେଶ ନାୟକ, ବରିଷ୍ଠ ସାମ୍ବାଦିକ ଶ୍ରୀ ରବି ରଥ ଓ ଚାଷୀ ନେତା ବିଜୟ କୁମାର ଜେନା ପ୍ରମୁଖ ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here